Rain halted construction work at Kalinga ghati of Kandhamal district. Photograph: (sambad.in)
ଘୁ.ଉଦୟଗିରି (ସମୀର ପାଢ଼ୀ): ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ପ୍ରଭାବରେ ଗଜପତି, ଗଂଜାମ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ଏତଦ୍ ବ୍ୟତୀତ କନ୍ଧମାଳ ସମେତ ପୂର୍ବ ଓଡ଼ିଶାରେ ମଧ୍ୟ ବର୍ଷା ହେଉଛି। ଜିଲ୍ଲାର ଘୁମୁସର ଉଦୟଗିରିକୁ ମଧ୍ୟ ବର୍ଷା ଆଶ୍ବସ୍ତି ଦେଇ ନାହିଁ। ଗତକାଲି ପବନ ସହ ବର୍ଷା ଲାଗିରହିଥିବା ବେଳେ ଆଜି ଭୋର୍ରୁ ବର୍ଷା ପରିମାଣ ବଢ଼ିବାରେ ଲାଗିଛି। ଆଜି ମଧ୍ୟ ତୁହାକୁ ତୁହା ବର୍ଷା ଲାଗି ରହିଛି। ବର୍ଷା ଯୋଗୁଁ ଚାଷୀମାନେ ବ୍ୟାପକ ପ୍ରଭାବିତ ହୋଇଛନ୍ତି। ସେହିପରି ଭୂସ୍ଖଳନ ଯୋଗୁଁ ଧସିଥିବା କଳିଙ୍ଗା ଘାଟି ରାସ୍ତାର ମରାମତିରେ ବାଧା ପହଞ୍ଚିଛି।
ପରିବା, ଧାନଚାଷୀ ପ୍ରଭାବିତ
ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର ସୂଚନାନୁସାରେ ଆଜି ସକାଳ ୮ଘଣ୍ଟିକା ସୁଦ୍ଧା ସ୍ଥାନୀୟ ଜି ଉଦୟଗିରି ଅଞ୍ଚଳରେ ୬୦ମିମି ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଚାଷୀ ବ୍ୟାପକ କ୍ଷତି ସହିଥିବା ସୂଚନା ମିଳିଛି। ବିଶେଷତଃ ବିନ୍ସ, ଫୁଲକୋବି ଭଳି ପରିବା ଚାଷ କରିଥିବା ଏବଂ ଧାନ ଚାଷ କରିଥିବା ଚାଷୀମାନେ ବ୍ୟବକ କ୍ଷତି ସହିଛନ୍ତି। ଜମିରେ ପାଣି ଭର୍ତ୍ତି ହେବା ସହ ଫସଲ ନଷ୍ଟ ହେବାରେ ଲାଗିଛି। ଧାନ ଗଛ ଗୁଡ଼ିକ ଜମିରେ ସୋଇ ପଡ଼ି ପାଣିରେ ବୁଡ଼ିଯାଇଛି।
ଆହୁରି ପଢ଼ନ୍ତୁ: 16 students fall ill after drinking water: ପାଣି ପିଇ ଅସୁସ୍ଥ ହେଲେ ରେଭେନ୍ସା ଇଷ୍ଟ ହଷ୍ଟେଲର ୧୬ଛାତ୍ର
କଳିଙ୍ଗା ଘାଟି ଭୁଶୁଡ଼ିବାକୁ ୪୫ ଦିନ
ଅନ୍ୟପକ୍ଷରେ କଳିଙ୍ଗା ଘାଟିରେ ଭୁସ୍ଖଳନ ସ୍ଥାନରେ ପ୍ରଖର ଜଳସ୍ରୋତ ଦେଖାଯିବା ସହ ଉପରୁ ମାଟି ଅତଡ଼ା ପଥର ଖସି ରାସ୍ତାଉପରେ ଗଦା ହୋଇ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି। କଳିଙ୍ଗା ଘାଟିରେ ଭୁସ୍ଖଳନ ଘାଟି ରାସ୍ତାରେ ଯାତାୟତ ବନ୍ଦ ହେବା ୪୫ଦିନ ବିତି ଗଲାଣି ତଥାପି ରାସ୍ତା କାର୍ଯ୍ୟ ସ୍ୱାଭାବିକ ହିଇପାରୁନି। ଦିନ ଗଡ଼ିବାରେ ଲାଗିଛି। ବର୍ଷା ପରେ ବର୍ଷା ରାସ୍ତା କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବେଳେ ଦୁଇ ଜିଲ୍ଲାର ସିମାନ୍ତବର୍ତୀ ଅଞ୍ଚଳବାସୀ ନିଜ ନିଜ ଜୀବନ ଜୀବିକା ହରେଇ ଚିନ୍ତାରେ ଦିନ କାଟୁଛନ୍ତି।
ଆହୁରି ପଢ଼ନ୍ତୁ: cyclone Montha Compensation Soon: ଖୁବ ଶୀଘ୍ର କ୍ଷୟକ୍ଷତିର ଆକଳନ, ଅନଲାଇନରେ ତୁରନ୍ତ ଦିଆଯିବ କ୍ଷତିପୂରଣ
Follow Us