ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ବ୍ଲକର ମାଲିକାପଡ଼ି ପଞ୍ଚାୟତ ଅନ୍ତର୍ଗତ ସିର୍କି ଗ୍ରାମ ପୂର୍ବରୁ ପ୍ରକୃତିର ଅବଦାନ ଆଖି ସାମ୍ନାକୁ ଆସିଥାଏ। ବହୁ ପୂର୍ବରୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ପ୍ରତିବର୍ଷ ବଣଭୋଜିର ଆୟୋଜନ ପାଇଁ ଏଠାକୁ ଆସିଥାନ୍ତି। ଏହି ସ୍ଥାନରେ ଏବଂ ପ୍ରାକୃତିକ ପରିବେଶର ଭରପୁର ଆନନ୍ଦ ଅନୁଭବ କରିଥାନ୍ତି। ସେହି ସ୍ଥାନରେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଘୁ.ଉଦୟଗିରି ବନାଞ୍ଚଳ, ଫୁଲବାଣୀ ବନଖଣ୍ଡ ପକ୍ଷରୁ ଏକ ସୁନ୍ଦର ଇକୋ ପାର୍କ ନିର୍ମାଣ କରାଯାଇଛି, ଯାହା ୧.୧ ହେକ୍ଟର ଜମିରେ ୧.୨୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି।
ଏହି ଖବର ପଢ଼ନ୍ତୁ: ଘୁ ଉଦୟଗିରିରେ ପାରା ୫.୨ଡିଗ୍ରି
ପାର୍କକୁ ଲାଗି ରହିଛି ସିର୍କି ଡ୍ୟାମ୍। ଏହି ଡ୍ୟାମ୍ ପାର୍କର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଉଛି। ପାର୍କ ଚାରିପାଖ ଜଙ୍ଗଲ, ସୁଉଚ୍ଚ ପାହାଡ଼-ପର୍ବତ, ଘଞ୍ଚ ଜଙ୍ଗଲ ସବୁଜିମାରେ ଭରପୁର। ଥରେ ପାର୍କକୁ ବୁଲି ଆସିଲେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ପର୍ଯ୍ୟଟକ ହଜିଯାଉଛନ୍ତି।
ଏହି ଖବର ପଢ଼ନ୍ତୁ: ଶୀତ ସ୍ପର୍ଶ ପାଇଁ କାଲିଗାଡୁ ହିଲ୍ଟପ୍କୁ ଯାତ୍ରା
ପାର୍କ ଭିତରେ ବିଭିନ୍ନ କିସମର ଫୁଲ ବଗିଚା,ସୁନ୍ଦର ବୃକ୍ଷଲତା, ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି କଳାକୃତି, ହାତୀ, ବାଘ, ହରିଣ , ମୟୂର ପ୍ରତିମୂର୍ତ୍ତି ଶୋଭାପାଉଛି। କଠାଘର ଆକୃତିର ବିଶ୍ରାମ ଗୃହ ନିର୍ମାଣ କରାଯାଇଛି, ଯେଉଁଠି ପର୍ଯ୍ୟଟକମାନେ ନିରୋଳାରେ ବସି ପ୍ରକୃତିକୁ ମନଭରି ଉପଭୋଗ କରିବା ସହ ସିର୍କି ଡ୍ୟାମ୍ର ମନଲୋଭା ଦୃଶ୍ୟକୁ ଉପଭୋଗ କରିପାରିବେ। ପାର୍କକୁ ଲାଗି ରହିଛି ସିର୍କି ଡ୍ୟାମ୍। ଏହି ଡ୍ୟାମ୍ ପାର୍କର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଉଛି। ପାର୍କ ଚାରିପାଖ ଜଙ୍ଗଲ, ସୁଉଚ୍ଚ ପାହାଡ଼-ପର୍ବତ, ଘଞ୍ଚ ଜଙ୍ଗଲ ସବୁଜିମାରେ ଭରପୁର। ଥରେ ପାର୍କକୁ ବୁଲି ଆସିଲେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ପର୍ଯ୍ୟଟକ ହଜିଯାଉଛନ୍ତି।ବାରମ୍ବାର ଆସିବାକୁ ମନହୁଏ। ସିର୍କି ଗ୍ରାମର ମିନାକ୍ଷୀ ଏବଂ ପ୍ରେମମୟୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହାର ରକ୍ଷଣାବେକ୍ଷଣ, କାଫେ ଏବଂ ପର୍ଯ୍ୟଟକଙ୍କ ଠାରୁ ପାର୍କକୁ ପ୍ରବେଶ ଦେୟ ଆଦାୟ କରିଥାନ୍ତି।
ଏହି ଖବର ପଢ଼ନ୍ତୁ: ନିର୍ବାଚନ ଲଢ଼ିବେ କେଜ୍ରିୱାଲ ଓ ଅତିଶି
ପାର୍କ ବୁଲିବା ସହ ପାର୍କ ବାହାରେ ଡ୍ୟାମ୍ ପାର୍ଶ୍ଵରେ ବଣଭୋଜି କରି ତାର ମଜ୍ଜା ମଧ୍ୟ ଉଠେଇଥାନ୍ତି ପର୍ଯ୍ୟଟକ। ପ୍ରତ୍ୟକ ଦିନ ବହୁ ସଂଖ୍ୟାରେ ଏହି ପାର୍କକୁ ବୁଲିବାକୁ ଆସିଥାନ୍ତି। ପାର୍କକୁ ପ୍ରବେଶ ନିମନ୍ତେ ବୟସ୍କଙ୍କ ନିମନ୍ତେ ୧୦ଟଙ୍କା ଦେୟ ଥିବା ବେଳେ ପିଲାଙ୍କ ନିମନ୍ତେ ୫ଟଙ୍କା ଅଛି। ଘୁ.ଉଦୟଗିରି ସହରର ସିର୍କି ଇକୋ ପାର୍କର ଦୂରତା ମାତ୍ର ୩କିମି। ଘୁ.ଉଦୟଗିରି ଗାନ୍ଧୀ ଛକରେ ଓହ୍ଲେଇ ବ୍ଲକ ରାସ୍ତାରେ ଗଲେ ଆଗକୁ ଏହି ପାର୍କ ପଡ଼ିବ।
ଏହି ଖବର ପଢ଼ନ୍ତୁ: ପେଟ୍ରୋଲ, ଡିଜେଲ ଦର ବଢ଼ିବା ଆଶଙ୍କା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/15/4dd724ec-a16a-4467-b737-ca1dbbbe362c.jpg)