ଭୁବନେଶ୍ୱର: ଆଇଆଇଟି, ଭୁବନେଶ୍ୱରକୁ ଟିଚିଂ, ରିସର୍ଚ୍ଚ ଓ ଇନୋଭେସନର ପେଣ୍ଠସ୍ଥଳି କରିବାକୁ ହେବ। ତେବେ ଯାଇ ଭାରତର ଅର୍ଥନୀତି ୫ ରୁ ୭ ଟ୍ରିଲିୟନ ଆମେରିକୀୟ ଡଲାର ହେବାର ଲକ୍ଷ୍ୟ ପୂରଣ ହୋଇପାରିବ। ଏହା ଦ୍ୱାରା ଆଇଆଇଟି ଛାତ୍ରଛାତ୍ରୀମାନେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ନିଜର ଦାୟିତ୍ୱ ନିର୍ବାହ କରିପାରିବେ ବୋଲି ଶନିବାର ଆଇଆଇଟି, ଭୁବନେଶ୍ୱରର ଦ୍ୱାଦଶ ଓ ତ୍ରୟୋଦଶ ମିଳିତ ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।    

Advertisment

ଏହି ଖବର ପଢ଼ନ୍ତୁ: ଜିଲ୍ଲା ବୁଲି ବର୍ଷା କ୍ଷୟକ୍ଷତି ଆକଳନ କରିବେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଭାରତ ଏକ ଜ୍ଞାନ ଭିତ୍ତିକ ସମାଜ। ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ହେବ। ଆମେ ଏବେ ଶିଳ୍ପ ବିପ୍ଳବ ୪.୦ରେ ଅଛୁ। ଶିଳ୍ପ ବିପ୍ଳବ ଆରମ୍ଭ ପୂର୍ବରୁ ଓଡ଼ିଶାରେ ନିର୍ମିତ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର, ପ୍ରଭୁ ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ମନ୍ଦିର ବୈଜ୍ଞାନିକ ପୃଷ୍ଠଭୂମିର ପ୍ରମାଣ ଦେଉଛି। ସୂର୍ଯ୍ୟଙ୍କ ପ୍ରଥମ କିରଣ କୋଣାର୍କର ସୂର୍ଯ୍ୟ ମନ୍ଦିରରେ ପଡୁଛି। ଏଥିରେ ସବୁ ଇଞ୍ଜିନିୟରିଂ କୌଶଳ ଅଛି। ଏହା ଆମର ଉପଲବ୍ଧି। ତେଣୁ ଯେତେବେଳେ ଭାରତ ଅର୍ଥନୀତିର ସୁପର ପାଓ୍ୱାର ହେବାକୁ ଯାଉଛି ସେତେବେଳେ ଆମକୁ ଚାକିରି ଉପରେ ନିର୍ଭର ନକରି ନିଯୁକ୍ତିଦାତା ହେବା ପାଇଁ ପଡିବ। ଚତୁର୍ଥ ଶିଳ୍ପ ବିପ୍ଳବରେ ମାଲିକ ହେବାକୁ ପଡିବ। ନିଯୁକ୍ତିଦାତା ଓ ଇନୋଭେଟର ହେବାକୁ ପଡିବ। ସମୃଦ୍ଧ ଜନସଂଖ୍ୟା ଓ ଜ୍ଞାନଭିତ୍ତିକ ସମାଜ ସହିତ ଓଡ଼ିଶା ମଧ୍ୟ ଏଥିରୁ ଉପକୃତ ହେବ। ଛାତ୍ରୀଛାତ୍ରମାନେ ହେଉଛନ୍ତି ସମାଜର ପୃଷ୍ଠପୋଷକ। ଶ୍ରୀ ପ୍ରଧାନ ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ଚାକିରି କରିବା ଉପରେ ଧ୍ୟାନ ଦେବା ଅପେକ୍ଷା ନିଯୁକ୍ତିଦାତା ହୋଇ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନରେ ସହଯୋଗୀ ହେବା ପାଇଁ ଆହ୍ୱାନ କରିଥିଲେ। 

ଏହି ଖବର ପଢ଼ନ୍ତୁ: ୭୫କିମି ଦୂରରେ ବସବାସ କରନ୍ତି ବୈପାରୀଗୁଡ଼ା ବ୍ଲକ୍‌ର ଏହି ଗାଁର ଲୋକେ

publive-image

ଓଡ଼ିଶାରେ ବହୁତ ପ୍ରତିଭାବାନ ଲୋକ ଅଛନ୍ତି। ଏହି ପ୍ରତିଭାବାନ ଲୋକଙ୍କୁ ନେଇ ଜ୍ଞାନ ତିଆରି କରିବା। ବ୍ୟକ୍ତି ଚ୍ୟାଲେଞ୍ଜ ଓ ସମସ୍ୟାରେ ରହିଲେ ସେ ନବସୃଜନ କରେ। ଆମର ଜନସଂଖ୍ୟାଗତ ଲାଭ ବା ଡେମୋଗ୍ରାଫିକ ଡିଭିଡେଣ୍ଡ୍, ଏକ ଜ୍ଞାନ ଭିତ୍ତିକ ସମାଜ ଏବଂ ଏକ ଅଭିବୃଦ୍ଧିଶୀଳ ଅର୍ଥନୀତି ସହିତ ଭାରତ ନିଶ୍ଚିତ ଭାବରେ ଚତୁର୍ଥ ଶିଳ୍ପ ବିପ୍ଳବରେ ନେତୃତ୍ୱ ନେବ। ଏହି ଛାତ୍ରଛାତ୍ରୀମାନେ ମଧ୍ୟ ସେହି ବିପ୍ଳବର ନେତୃତ୍ୱ ନେବେ। ନୂଆପିଢିକୁ ବଡ ଲମ୍ଫ ପ୍ରଦାନ କରିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗୀ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।  

ଏହି ଖବର ପଢ଼ନ୍ତୁ: ବରଗଡ଼ ଧନୁଯାତ୍ରା: ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ

ଭାରତ ଏବଂ ଓଡ଼ିଶା ଏକ ବୈଜ୍ଞାନିକ ସମୁଦାୟ। ଜ୍ଞାନ ଆଧାରିତ ଦୁନିଆ ଭାରତ ସର୍ଭିସ ସେକ୍ଟରରେ ନିଜର ପରାକାଷ୍ଠା ଦେଖାଇଛି। ଭାରତ ଭଳି ଦେଶରେ ସ୍ୱଦେଶୀ ଭାକସିନ ବିକଶିତ ହେବା ଏକ ବଡ ଉପଲବ୍ଧି। ଆମ ଦେଶରେ ଗବେଷଣାର ପରିଭାଷା ମାଗାରିଜନରେ ପ୍ରକାଶନରେ ସୀମିତ। ଗବେଷଣାକୁ ଆଗକୁ ବଢାଇବା ପାଇଁ ପଡ଼ିବ। ସ୍ୱଭାବରେ ଭାରତ ହେଉଛି ଇନୋଭେଟର। ସେହିପରି ଦେଶରେ ଇଞ୍ଜିନିୟରରେ ଦକ୍ଷତା ଆସିଛି। ଆମର ଚ୍ୟାଲେଞ୍ଜ ହେଉଛି ଏହି ସମୟରେ ଆମେ କଣ ସର୍ବଦା ଅନ୍ୟ ଅର୍ଥନୀତିର ଦେଶକୁ ସମ୍ପନ୍ନ କରିବା।

ଏହି ଖବର ପଢ଼ନ୍ତୁ: ହିଲ ଷ୍ଟେସନ ବୁଲି ଯିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ବିଶେଷ ସୂଚନା