Dead: ଶୋଇବା ଘରେ ବେଡ଼ସିଟ୍‌ ଲଗାଇ ଝୁଲି ପଡ଼ିଲେ ଫିଜିଓଥେରାପି ଛାତ୍ର

Advertisment

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା କୁରୁଞ୍ଜିପୁରର ଉମେଶ ପ୍ରଧାନଙ୍କ ପୁଅ ତରୁଣ ପ୍ରଧାନ ଓରଫ ଓମ (୨୦) ଶୋଇବା ଘରେ ବେଡ଼ସିଟ ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି। ବାଲିପାଟଣା ପୁଲିସ ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା କୁରୁଞ୍ଜିପୁରର ଉମେଶ ପ୍ରଧାନଙ୍କ ପୁଅ ତରୁଣ ପ୍ରଧାନ ଓରଫ ଓମ (୨୦) ଶୋଇବା ଘରେ ବେଡ଼ସିଟ ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି। ବାଲିପାଟଣା ପୁଲିସ ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

Untitled-12.jpg

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା କୁରୁଞ୍ଜିପୁରର ଉମେଶ ପ୍ରଧାନଙ୍କ ପୁଅ ତରୁଣ ପ୍ରଧାନ ଓରଫ ଓମ (୨୦) ଶୋଇବା ଘରେ ବେଡ଼ସିଟ ବେକରେ ବାନ୍ଧି ଜୀବନ ହାରିଛନ୍ତି। ବାଲିପାଟଣା ପୁଲିସ ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଓମ ଜଣେ ମେଧାବୀ ଛାତ୍ର ଥିଲେ ଏବଂ ଫିଜିଓଥେରାପି ଅଧ୍ୟ୍ୟୟନ ସହ ଅଭ୍ୟାସ କରୁଥିଲେ। ଏହି ଘଟଣାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଏହା ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଇଛି। 

ସୂଚନା ଅନୁସାରେ ତରୁଣ ବାପା, ମା’ଙ୍କ ଏକମାତ୍ର ପୁଅ ଅଟନ୍ତି। ସେ ଜଣେ ଉଚ୍ଚ ଶିକ୍ଷିତ ଛାତ୍ର। ପାଠପଢା ପରେ ଫିଜିଓଥେରାପିରେ ଆଡ଼ମିସନ କରିଥିଲେ ଏବଂ ବାଲିପାଟଣାର ଏକ ଫିଜିଓଥେରାପି କ୍ଲିନିକରେ ଅଭ୍ୟାସ ଜାରି ରଖିଥିଲେ। ଓମ ଗତକାଲି ଏକ ବିବାହ ଭୋଜିରେ ଯୋଗଦେଇ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ଆଜି ସକାଳୁ ଉଠିବାରେ ବିଳମ୍ୱ ହେବାରୁ ଘର ଲୋକେ କବାଟ ବାଡେଇ ଡାକିଥିଲେ।  ଘର ଭିତରୁ କୌଣସି ଶବ୍ଦ ଶୁଣାଯାଇ ନ ଥିଲା। ଶେଷରେ ପରିବାର ଲୋକେ କବାଟ କିଳିଣି ଭାଙ୍ଗି ଥିଲେ। ଆଜବେଷ୍ଟ ଘରେ ବେଡ଼ସିଟ ବେକରେ ବାନ୍ଧି ଓମଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିବା ସହ ପୁଲିସକୁ ଖବର ଦେଇଥିଲେ।

ଆହୁରି ପଢ଼ନ୍ତୁ: Quentin Griffiths : ୧୭ମହଲାରୁ ଡେଇଁପଡ଼ିଲେ ଫ୍ୟାସନ୍ ଡିଜାଇନର୍, ୫୮ବର୍ଷରେ ଦୁଃଖଦ ମୃତ୍ୟୁ ,ପତ୍ନୀ ଲଗାଇଥିଲେ ସାଂଘାତିକ ଅଭିଯୋଗ

ପୁଲିସ ପହଁଞ୍ଚି ଶବ ଜବତ କରିବା ପରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଓମ ଜଣେ ଅତ୍ୟନ୍ତ ସରଳ ସ୍ଵଭାବର ପିଲା ଥିବା ସାଙ୍ଗସାଥି କହିଛନ୍ତି। ଏହା ପ୍ରେମଜନିତ କାରଣ ବୋଲି ଅନୁମାନ କରାଯାଉଛି। ଓମଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ମୋବାଇଲରୁ ସମସ୍ତ ତଥ୍ୟ ଡିଲିଟ କରିଦେଇଥିବା ସମ୍ପର୍କୀୟ କହିଛନ୍ତି। ଯୁବକଙ୍କ ମୃତ୍ୟୁରେ ପରିବାର ଲୋକେ ସମ୍ପୂର୍ଣ ମର୍ମାହତ ହୋଇ ପଡିଛନ୍ତି। ପୁଲିସ ଅଧିକ ଅନୁସନ୍ଧାନ କଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସାଧାରଣରେ ଦାବି ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe