Tiger Tension: ହାତୀ ପରେ ବାଘ ଆତଙ୍କ: ସୋସିଆଲ ମିଡ଼ିଆ ଫଟୋ ଭାଇରାଲ ପରେ ଚିନ୍ତାରେ ବନବିଭାଗ

Advertisment

ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲ ବନ୍ୟ ଜନ୍ତୁଙ୍କୁ ନେଇ ବିଭିନ୍ନ ସମୟରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳୁଥିବା ଦେଖିବାକୁ ମିଳୁଛି। ଗତ କିଛି ବର୍ଷ ହେଲା ହାତୀ ଆତଙ୍କ ଦେଖିବାକୁ ମିଳିଥିଲା।

ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲ ବନ୍ୟ ଜନ୍ତୁଙ୍କୁ ନେଇ ବିଭିନ୍ନ ସମୟରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳୁଥିବା ଦେଖିବାକୁ ମିଳୁଛି। ଗତ କିଛି ବର୍ଷ ହେଲା ହାତୀ ଆତଙ୍କ ଦେଖିବାକୁ ମିଳିଥିଲା।

Untitled-16

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଳା ଘୁମୁସର ଉଦୟଗିରି ଅଞ୍ଚଳରେ ଜଙ୍ଗଲ ବନ୍ୟ ଜନ୍ତୁଙ୍କୁ ନେଇ ବିଭିନ୍ନ ସମୟରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳୁଥିବା ଦେଖିବାକୁ ମିଳୁଛି। ଗତ କିଛି ବର୍ଷ ହେଲା ହାତୀ ଆତଙ୍କ ଦେଖିବାକୁ ମିଳିଥିଲା। ହାତୀ ଆକ୍ରମଣରେ ତିନି ଜଣ ମୃତ୍ୟୁ ବରଣ କରିଥିବା ବେଳେ ବହୁ ଗାଈଗୋରୁ ମୃତ୍ୟୁ ଏବଂ ଆହତ ହୋଇଥିଲେ।ହାତୀ ଉପଦ୍ରବକୁ ନେଇ ଲୋକ ରାଜରାସ୍ତାକୁ ଓହ୍ଲେଇଥିଲେ।

ହାତୀ ଉପଦ୍ରବ ଥମି ଟିକିଏ ଶାନ୍ତିରେ ଅଞ୍ଚଳବାସୀ ନିଶ୍ୱାସ ମାରୁଥିବା ବେଳେ ପୁଣି ବାଘ ଆତଙ୍କ ସମସ୍ତଙ୍କ ମନରେ। ୪ଫୁଟ ଲମ୍ବ ଏବଂ ଦୁଇ ଫୁଟ ଉଚ୍ଚତାର ଏକ କଲରାପତିରି ବାଘ ଘୁ.ଉଦୟଗିରି କଳିଙ୍ଗା ମୁଖ୍ୟ ରାଜ୍ୟ ରାଜପଥ ରାଇପଦା ନିକଟରେ ଏକ ଫାର୍ମ ହାଉସରେ ବୁଲିଥିବା ଦେଖିବାକୁ ମିଳିଥିଲା। ଫାର୍ମ ହାଉସରେ ଲାଗିଥିବା ଏକ ସିସି କ୍ୟାମେରାରେ ବାଘ ବୁଲୁଥିବା ଦୃଶ୍ୟ କଏଦ ହୋଇଥିଲା। ତାପରେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ଏହି ଦୃଶ୍ୟ। ବନବିଭାଗ ବାଘ ବୁଲିବା ଘଟଣା ଜାଣିବା ପରେ ତତ୍ପରତା ପ୍ରକାଶ କରି ସାରା ଅଞ୍ଚଳ ବୁଲି ପାଦ ଚିହ୍ନ ଚିହ୍ନଟ କରି ତାର ଗତିବିଧି ଉପରେ ନଜର ରଖିଥିବା ବେଳେ ବାଘକୁ ନେଇ ଚିନ୍ତାରେ ପଡିଯାଇଛି ବନ ବିଭାଗ।

ଆହୁରି ପଢ଼ନ୍ତୁ: High Alert in Israel: ହାଇଆଲର୍ଟରେ ଇସ୍ରାଏଲ: ଇରାନରେ ଯେ କୌଣସି ସମୟରେ ଆମେରିକାର ଆକ୍ରମଣ

ବାଘ ଚମଡ଼ା ବିକ୍ରି ଅଭିଯୋଗ

ଗତବର୍ଷ ନଭେମ୍ବର ମାସରେ ଏକ ବାଘ ଶିକାର କରି ଚମଡା ବିକ୍ରି କରିବା ଅଭିଯୋଗରେ କିଛି ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବନବିଭାଗ। ବାଘ ଶିକାର କରି ବାଘ ମାଂସ ଖାଇବା ସହ ତାର ନଖ,ଚମଡା ବିକ୍ରି କରିବାକୁ ରଖିଥିବା ବେଳେ ବନବିଭାଗ ଶିକାରରେ ବ୍ୟବହୃତ ବନ୍ଧୁକ ଏବଂ ଶିକାରୀ ଙ୍କୁ ଗିରଫ କରିଥିଲା। ବାଘ ଶିକାର କରି ତା ମାଂସ ରାନ୍ଧି ଖାଇଯାଇଥିଲେ ହେଲେ ବନବିଭାଗ ଏହାର ସୁରାକ ପାଇନଥିଲେ ବାଘ ଶିକାର ପରେ ଭିଡିଓ କରି ତାକୁ ପୋଷ୍ଟ କରିବା ପରେ ବନବିଭାଗ ବାଘ ଶିକାର ହୋଇଥିବା ବିଷୟରେ ଜାଣିପାରିଥିଲା। ବର୍ତମାନ ମଧ୍ୟ ବାଘ ର ଉପସ୍ଥିତି ଜାଣିବା ପରେ ଚିନ୍ତାରେ ପଡିଛି ବାଘଟି ଜଙ୍ଗଲରେ କିଭଳି ସୁରକ୍ଷିତ ଭାବେ ରହିପାରିବ। ଏହା ସହ ଲୋକ ଏବଂ ଗୋରୁଗାଈ, ଛେଳି କିଭଳି ବାଘ କବଳରୁ ସୁରକ୍ଷିତ ରହିବେ।

ଆହୁରି ପଢ଼ନ୍ତୁ: Congress MLA Arrest: ବହିଷ୍କୃତ କଂଗ୍ରେସ ବିଧାୟକ ରାହୁଲ ମାମକୁଟାଥିଲ ପୁଣି ଦୁଷ୍କର୍ମ ଅଭିଯୋଗରେ ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe