Vigilance Raid Photograph: (sambad.in)
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଅଧୀନରେ ଡେରାବିଶ ଜଳସେଚନ ସବଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟ। ତାଙ୍କ ସହ ଜଡ଼ିତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଥିବା ଜଣାଯାଇଛି।
ଆଜି ଅର୍ଥାତ୍ ୦୭-୦୩-୨୦୨୬ ତାରିଖରେ, କେନ୍ଦ୍ରାପଡ଼ା ଜିଲ୍ଲା-କେନ୍ଦ୍ରପଡ଼ା ଜଳସେଚନ ଡିଭିଜନ ଅଧୀନରେ ଥିବା ଛତା, ଡେରାବିଶ ଜଳସେଚନ ସବଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ପ୍ରମୋଦ ରାୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ, ସ୍ୱତନ୍ତ୍ର ବିଚାରପତି, କଟକ ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଚଢ଼ଉ ଜାରି ରହିଛି।
Murder Child: ସାତ ବର୍ଷ ଶିଶୁକୁ ଅପହରଣ ପରେ ଗଳା କାଟି ହତ୍ୟା
ଚଢ଼ଉରେ ୨ ଅତିରିକ୍ତ ଏସପି, ୯ ଜଣ ଡିଏସପି ନିୟୋଜିତ
୨ ଜଣ ଅତିରିକ୍ତ ଏସ୍ପି, ୯ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟର, ୪ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଭଦ୍ରକ ଏବଂ ଭୁବନେଶ୍ୱରରେ ତାଙ୍କ ନିମ୍ନଲିଖିତ ୭ଟି ସ୍ଥାନରେ ଏକକାଳୀନଘର ତଲାସ କରାଯାଉଛି।
୧. ଭୁବନେଶ୍ୱରର ବାଲିଅନ୍ତାର ଜୋହାଲାରେ ଅବସ୍ଥିତ ଶ୍ରୀ ରାୟଙ୍କ ଚାରି ମହଲା ବିଶିଷ୍ଟ କୋଠା।
୨. କଟକର ଚୌଦ୍ୱାରର ଜଜଭୈରବରେ ଶ୍ରୀ ରାୟଙ୍କ ଦୁଇ ମହଲା ବିଶିଷ୍ଟ କୋଠା।
୩. କଟକ ଜିଲ୍ଲାର ବାଙ୍କିର ରଗଡିରେ ତାଙ୍କ ପୈତୃକ ଘର।
୪. ଭଦ୍ରକର ବୁଡଙ୍ଗାରେ ତାଙ୍କ ସମ୍ପର୍କୀୟଙ୍କ ଘର।
୫. ଡେରାବିଶ ଜଳସେଚନ କାର୍ଯ୍ୟାଳୟ, କେନ୍ଦ୍ରାପଡାରେ ତାଙ୍କ କାର୍ଯ୍ୟାଳୟ ଚାମ୍ବର ଏବଂ ଅସ୍ଥାୟୀ ବାସସ୍ଥାନ।
୬ ଢେଙ୍କାନାଳ ଜିଲ୍ଲା ସାନସାଥୀବାଟିଆରେ ତାଙ୍କ ସମ୍ପର୍କୀୟଙ୍କ ଘର।
୭. ଭୁବନେଶ୍ୱରର ପଟିଆରେ ତାଙ୍କ ସମ୍ପର୍କୀୟଙ୍କ ଘର।
Follow Us