Heart Attack Death: ଦୃଦ୍‌ଘାତର ଶିକାର ହୋଇ ଉପସ୍ଥିତ ବୁଦ୍ଧି ଲଗାଇଲେ ବସ୍‌ ଡ୍ରାଇଭର, ବର୍ତ୍ତିଗଲେ ଯାତ୍ରୀ

ଜୀବନ ରୂପକ ଦଉଡ଼ି କେତେ ଲମ୍ବା ତାହା କେହି ଜାଣି ନଥାନ୍ତି। ଏହି ଦଉଡ଼ି ଯେକୌଣସି ସମୟରେ ଛିଣ୍ଡିଯିବାର ସମ୍ଭାବନା ମଧ୍ୟ ରହିଛି। ‌ଜଣେ ବ୍ୟକ୍ତି କୌଣସି କାମକୁ ନେଇ ବାହାରକୁ ଯାଇଥାଏ। ଏହି ଯିବା ରାସ୍ତାରେ କ’ଣ ଘଟଣା ବା ଦୁର୍ଘଟଣା ଘଟିବ, ତାହା ଦଇବ ହିଁ ସ୍ଥିର କରିଥାନ୍ତି।

Untitled-23

Bus driver dead after heart attack in Bolagarh of Khordha district. Photograph: (sambad.in)

ବୋଲଗଡ଼ (ମନୋରଂଜନ ମିଶ୍ର): ଜୀବନ ରୂପକ ଦଉଡ଼ି କେତେ ଲମ୍ବା ତାହା କେହି ଜାଣି ନଥାନ୍ତି। ଏହି ଦଉଡ଼ି ଯେକୌଣସି ସମୟରେ ଛିଣ୍ଡିଯିବାର ସମ୍ଭାବନା ମଧ୍ୟ ରହିଛି। ‌ଜଣେ ବ୍ୟକ୍ତି କୌଣସି କାମକୁ ନେଇ ବାହାରକୁ ଯାଇଥାଏ। ଏହି ଯିବା ରାସ୍ତାରେ କ’ଣ ଘଟଣା ବା ଦୁର୍ଘଟଣା ଘଟିବ, ତାହା ଦଇବ ହିଁ ସ୍ଥିର କରିଥାନ୍ତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରେ ଆଜି ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି, ଯାହା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ପ୍ରାୟ ୭୦ ଜଣ ଯାତ୍ରୀଙ୍କୁ ନେଇ ଆଗକୁ ବଢୁଥିବା ଯାତ୍ରୀବାହୀ ବସ୍‌ର ଡ୍ରାଇଭରଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ମୃତ ବସ ଡ୍ରାଇଭର  ଜଣକ ହେଲେ ଶରତ ଚନ୍ଦ୍ର ମାର୍ଥା (୫୫)। 

ଭୁବନେଶ୍ବରରୁ ଭଂଜନଗର ଯାଉଥିଲା ଯାତ୍ରୀବାହୀ ବସ୍‌

ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତ ଅଧୀନ ଗୋଡ଼ିଆଳି ଗାଁର ବାସିନ୍ଦା ଶରତ ମାର୍ଥା ଅନ୍ୟ ଦିନ ଭଳି ଆଜି ମଧ୍ୟ ଭୁବନେଶ୍ବର ବରମୁଣ୍ଡାରୁ ଯାତ୍ରୀବାହୀ ବସ୍‌ ‘ବିଶାଖା’ ନେଇ ବାହାରି ଥିଲେ। ଅପରାହ୍‌ଣ ପ୍ରାୟ ୩ଟାରେ ସେ ଗଂଜାମ ଜିଲ୍ଲା ଭଂଜନଗର ଅଭିମୁଖେ ବାହାରିଥିଲେ। ‌ବୋଲଗଡ଼ ପହଞ୍ଚିବା ପୂର୍ବରୁ ତାଙ୍କର ଛାତି ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହା ପରେ ମଧ୍ୟ ସେ ଉପସ୍ଥିତ ବୁଦ୍ଧି ଲଗାଇ ବସ୍‌କୁ ବୋଲଗଡ଼ ବସ୍‌ଷ୍ଟାଣ୍ଡରେ ପହଞ୍ଚାଇ ଥିଲେ। କିନ୍ତୁ ସେତେବେଳକୁ ‌ତାଙ୍କର ଅବସ୍ଥା ଗୁରୁତର ହୋଇସାରିଥିଲା। 

ଆହୁରି ପଢ଼ନ୍ତୁ: Temple Accident Story: ୨୦ବର୍ଷରେ ଦେଶର ବିଭିନ୍ନ ମନ୍ଦିରରେ ଘଟିଛି ଛାତିଥରା ଦୁର୍ଘଟଣା

ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଅଧିକ ଅସୁସ୍ଥ ହୋଇଯିବା ପରେ ବସ୍‌ର ହେଲପର ସ୍ଥାନୀୟ ଲୋକଙ୍କର ସହାୟତରେ ଶରତଙ୍କୁ ଏକ ଅଟୋରେ ନେଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ‌ ଘୋଷଣା କରିଥିଲେ। ଏହି ଅଭାବନୀୟ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଶୁଣାଯାଉଛି, ଶରତ ନିଜେ ଯନ୍ତ୍ରଣାରେ ଛଟପଟ ହୋଇ ମଧ୍ୟ ଧୈର୍ଯ୍ୟର ସହିତ ବସ୍‌ର ଭାରସାମ୍ୟ ହରାଇ ନଥିଲେ। ସେ ସିନା ଆଉ ନାହାନ୍ତି, ହେଲେ ସେ ବସ୍‌ର ଯାତ୍ରୀଙ୍କୁ ଜୀବନକୁ ରକ୍ଷା କରିଛନ୍ତି।  

ଅଧିକ ପଢ଼ନ୍ତୁ: ହୃଦଘାତରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ, ମରିବା ପୂର୍ବରୁ ବଂଚାଇଦେଲେ ୪୦ ଜଣ ଯାତ୍ରୀଙ୍କ ଜୀବନ

ବେସାହାର ହୋଇଗଲେ ପରିବାର

ରିପୋର୍ଟ ଲେଖାଯିବା ବେଳକୁ ଶରତଙ୍କର ମୃତଦେହ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶରତଙ୍କର ସଂପର୍କୀୟମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଡାକ୍ତରଖାନା ପରିସର ଓ ଶରତଙ୍କ ପୈତୃକ ନିବାସ କାନ୍ଦ ବୋବାଳିରେ ଫାଟି ପଡୁଛି। ଶରତଙ୍କ ସ୍ତ୍ରୀ ଏବଂ ଦୁଇ ପିଲା ବେସାହାର ହୋଇଯାଇଛନ୍ତି। ସେମାନେ କେମିତି ଚଳିବେ ସେଥିପାଇଁ ସରକାରୀ ସହାୟତା ଯୋଗାଇଦିଆଯିବାକୁ ସାଧାରଣରେ ମତପ୍ରକାଶ ପାଇଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe