Wild Animals: ବାର୍‌ହା ଆକ୍ରମଣରେ ଦୁଇ ଜଣ ଆହତ, ଜଣେ ଗୁରୁତର

Advertisment

ଲିଙ୍ଗାଗଡ ପଞ୍ଚାୟତର ଶ୍ରିକଲା ଘାଟି ନିକଟରେ ବାର୍‌ହା ଆକ୍ରମଣରେ ଜଣେ ମହିଳା ଗୁରୁତର ଓ ଅନ୍ୟ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଡାକପାଲା ଗ୍ରାମ ନିବାସୀ ସସ୍ମିତା ମଲ୍ଲିକ ଓ ତାଙ୍କ ସ୍ୱାମୀ ବାପି ମଲ୍ଲିକ ଘୁ.ଉଦୟଗିରିରୁ ନିଜ ଗାଁକୁ ବାଇକ୍‌ରେ ଫେରୁଥିଲେ।

ଲିଙ୍ଗାଗଡ ପଞ୍ଚାୟତର ଶ୍ରିକଲା ଘାଟି ନିକଟରେ ବାର୍‌ହା ଆକ୍ରମଣରେ ଜଣେ ମହିଳା ଗୁରୁତର ଓ ଅନ୍ୟ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଡାକପାଲା ଗ୍ରାମ ନିବାସୀ ସସ୍ମିତା ମଲ୍ଲିକ ଓ ତାଙ୍କ ସ୍ୱାମୀ ବାପି ମଲ୍ଲିକ ଘୁ.ଉଦୟଗିରିରୁ ନିଜ ଗାଁକୁ ବାଇକ୍‌ରେ ଫେରୁଥିଲେ।

boar

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ ପଞ୍ଚାୟତର ଶ୍ରିକଲା ଘାଟି ନିକଟରେ ବାର୍‌ହା ଆକ୍ରମଣରେ ଜଣେ ମହିଳା ଗୁରୁତର ଓ ଅନ୍ୟ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଡାକପାଲା ଗ୍ରାମ ନିବାସୀ ସସ୍ମିତା ମଲ୍ଲିକ (୩୫) ଓ ତାଙ୍କ ସ୍ୱାମୀ ବାପି ମଲ୍ଲିକ ଘୁ.ଉଦୟଗିରିରୁ ନିଜ ଗାଁକୁ ବାଇକ୍‌ରେ ଫେରୁଥିଲେ। ଏହି ସମୟରେ ଶ୍ରିକଲା ଘାଟି ନିକଟରେ ତାଙ୍କ ବାଇକ୍ ଖରାପ ହୋଇଯାଇଥିଲା। ବାପି ମଲ୍ଲିକ ବାଇକ୍ ଫ୍ଲଗ୍ ସଫା କରୁଥିବା ବେଳେ ଅତର୍କିତ ଭାବରେ ଗୋଟିଏ ବାରହା ଆସି ସସ୍ମିତା ମଲ୍ଲିକଙ୍କ ଉପରେ ଆକ୍ରମଣ କରିଥିଲା।

କାନବାଗିରୀ ଗ୍ରାମର ଅପସରି ପ୍ରଧାନ (୬୦) ଓ ନିରଜିନି ପ୍ରଧାନ (୬୦) କାଠ ଆଣିବାକୁ ଜଙ୍ଗଲ କୁ ଯାଇଥିବା ବେଳେ ସେହି ଅଞ୍ଚଳରେ ସେମାନଙ୍କୁ ମଧ୍ୟ ବାରହା ଅତର୍କିତ ଭାବରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଅପସରି ପ୍ରଧାନ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗି ମାଂସ ବାହାରି ଯାଇଥିବା ଦେଖିବାକୁ ମିଳିଛି। ଘଟଣା ପରେ ବାରହାଟି ସେଠାରୁ ପଳାଇ ଯାଇଥିଲା।

ଆହୁରି ପଢ଼ନ୍ତୁ: Cricket: ଚତୁର୍ଥ ଟି-୨୦ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ୍‌ରେ ହେବ କି ପରିବର୍ତ୍ତନ?

ସ୍ଥାନୀୟ ଲୋକେ ରକ୍ତାକ୍ତ ଅବସ୍ଥାରେ ଆହତମାନଙ୍କୁ ଉଦ୍ଧାର କରି ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତରମାନେ ପ୍ରାଥମିକ ଚିକିତ୍ସା କରିବା ପରେ ଅପସରି ପ୍ରଧାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଅନ୍ୟ ଦୁଇଜଣ ମହିଳା ଘୁ.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଥିବା ଡାକ୍ତର ଅଶୋକ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe