Kalinga Ghati of Kandhamal Photograph: (Sambad )
ଘୁ.ଉଦୟଗିରି: ଜାତୀୟ ରାଜପଥ ନଂ୧୫୭ କଳିଙ୍ଗା ଘାଟିର ଅନ୍ଧାରକୋଟି ଠାରେ ନିର୍ମାଣଧିନ ଚାଲିଥିବା ସୁରକ୍ଷା ପାଚେରୀ କାମ ଭୁଶୁଡ଼ି ପଡ଼ିବା ଫଳରେ,ବିପଦ ଜନକ ଭାବରେ ଯାତାୟାତ କରୁଛି ଯାନବାହାନ।
ଏହି ଖବର ପଢ଼ନ୍ତୁ: ଜିଲ୍ଲା ବୁଲି ବର୍ଷା କ୍ଷୟକ୍ଷତି ଆକଳନ କରିବେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ
ସୂଚନା ଯୋଗ୍ୟ ଯେ କଳିଙ୍ଗା ଘାଟି ଗଞ୍ଜାମ ଜିଲ୍ଲା ସହ କନ୍ଧମାଳ ଜିଲ୍ଲା ସଂଯୋଗ କରୁଅଛି। ଏହି ଘାଟି ଦେଇ ଦୈନିକ ପ୍ରାୟ ଶହ ଶହ ଗାଡ଼ି ଯିବା ଆସିବା କରନ୍ତି। କନ୍ଧମାଳ ଜିଲ୍ଲା ରୁ ଭୁବନେଶ୍ୱର, ବ୍ରହ୍ମପୁର, ଭଞ୍ଜନଗର ଆଦି ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିବା ବେଳେ ବାହାର ଜିଲ୍ଲାରୁ ରାୟଗଡ଼ା, ରାୟପୁର, କଳାହାଣ୍ଡି, ରାଉରକେଲା, ସମ୍ବଲପୁର ଆଦି ବିଭିନ୍ନ ସ୍ଥାନକୁ ବହୁ ଯାତ୍ରୀବାହୀ ବସ, ମାଲବାହୀ ଟ୍ରକ, କାର ବାଇକ ଯିବା ଆସିବା କରୁଛି ଏବଂ ବହୁ ମାଲ ବୋଝେଇ ଟ୍ରକ ଯିବା ଆସିବା କରନ୍ତି।
ଗତକାଲି ସନ୍ଧ୍ୟା ସମୟରେ ଏହା ଘଟଣା ଘଟିଅଛି। କିନ୍ତୁ ବର୍ତ୍ତମାନ ସେହି କାର୍ଯ୍ୟ କରୁଥିବା କମ୍ପାନି ନିଜେ ସଜାଡ଼ିବାରେ ଲାଗିଛନ୍ତି। ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ବୋଲି ମତବ୍ୟକ୍ତ ପ୍ରକାଶ ପାଇଛି।
ଦୀର୍ଘ ୧୦ କିମି ରାସ୍ତା କଳିଙ୍ଗା ଘାଟି ରହିଅଛି। କିନ୍ତୁ ଘାଟିର ଅନ୍ଧାରକୋଟି ଠାରେ ପ୍ରାୟ ଦେଢ଼ ବର୍ଷ ହେବ କାମ ଚାଲୁଅଛି। ରାସ୍ତା କାମ ଚାଲିଥିବା ବେଳେ ଏତେ ବଡ ଗାର୍ଡ କାର୍ଯ୍ୟ କିପରି ଭୁଷୁଡି ପଡ଼ିଲା ତାହା ସମସ୍ତ ଙ୍କୁ ଆଶ୍ଚର୍ୟ୍ଯ କରିଛି। ଭବିଷ୍ୟତରେ ଯଦି କୌଣସି ପ୍ରକାରେ ଏମିତି ଗାର୍ଡ ୱାଲ ଭୁଷୁଡି ଯାଏ ତେବେ ସେହି ସମୟରେ ଯାତାୟାତ କରୁଥିବା ଯାତ୍ରୀବାହୀ ବସ କିମ୍ବା ଟ୍ରକ୍ର ଅବସ୍ଥା କଣ ହେବ ତାହା ଚିନ୍ତା ଜନକ ପରିସ୍ଥିତି ରହିଅଛି। ଏଣୁ ଜାତୀୟ ରାଜପଥ କତ୍ତୃପକ୍ଷ ଏବଂ ପ୍ରଶାସନ ଏହି କାମ ପ୍ରତି ସମ୍ପୂର୍ଣ୍ଣ ତୀକ୍ଷ୍ଣ ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
ଏହି ଖବର ପଢ଼ନ୍ତୁ: ଓଡ଼ିଶାର ପ୍ରତିଭାବାନ ଲୋକଙ୍କୁ ନେଇ ଜ୍ଞାନ ତିଆରି କରିବା: ଧର୍ମେନ୍ଦ୍ର
Follow Us