Organ Donations: ୧୨ବର୍ଷୀୟ ଶୁଭମଙ୍କୁ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର

Advertisment

କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଜମ୍ଭିରା ଗ୍ରାମର ଶୁଭମ ଆୟତଙ୍କ ମୃତ୍ୟୁ ପରେ ଅନ୍ୟର ଜୀବନ ବଞ୍ଚାଇବାକୁ ପରିବାର ଲୋକଙ୍କ ସହାୟତାରେ ତାଙ୍କର ୩ଟି ଅଙ୍ଗ ଦାନ କରାଯାଇଛି, ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ମରଶରୀରକୁ ଗାର୍ଡ ଅଫ୍‌ ଅନର...

କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଜମ୍ଭିରା ଗ୍ରାମର ଶୁଭମ ଆୟତଙ୍କ ମୃତ୍ୟୁ ପରେ ଅନ୍ୟର ଜୀବନ ବଞ୍ଚାଇବାକୁ ପରିବାର ଲୋକଙ୍କ ସହାୟତାରେ ତାଙ୍କର ୩ଟି ଅଙ୍ଗ ଦାନ କରାଯାଇଛି, ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ମରଶରୀରକୁ ଗାର୍ଡ ଅଫ୍‌ ଅନର...

Untitled-24.jpg

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଜମ୍ଭିରା ଗ୍ରାମର ଶୁଭମ ଆୟତଙ୍କ ମୃତ୍ୟୁ ପରେ ଅନ୍ୟର ଜୀବନ ବଞ୍ଚାଇବାକୁ ପରିବାର ଲୋକଙ୍କ ସହାୟତାରେ ତାଙ୍କର ୩ଟି ଅଙ୍ଗ ଦାନ କରାଯାଇଛି, ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ମରଶରୀରକୁ ଗାର୍ଡ ଅଫ୍‌ ଅନର ଦିଆଯାଇ ସମ୍ମାନିତ କରାଯାଇଛି।

ଜମ୍ଭିରା ଗାଁର ଉପେନ୍ଦ୍ର ଆୟଚଙ୍କ ୧୨ବର୍ଷୀୟ ପୁଅ ଶୁଭମ ଅଣା ଗ୍ରାମରେ ନିଜ ମାମୁଁ ଘରେ ରହି ସପ୍ତମ ଶ୍ରେଣୀରେ ପାଠ ପଢୁଥିଲା। ଗତ ୧୪ ତାରିଖ ଦିନ ମାମୁଁଘର ଲୋକଙ୍କ ସହିତ ପୁରୀ ବୁଲିବାକୁ ଯାଇଥିଲା। ପୁରୀ ସମୁଦ୍ରକୂଳ ନିକଟରେ ଠିଆ ହୋଇଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ତାକୁ ଧକ୍କା ଦେଇ ପଳାଇଥିଲା। ଗୁରୁତର ଅବସ୍ଥାରେ ତାକୁ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାର ଆଜି ମୃତ୍ୟୁ ଘଟିଛି। ମୃତ୍ଯୁ ପରେ ପରିବାର ଲୋକେ ଅଙ୍ଗଦାନ ନିମନ୍ତେ ନିଷ୍ପତି ନେଇଥିଲେ। ଅଙ୍ଗଦାନ ଦ୍ବାରା ଆଉ କାହାର ଆବଶ୍ୟକ‌ତା ପୂରଣ ହୋଇପାରିବ  ବୋଲି ପରିବାର ଲୋକେ ଚିନ୍ତା କରିବା ପରେ ଶୁଭମର ଅଙ୍ଗଦାନ କରାଯାଇ ଥିଲା।  

ଆହୁରି ପଢ଼ନ୍ତୁ: Super 8 match from Saturday: ଶନିବାରଠୁ ସୁପର-୮ ମୁକାବିଲା

ତେବେ ଏହା ଏକ ମହତ କାମ ଏବଂ ଏହାଦ୍ୱାରା ସମାଜକୁ ଅଙ୍ଗଦାନ କରିବାର ବାର୍ତ୍ତା ଯିବ। ଆଜି ସନ୍ଧ୍ୟା ୫ ଟାରେ ଶୁଭମର ମରଶରୀର ଭୁବନେଶ୍ୱରରୁ ଆସି ମଣା ଛକରେ ପହଞ୍ଚିବା ପରେ ମାମୁଁ ଘର ଗ୍ରାମ ପରିକ୍ରମା କରିବା ପରେ ହାଟଡିହି, ମରୈଗାଁ, ଶଙ୍ଖଶା ଆଦି ଗାଁ ଦେଇ ଜିମ୍ଭିରା ରେ ପହଞ୍ଚିବା ପରେ ଶହଶହ ଯୁବକ ଏକ ବାଇକ ଶୋଭାଯାତ୍ରାରେ ଶୁଭମ ଆୟଚ ଅମର ରହେ ଧ୍ୱନୀ ଦେଇ ଗାଁ ମୁଣ୍ଡ ହାଇସ୍କୁଲ ପଡିଆ ନିକଟକୁ ପାଛୋଟି ନେଇଥିଲେ। ସେଠାରେ  ହଜାର ହଜାର ଗ୍ରାମବାସୀଙ୍କ ଗହଣରେ  ସୋସୋ ଥାନା ଅଧିକାରୀ କାନନ ସାହୁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପଗୁଚ୍ଛ ଦେଇ  ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ତାଙ୍କୁ  ଗାର୍ଡ ଅଫ ଅନର ଦିଆ ଯାଇଥିଲା। ପରେ ତାଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରିବା ପରେ ଗାଁ ସ୍ମଶାନ ରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe