Dead Body Found ଦେଢ ମାସ ପରେ ମିଳିଲା ଯୁବକଙ୍କ ଗଳିତ ମୃତଦେହ: ନିକଟରେ ପଡ଼ିଥିଲା ବାଇକ, ମୋବାଇଲ ଓ ବିଷ ବୋତଲ...

ସୁନିଲ ଭୁବନେଶ୍ୱର ପଳାଶୁଣୀ ଅଞ୍ଚଳରେ ଏକ ମୋବାଇଲ ଦୋକାନ କରିଥିଲେ। ଗତ ମାର୍ଚ୍ଚ ମାସରେ ସେ କେନ୍ଦ୍ରାପଡ଼ା ବିବାହ କରିଥିବାର ବି ସୂଚନା ମିଳୁଛି। ସୁନୀଲଙ୍କ ମୃତ୍ୟୁ କେମିତି, କେଉଁ ପରିସ୍ଥିତିରେ ଏତେ ଦୂରରେ ଘଟିଲା ସେ ବିଷୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି

deadbody found after 1 month

deadbody found after 1 month Photograph: (sambad.in)

ଜଂକିଆ: ସୁନିଲ ମାସେ ୧୪ ଦିନ ହେବ ନିଖୋଜ ଥିବାବେଳେ ପରିବାର ଲୋକେ ଭୁବନେଶ୍ୱର ମଞ୍ଚେଶ୍ଵର ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଆଜି ତାଙ୍କ ପୁଅ ସୁନିଲର ଶବ ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଅଚ୍ୟୁତପୁର ପଂଚାୟତ ନାଲସିଂହ ଅଟଳା ପାହାଡ଼ରେ ପଡ଼ିଥିବା ଖବର ପାଇ ଦୁଃଖର ପାହାଡ ମାଡ଼ି ବସିଥିଲା। ୭ ମାସ ତଳେ ବିବାହ ହୋଇଥିବା ସୁନିଲଙ୍କ ପରିବାର ଲୋକେ ମୃତ୍ୟୁ ଖବର ପାଇ ହତବାକ ହୋଇଯାଇଥିଲେ । 

ହତ୍ୟା ନା ଆତ୍ମହତ୍ୟା ?

ସୂଚନାଯୋଗ୍ୟ କି ଆଜି ସକାଳୁ ନାଲସିଂହ ଅଞ୍ଚଳର କିଛି ଲୋକ କାଠ ପାଇଁ ଉକ୍ତ ପାହାଡକୁ ଯିବା ସମୟରେ ଏକ ବାଇକ (ପଡିଥିବାର ପ୍ରଥମେ ଦେଖିଥିଲେ । ପରେ ଜଣେ ଯୁବକର ଗଳିତ ଶବ ପଡିଥିବାର ଦେଖିବାକୁ ପାଇଥିଲେ । ପାଖରେ ଦୁଇଟି ମୋବାଇଲ୍ ମଧ୍ୟ ପଡ଼ିଥିଲା। ପରେ ଜଂକିଆ ପୋଲିସ ଆଇଆଇସି ସୁଶାନ୍ତ କୁମାର ବେହେରା ଟିମ ସହ ପହଞ୍ଚି ପରିବାର ଲୋକଙ୍କୁ ଯୋଗାଯୋଗ କରିବା ପରେ ପରିବାର ଲୋକ ଘଟଣାସ୍ଥଳକୁ ଆସିଥିଲେ। ପରେ ଯୁବକଙ୍କର ପରିଚୟ ମିଳିଥିଲା। ମୃତକ ଜଣକ କଟକ ଜିଲ୍ଲା ନିଆଳି ଥାନା କୁଳଶ୍ରୀ ଗ୍ରାମର ଅମୂଲ୍ୟ ସାହୁଙ୍କ ପୁତ୍ର ସୁନିଲ କୁମାର ସାହୁ ( ୩୫)। 

jankia
jankia Photograph: (sambad.in)

ଆହୁରି ପଢନ୍ତୁ-

Fake Acid Attack: ମିଛ ଥିଲା ଏସିଡ ଆକ୍ରମଣ: ବାପାଙ୍କ କଥାରେ ପଡି ଷଡଯନ୍ତ୍ର ରଚିଥିଲେ ଯୁବତୀ

୭ ମାସ ତଳେ ହୋଇଥିଲା ବାହାଘର

ସୁନିଲ ଭୁବନେଶ୍ୱର ପଳାଶୁଣୀ ଅଞ୍ଚଳରେ ଏକ ମୋବାଇଲ ଦୋକାନ କରିଥିଲେ। ଗତ ମାର୍ଚ୍ଚ ମାସରେ ସେ କେନ୍ଦ୍ରାପଡ଼ା ବିବାହ କରିଥିବାର ବି ସୂଚନା ମିଳୁଛି। ସୁନୀଲଙ୍କ ମୃତ୍ୟୁ କେମିତି, କେଉଁ ପରିସ୍ଥିତିରେ ଏତେ ଦୂରରେ ଘଟିଲା ସେ ବିଷୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଂକିଆ ପୋଲିସ, ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବାବେଳେ ଟାଙ୍ଗୀ ଅତିରିକ୍ତ ତହସିଲଦାର ସନାତନ ବାରିକ ମାଜିଷ୍ଟ୍ରେଟ ଦାୟିତ୍ୱରେ ଆସି ପଞ୍ଚନାମା କରିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ହସ୍ପିଟାଲ ପଠାଯାଇଥିବା ଜଣାପଡିଛି। ଜଂକିଆ ଥାନାରେ ଏକ ଅପମୃତ୍ୟୁ ମାମଲା କେସ ନଂ ୨୬/୨୦୨୫ ରେ ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଆଇଆଇସି ସୁଶାନ୍ତ କୁମାର ବେହେରାଙ୍କ ଠାରୁ ଜଣାପଡିଛି।

ଆହୁରି ପଢନ୍ତୁ-

Bus Accident: ୪୭ ଯାତ୍ରୀଙ୍କୁ ନେଇ ଯାଉଥିଲା ଲକ୍ଷ୍ମୀ ବସ୍‌, ଘାଟିରୁ ଖସି ଦୁର୍ଘଟଣାଗ୍ରସ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe