Keonjhar: ଶ୍ରେଷ୍ଠ ଜିଲ୍ଲା ହେବ କେନ୍ଦୁଝର: ମୁଖ୍ୟମନ୍ତ୍ରୀ

Advertisment

କେନ୍ଦୁଝର ଖୁବ୍‌ଶୀଘ୍ର ରାଜ୍ୟର ଶ୍ରେଷ୍ଠ ଜିଲ୍ଲା ହେବ। ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜିଲ୍ଲା ପାଇଁ ୧୭୦୮ କୋଟି ଟଙ୍କାର ୩୫ଟି ପ୍ରକଳ୍ପର ଶିଳାନ୍ୟାସ ସହିତ ୧୯୪କୋଟି....

କେନ୍ଦୁଝର ଖୁବ୍‌ଶୀଘ୍ର ରାଜ୍ୟର ଶ୍ରେଷ୍ଠ ଜିଲ୍ଲା ହେବ। ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜିଲ୍ଲା ପାଇଁ ୧୭୦୮ କୋଟି ଟଙ୍କାର ୩୫ଟି ପ୍ରକଳ୍ପର ଶିଳାନ୍ୟାସ ସହିତ ୧୯୪କୋଟି....

CM Mohan Charan Majhi

CM Mohan Charan Majhi Photograph: (Sambad )

କେନ୍ଦୁଝର: କେନ୍ଦୁଝର ଖୁବ୍‌ଶୀଘ୍ର ରାଜ୍ୟର ଶ୍ରେଷ୍ଠ ଜିଲ୍ଲା ହେବ। ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜିଲ୍ଲା ପାଇଁ ୧୭୦୮ କୋଟି ଟଙ୍କାର ୩୫ଟି ପ୍ରକଳ୍ପର ଶିଳାନ୍ୟାସ ସହିତ ୧୯୪କୋଟି ଟଙ୍କାର ୩୬ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଧରଣୀଧର କଲେଜ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ତାରିଣୀଙ୍କ ପୀଠର ଉନ୍ନୟନ ପ୍ରକଳ୍ପ ଶିଳାନ୍ୟାସ ହେବା ଦିନରୁ କେନ୍ଦୁଝର ଜିଲ୍ଲାର ବିକାଶ ତ୍ବରାନ୍ବିତ ହୋଇଛି। କେନ୍ଦୁଝର ହେଉଛି ଉତ୍କୃଷ୍ଟ ପ୍ରାକୃତିକ ସମ୍ପଦ, ସମୃଦ୍ଧ ସାସ୍କୃତିକ ଐତିହ୍ୟ ଏବଂ କର୍ମଠ ଲୋକଙ୍କ ଭୂମି। ଖଣିଜ ପଦାର୍ଥଠାରୁ ଆରମ୍ଭ କରି ଜଙ୍ଗଲ, କୃଷି, ମାନବସମ୍ବଳ ଦିଗରେ କେନ୍ଦୁଝର ସର୍ବଦା ରାଜ୍ୟର ଅଭିବୃଦ୍ଧିକୁ ଶକ୍ତି ପ୍ରଦାନ କରିଆସିଛି। କେନ୍ଦୁଝର ଏକ ଇସ୍ପାତନଗରୀ ଭାବେ ଓଡ଼ିଶାର ଅର୍ଥନୀତିରେ ଆହୁରି ଅବଦାନ ରଖିବ। ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ୬ ଥାକିଆ କରାଯିବ। ବଡ଼ବିଲରେ ଏକ ରିଂରୋଡ୍‌ ହେବ। 

Narendra Modi: ‘ଭାରତର ଯୁବପିଢ଼ି ଦେଶକୁ ଦାସତ୍ୱର ମାନସିକତାରୁ ମୁକ୍ତ କରିବା ପାଇଁ ସଂକଳ୍ପ ନେବା ଉଚିତ’

୧୯୦୦ କୋଟିର ମକର ଭେଟି

ଆସନ୍ତା ୩-୪ ବର୍ଷ ଭିତରେ କେନ୍ଦୁଝର ରାଜ୍ୟର ଏକ ଶ୍ରେଷ୍ଠ ଜିଲ୍ଲା ହେବ। ଆଞ୍ଚଳିକ ବୈଷମ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୦୦ ମସିହା ପରେ ସେ ଅନେକ ଥର ବିଧାନସଭା ଭିତରେ ଓ ବାହାରେ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଏହାର ସମାଧାନ ପାଇଁ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ଟାସ୍କ ଫୋର୍ସ ଗଠନ ହୋଇଛି। ରିପୋର୍ଟ ଆସିବା ପରେ ଦୁଇ ବିକାଶ ପରିଷଦକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରାଯିବ। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ପାଇଁ ୧୧୦ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଦୁଇଦିନ ତଳେ ସମ୍ବଲପୁରରେ ୯୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଧନୁଯାତ୍ରା ଅବସରରେ ବରଗଡ଼ ଜିଲ୍ଲା ପାଇଁ ୯୮୦ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରାଯାଇଛି। ସରକାରଙ୍କ ବିକାଶମୂଳକ କାର୍ଯ୍ୟ କୌଣସି ଗୋଟିଏ ଜିଲ୍ଲା ଭିତରେ ସୀମିତ ନୁହେଁ।

BJD Strike: ମଣ୍ଡି ଅବ୍ୟବସ୍ଥା ନେଇ ଟ୍ରେଲର ଦେଖାଇଲୁ, ପିଲ୍ମ ଦେଖାଇବୁ: ବିଜେଡି

ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଶିଳ୍ପ, ପୁଞ୍ଜିନିବେଶ ଓ ରୋଜଗାରକୁ ଗୁରୁତ୍ବ ଦେଲେ ସୁନାର ଓଡ଼ିଶା ଗଠନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟବାସୀଙ୍କ ଜୀବନ ଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନକୁ ସରକାର ପ୍ରାଥମିକତା‌ ଦେଉଛନ୍ତି।  ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରଖିଛନ୍ତି। ଗୋଟିଏ ବି ଜିଲ୍ଲା ଦୁର୍ବଳ ହେଲେ ବିକଶିତ ଓଡ଼ିଶାର ସ୍ୱପ୍ନ ଅଧୁରା ରହିଯିବ। ପ୍ରତି ଜିଲ୍ଲାକୁ ଶିଳ୍ପସମୃଦ୍ଧ କରି କରି ଗଢ଼ି ତୋଳିବା ସରକାରଙ୍କର ଅନ୍ୟ ଏକ ଲକ୍ଷ୍ୟ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ସାଂସଦ ଅନନ୍ତ ଚରଣ ନାୟକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ନାୟକ, ଜିଲ୍ଲାପାଳ ବିଶାଳ ସିଂ, ଡିଆଇଜି ବ୍ରିଜେଶ ରାୟ, ଏସ୍‌ପି ନିତୀନ କୁଶଲକର୍‌, ଡିଏଫ୍‌ଓ ଏଚଡି ଧନରାଜ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe