ତେଲକୋଇ: କେନ୍ଦୁଝରଜିଲ୍ଲା ତେଲକୋଇ ଥାନା ପୁରୁଯୋଡା ପଞ୍ଚାୟତ ଅନ୍ତର୍ଗତ କରଙ୍ଗାପାଳ ଗ୍ରାମର ସିଆରପିଏଫ ଯବାନ ଶୁଖଲାଲ କୁଙ୍କାଲଙ୍କ ୪୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଯାଇଛି` ଭୁବନେଶ୍ୱର ନୟାପଲ୍ଲୀ ସିଆରପିଏଫ କ୍ୟାମ୍ପରେ ଗତକାଲି ସନ୍ଧ୍ୟାରେ ହୃଦଘାତରେ ପୀଡ଼ିତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥି‌ଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ଘଟିଯାଇଛି।

Advertisment

ଆହୁରି ପଢ଼ନ୍ତୁ: Kidnap From infront of SP office: ଏସପିଙ୍କ ଅଫିସ ସାମ୍ନାରୁ ଯୁବତୀଙ୍କୁ ଅପହରଣ କଲେ ପରିବାର ସଦସ୍ୟ

ଆଜି ଗାର୍ଡ ଅଫ୍ ଅନର ସହିତ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସେ ୨୦୦୩ରେ ସିଆରପିଏଫରେ ଯୋଗଦେଇ ଦେଶ ମାତୃକାର ସେବାରେ ବ୍ରତୀ ରହିଥିଲେ। ୨୦୨୩ରୁ ସେ ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ସିଆରପିଏଫ କ୍ୟାମ୍ପରେ ଦାୟିତ୍ଵ ନିର୍ବାହ କରି ଆସୁଥିଲେ। ଘରେ ତାଙ୍କର ବିଧବା ସ୍ତ୍ରୀ ସହିତ ୧୫ ବର୍ଷର ଝିଅ ଅଛନ୍ତି। କରଙ୍ଗାପାଳର ମହାବୀର କୁଙ୍କାଲଙ୍କ ସେ ଥିଲେ ବଡ଼ ପୁଅ। ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: Boeing 767 Landing Crisis: ବୋଇଂର ୮ ଟାୟାର ଫାଟିଲା, ୨୨୧ ଯାତ୍ରୀ ଅଳ୍ପକେ ରକ୍ଷା ପାଇଲେ