Kandhamal lovers attack him self Photograph: (sambad.in)
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କଲେଜରେ ପାଠ ପଢ଼ିବା ବେଳେ ପ୍ରଥମ ପରିଚୟ। ଏହା ପରଠାରୁ କଥାବାର୍ତ୍ତା ଏବଂ ଘନିଷ୍ଠତା। ନିବିଡ଼ତାରୁ ଗଢ଼ିଉଠିଲା ପ୍ରେମ ଏବଂ ଏହା ପରେ ବିବାହ। କିନ୍ତୁ ଏହି ପ୍ରେମ ବିବାହରେ ପ୍ରତିବନ୍ଧକ ସାଜିଲେ ପରିବାର, ଯେଉଁଥି ପାଇଁ ଜଣେ ଯୁବକଙ୍କୁ ଜୀବନ ହାରିବା ପାଇଁ ନେବାକୁ ପଡ଼ିଛି ପଦକ୍ଷେପ। ବ୍ଲେଡରେ ନିଜ ବେକକୁ କାଟି ଗୁରୁତର ଥିବା ଯୁବକ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ଏହି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି।
କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଆଜି ସକାଳେ ଜଣେ ପ୍ରେମିକ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ ଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ନିଜ ପ୍ରେମିକାକୁ ନେବାକୁ ଆସି ବିଫଳ ହେବା ପରେ ଯୁବକଙ୍କ ଆତ୍ମହତ୍ଯା ଉଦ୍ୟମ କରିଛି। ଖଜୁରୀପଡ଼ାର ଶୁଭ୍ରାଂଶୁ ସାହୁ (୨୨) ପାଖ ଗ୍ରାମର ଜଣେ ୨୧ବର୍ଷୀୟ ଯୁବତୀ ସହ ଫୁଲବାଣୀ କଲେଜରେ ପାଠ ପଢ଼ା ସମୟରେ ଦେଖା ସାକ୍ଷାତ ପରେ ବନ୍ଧୁତା ଏବଂ ତାପରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପ୍ରେମ ସମ୍ପର୍କ ପରେ ଉଭୟ ପରିବାରର ଅଜଣାତରେ ଶୁଭ୍ରାଂଶୁ ଓ ଖୁସିଙ୍କର ବିବାହ ହୋଇଥିଲା। କିନ୍ତୁ ଯୁବତୀରଙ୍କର ଜାତି ଭିନ୍ନ ହୋଇଥିବାରୁ ଶୁଭ୍ରାଂଶୁଙ୍କର ପରିବାର ଏହି ପ୍ରେମ ବିବାହ ସମ୍ପର୍କକୁ ସ୍ୱୀକାର କରିନଥିଲେ।
ମା’ଘରକୁ ଫେରି ଆସିଲେ ଯୁବତୀ
ଶାଶୁ ଘରେ ମାନସିକ ନିର୍ଯାତନା ପାଇଥିବାରୁ ଯୁବତୀ ନିଜ ଘରକୁ ଫେରି ଆସିଥିଲେ। କିନ୍ତୁ କିଛି ଦିନ ପରେ ଶୁଭ୍ରାଂଶୁ ମଧ୍ୟ ନିଜର ସ୍ତ୍ରୀ ଘରକୁ ଆସି ରହୁଥିଲେ। ଆଜି ସକାଳ ପ୍ରାୟ ୯ଟା ୩୦ରେ ସ୍ତ୍ରୀ ଗାଧୋଇବା ପାଇଁ ନିକଟରେ ଥିବା ଚୂଆଁକୁ ଯାଇଥିବା ବେଳେ ଶୁଭ୍ରାଂଶୁ ମଧ୍ଯ ନିଜ ପ୍ରେମିକା ପଛେପଛେ ଚୁଆଁକୁ ଯାଇ ନିଜ ଘର ଖଜୁରୀପଡ଼ାକୁ ଫେରିଯିବାକୁ କହିଥିଲା। ହେଲେ ପ୍ରେମିକା ଯିବା ପାଇଁ ମନା କରିଥିବାରୁ ଏକ ବ୍ଲେଡ ସାହାଯ୍ୟରେ ନିଜ ଗଳା କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ଶୁଭ୍ରାଂଶୁ ତଳେ ପଡ଼ିଯିବା ଦେଖି ଯୁବତୀ ଜଣକ ବାପା-ମା’ଙ୍କୁ ଡାକି ୧୧୨ ନମ୍ବରରେ ପୁଲିସ ସହ ଯୋଗାଯୋଗ କରିଥିଲେ।
ଆହୁରି ପଢ଼ନ୍ତୁ: Samastipur Case: ଜେଲରଙ୍କ ପ୍ରେମରେ ଦୁଇ ପିଲାର ମାଆ...
ଯୁବକଙ୍କ ଗଳାରେ ୧୮ଟି ଷ୍ଟିଚ୍
ଖବର ପାଇ ମହିଳା ଇନ୍ସପେକ୍ଟର ରଞ୍ଜିତା ବେହେରା ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ପୁଲିସ ଗାଡ଼ିରେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଯୁବକଙ୍କ ଗଳାରେ ୧୮ଟି ଷ୍ଟିଚ୍ ଲାଗିଥିବା କାର୍ଯ୍ୟରତ ଡାକ୍ତର କହିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସ୍ଥିତି ଗୁରୁତର ଦେଖି ଯୁବକଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
ଆହୁରି ପଢ଼ନ୍ତୁ: Death Threat Soro ଦୁଇ ଦିନ ତଳେ ପ୍ରେମିକାକୁ ପାଇବା ପାଇଁ, ଆଜି ପାରିବାରିକ କଳହ ଲାଗି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
Follow Us