ଘୁ.ଉଦୟଗିରି: ସାରା ରାଜ୍ୟ ସମେତ କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ଶୀତ ଜାରି ରହିଛି। ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା ଘୁମୁସର ଉଦୟଗିରି ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ। ସ୍ଥାନୀୟ ଅଞ୍ଚଳରେ ଶୀତ ତାର ପ୍ରକୋପ ଦେଖେଇବାରେ ଲାଗିଛି। ଏକ ମାସରୁ ଊର୍ଦ୍ଧ୍ବ ସମୟ ହେବ ଶୀତ ଲହରୀ ସହ ତୁଷାରପାତ ଜାରି ରହିଛି। ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତ କୁ ଜାଡ କଲବଲ କରୁଛି। ହାତଗୋଡ଼ କାଳ ମାରୁଛି।ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି। ରାତି ଯେତେ ବଢୁଛି ଜାଡ଼ ସେତେ ଅଧିକ ହେଉଛି। ମାଳୁଆ ଶୀତ ତାର ରୂପ ଦେଖେଇବାରେ ଲାଗିଛି। ଆଜି ସ୍ଥାନୀୟ ସହରର ତାପମାତ୍ରା ୫ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଗତକାଲି ଏହା ୬.୬ ଡିଗ୍ରି ଥିଲା।
ଅନ୍ୟପକ୍ଷରେ କୁହୁଡି ସେଇ ମାତ୍ରାରେ ସାରା ଅଞ୍ଚଳରେ ବିସ୍ତାର ହେଉଥିବା ବେଳେ କୁହୁଡ଼ିର ଚାଦର ତଳେ ସାରା ଅଞ୍ଚଳ ରହିଲା ଭଳି ଅନୁଭବ ହେଉଛି। କୁହୁଡ଼ି ଯୋଗୁଁ ରାସ୍ତାରେ ଯାତାୟତରେ ବଡ଼ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ସର୍ବାଧିକ ଥଣ୍ଡାର ସହରରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦୁଇ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ତୁଷାରପାତ ଜାରି ରହିଛି। ସ୍ଥାନୀୟ ସହର ସହ ଗ୍ରାମାଞ୍ଚଳରେ ବିଭିନ୍ନ ସ୍ଥାନରେ ତୁଷାର ପାତ ହୋଇଥିବା ଦୃଶ୍ୟ ଦେଖୁବାକୁ ମିଳିଛି।
ଆହୁରି ପଢ଼ନ୍ତୁ: Fungal Infections In Winter: ଶୀତଦିନେ ବି ହୋଇପାରେ କବକ ସଂକ୍ରମଣ, ଏହାର କାରଣ ଏବଂ ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ଜାଣନ୍ତୁ
ଭିଡ଼ ଜମାଉଛନ୍ତି ପର୍ଯ୍ୟଟକ
ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟନ କ୍ଷେତ୍ର କଳିଙ୍ଗା ଘାଟି, ବଟାନିକାଲ ଗାର୍ଡେନ, କାଲିଗାଡୁ ହିଲଟପ ଏବଂ ସିର୍କୀ ଇକୋ ପାର୍କରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଥଣ୍ଡାର ମଜା ଉଠେଇବା ପାଇଁ ଭୋର ଏବଂ ରାତିରେ ପର୍ଯ୍ୟଟକମାନେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ଭିଡ଼ ଜମେଇବାରେ ଲାଗୁଛନ୍ତି। ପ୍ରବଳ ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ନିଆଁର ସାହାରରେ ଗରିବ ଲୋକ ରାତି ବିତାଉଛନ୍ତି।
ଆହୁରି ପଢ଼ନ୍ତୁ: Indian Pharma Export Growth: ଭାରତୀୟ ଔଷଧ ରପ୍ତାନିରେ ରେକର୍ଡ ବୃଦ୍ଧି, ତୃତୀୟ ସ୍ଥାନରେ ଭାରତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/18/winter-2025-12-18-16-33-47.jpg)