Photograph: (sambad.in)
ବଡ଼ବିଲ: ସଡ଼କ ଦୁର୍ଘଟଣାରେ ଗର୍ଭବତୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳରେ ଆଜି ଅପରାହ୍ନ ୨ଟାରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳା ହେଲେ ସସ୍ମିତା ମହାନ୍ତ (୨୯)। ମନୋରଂଜନ ମହାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଯୋଡ଼ା ପଟୁ ବଡ଼ବିଲ ଅଭିମୁଖେ ଆସୁଥିବା ଏକ ବାଇକ୍ରେ କେନ୍ଦୁଝର ଜିଲ୍ଲା ଜ୍ୟୋତିପୁର ଅଞ୍ଚଳର ଏକ ଦମ୍ପତି ଯାଉଥିଲେ। ବଡ଼ବିଲସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନିର କର୍ମଚାରୀ ମନୋରଞ୍ଜନ ମହାନ୍ତ(୩୩ବର୍ଷ) ତାଙ୍କ ଅସୁସ୍ଥ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଯୋଡ଼ାସ୍ଥିତ ଟିସ୍କୋ ଡାକ୍ତରଖାନାକୁ ଯାଇଥିଲେ। ଚିକିତ୍ସା ସାରି ବଡ଼ବିଲ ଫେରୁଥିବା ସମୟରେ ସେରେଣ୍ଡା ନିକଟ ଭୁସୁଗାଁ ନିକଟରେ ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସ୍ଵାମୀ ମନୋରଞ୍ଜନ ରାସ୍ତାର ବାମ ପରେ ପଡିଯାଇଥିବାବେଳେ, ସ୍ତ୍ରୀ ଡାହାଣ ପଟେ ପଡ଼ିଯାଇଥିଲେ। ପଛ ପଟୁ ଆସୁଥିବା ଟ୍ରକ୍ ସ୍ତ୍ରୀ ଉପରେ ମାଡି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିତିଲା। ମନୋରଂଜନ ଗୁରୁତର ଆହତ ହୋଇଥିଲେ।
ଆହୁରି ପଢ଼ନ୍ତୁ: ସଡ଼କ ଦୁର୍ଘଟଣା ରୋକିବାକୁ ବଡ଼ ଯୋଜନା: ଏକ୍ସପ୍ରେସୱେରେ ପରସ୍ପର ସହ କଥା ହେବେ କାର୍
ମନୋରଂଜନଙ୍କୁ ବଡ଼ବିଲ ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ତେବେ ଅପରାହ୍ନ ୨ ଘଟିକାରେ ନିଏଣ୍ଟ୍ରି ଖୋଲିଯାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।
Follow Us