ଚୋରା ମହୁଲି ଭାଟି ଭାଙ୍ଗିଲେ ମହିଳା

ରାଜ୍ୟ | କନ୍ଧମାଳ ମଦର ପ୍ରାଦୁର୍ଭାବ ବଢୁଥିବାରୁ ଆଜି ରଟିଙ୍ଗିଆ ଗ୍ରାମପଞ୍ଚାୟତ ମହିଳା ହାତରେ ଠେଙ୍ଗା ଧରି ମହାସଂଘର ଶତାଧିକ ମହିଳା ମଦ କାରବାର କରୁଥିବା ପରିବାରକୁ ଯାଇ ମଦ ବନ୍ଦ ପାଇଁ କହିବା ସହିତ ମହୁଲ ପୋଚ ନଷ୍ଟ କରିବା, ହାଣ୍ଡି ଭାଙ୍ଗିବା ଭଳି କାର୍ଯ୍ୟକୁ ହାତକୁ ନେଇଛନ୍ତି।

Women broken wine factory

Women broken wine factory. Photograph: (Sambad )

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତରେ ମଦର ପ୍ରାଦୁର୍ଭାବ ବଢୁଥିବାରୁ ଆଜି ଗ୍ରାମ ପଞ୍ଚାୟତ ମହିଳା ହାତରେ ଠେଙ୍ଗା ଧରି ମହାସଂଘର ଶତାଧିକ ମହିଳା ମଦ କାରବାର କରୁଥିବା ପରିବାରକୁ ଯାଇ ମଦ ବନ୍ଦ ପାଇଁ କହିବା ସହିତ ମହୁଲ ପୋଚ ନଷ୍ଟ କରିବା, ହାଣ୍ଡି ଭାଙ୍ଗିବା ଭଳି କାର୍ଯ୍ୟକୁ ହାତକୁ ନେଇଛନ୍ତି। ଅଞ୍ଚଳରେ ମଦ କାରବାର ହେଉଥିବାରୁ ଅନେକ ପରିବାରରେ ବିଶୃଙ୍ଖଳା ସୃଷ୍ଟି ହେବା ସହିତ ଶିକ୍ଷା, ସ୍ଵାସ୍ଥ୍ୟ ଆର୍ଥିକ କ୍ଷେତ୍ରରେ ଅବନତି ଘଟୁଥିବାରୁ ଏହି ପରି ପଦକ୍ଷେପ ନେଇଥିବା ସମାଜସେବୀ ହୃଷିକେଶ ପ୍ରଧାନ ସୂଚନା ଦେଇଛନ୍ତି।

ଏହି ଖବର ପଢ଼ନ୍ତୁ: ଦେଶ-ବିଦେଶରେ ଓଡ଼ିଶାର ଆଦିବାସୀ ସଂସ୍କୃତି ପ୍ରଚାର କରିବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଗତ ମାସ ୨୦ ତାରିଖରେ ମଦ ବନ୍ଦ ପାଇଁ ବଡ଼ଧରଣର ସଚେତନତା ପଦ ଯାତ୍ରା କରି ଅଞ୍ଚଳର ବିଭିନ୍ନ ଗାଁରେ ସଚେତନ କରାଯାଇଥିଲା। ଏଥିରେ ମଦ ରାନ୍ଧୁଥିବା ପରିବାରକୁ ସମୟସୀମା ମଧ୍ୟରେ ମଦ ରନ୍ଧା ବନ୍ଦ କରିବାକୁ କୁହାଯାଇଥିଲା। ଏହି ଘଟଣାକୁ ନେଇ ପୁଣି ଆଜି ଅଞ୍ଚଳର ଶତାଧିକ ମହିଳାମାନେ ଏକଜୁଟ ହୋଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ଏହି ଖବର ପଢ଼ନ୍ତୁ: ପାଣିକୋଇଲି ଗୁଳିକାଣ୍ଡ: ଦୁଃଖ ପ୍ରକାଶ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଜିର ଏହି ମଦ ବନ୍ଦ କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିସନର ଏମବିକେ ଡି.ସବନମ, ମହାସଂଘର ସଭାନେତ୍ରୀ ଦମ୍ବିକା ନାୟକ, ସମ୍ପାଦିକା ରାଜଶ୍ରୀ ମଲ୍ଲିକ, ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ସମାଜସେବୀ ହୃଷିକେଶ ପ୍ରଧାନ, ଜିଏସଏମ ତରୁଲତା ଦିଗାଲ, ସିଆରପି ଏବଂ ଇସି ସଦସ୍ୟାମାନଙ୍କ ସମେତ ଗାଁର ମହିଳା ପ୍ରତିନିଧିମାନେ ଯୋଗ ଦେଇଥିଲେ। 

ଏହି ଖବର ପଢ଼ନ୍ତୁ: ଶ୍ରୀମନ୍ଦିର ମଧ୍ୟରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ: ମୁଖ୍ୟ ପ୍ରଶାସକ

ଦେଶୀ ମହୁଲି ମଦ ବନ୍ଦ ସତ୍ତ୍ୱେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ଚାଲୁଥିବା ଦେଖୁବାକୁ ମିଳୁଛି କହିବାକୁ ଗଲେ ଦେଶୀ ମହୁଲି ମଦ କାରବାର ଏକ କୁଟୀର ଶିଳ୍ପ ରେ ପରିଣତ ହୋଇଯାଇଛି।ଯେଉଁଠି ଅବକାରୀ ବିଭାଗ ନିଷ୍କ୍ରିୟ ସେଠି ବାଧ୍ୟ ହୋଇ ମହିଳା ମାନେ ସକ୍ରିୟ ହୋଇ ମାଡ଼ବିରୋଧୀ ଅଭିଯାନ ଆରମ୍ଭ କରିଥିବା ଦୃଶ୍ୟ ଦେଖୁବାକୁ ମିଳୁଛି।

ଏହି ଖବର ପଢ଼ନ୍ତୁ: ପରାଜୟ ପାଇଁ ୫ ଦାୟୀ: ପ୍ରତ୍ୟେକ ଇନିଂସରେ ବିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe