ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ଅନ୍ତର୍ଗତ ପଙ୍ଗାରସିଂହ ପଞ୍ଚାୟତର ଚିରାମାରୁ ଆଦିବାସୀସାହିରେ ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ୮ଟି ପରିବାରର ବାସଗୃହ ସମେତ ଲକ୍ଷାଧିକ ଟଙ୍କାର ଆସବାପତ୍ର ଜଳିପୋଡି ଛାରଖାର ହୋଇଯାଇଛି।
ସୂଚନା ମୁତାବକ ଶନିବାର ସନ୍ଧ୍ୟା ସମୟରେ କେହି କିଛି ବୁଝିବା ପୂର୍ବରୁ ନିଆଁ ଆଉ ନିଆଁ ଚିତ୍କାର ଶୁଣି ଯିଏ ଯେଉଁଠି ଥିଲେ ବାଲଟି, ଗରା ଧରି ପାଣିପାଇଁ ଧାଁଧପଡ଼ କରିଥିଲେ। ନିଆଁ ଗୋଟିଏ ଘରୁ ଅନ୍ୟ ଘରକୁବ୍ୟାପି ଚାଲିଥିଲା। ଗାଁ ଲୋକେ ପାଣି ଏବଂ କଦଳୀ ଗଛ ବ୍ୟବହାର କରି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। ସେପଟେ ବେଗୁନିଆ ଓ ବାଙ୍କି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ବାଙ୍କି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଜଳୁଥିବା ନିଆଁକୁ ଆୟତ କରିବା ବେଳକୁ ନିଆଁର ଆଁରେ ସାହିର ପ୍ରମୋଦ ନାଏକ, ପ୍ରଶାନ୍ତ ନାଏକ, ଲକ୍ଷ୍ମୀଧର ନାଏକ, ବାଉରୀବନ୍ଧୁ ନାଏକ, ବ୍ରଜବନ୍ଧୁ ନାଏକ, ନଣ୍ଡା ନାଏକ, ଶୁଶା ନାଏକ, ବନ୍ଧୁଆ ନାଏକଙ୍କ ପ୍ରମୁଖଙ୍କ ଚାଲଘର, ଆଜବେଷ୍ଟସ ଘର ସମେତ ସମସ୍ତ ଆସବାପତ୍ର ଜଳିପୋଡି ପାଉଁଶ ହୋଇସାରିଥିଲା।
ଆହୁରି ପଢ଼ନ୍ତୁ: Worldcup Issue: ବିଶ୍ବକପ୍ ବିବାଦକୁ ନେଇ ବାଂଲାଦେଶ କ୍ରିକେଟ୍ରେ ଝଡ଼, ନିଜ ସ୍ଥିତିକୁ ବୁଝ, ବିସିସିଆଇ ସହ ଲାଗନି କହିଲେ ତମିମ
ବିଦ୍ୟୁତ୍ ସର୍ଟସର୍କିଟ୍!
ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ବିଦ୍ୟୁତ ସର୍ଟ ସର୍କ୍ରିଟରୁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବାହିନୀ ପ୍ରାଥମିକ ତଦନ୍ତରୁ ଆକଳନ କରିଛି। ଲକ୍ଷଧିକ ଟଙ୍କାର କ୍ଷୟକ୍ଷତି ଘଟିଥିବା ସୂଚନା ଦେଇଛି। ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ଆଗ୍ନିକମାନେ ଏବେ ଖୋଲା ଆକାଶ ତଳେ ରହିଛନ୍ତି। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ବେଗୁନିଆ ତହସିଲଦାର ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ କହିଛନ୍ତି ସରକାରଙ୍କ ନିୟମ ଅନୁଯାୟୀ ବିପନ୍ନମାନଙ୍କୁ ସହାୟତା ଯୋଗାଇ ଦିଆଯିବ।
Follow Us