ନୂଆଦିଲ୍ଲୀ: ସତ ନଥିଲା ଏସିଡ ଆକ୍ରମଣ | ନିଜ ବାପାଙ୍କ କଥାରେ ପଡି ନିରୀହ ଯୁବକଙ୍କୁ ଫସାଇବାର ହୀନ ଉଦ୍ୟମ କରିଥିଲେ ଯୁବତୀ | ଜାତୀୟ ରାଜଧାନୀ ଦିଲ୍ଲୀରେ ଘଟିଥିବା ଏହି ଚାଞ୍ଚଲ୍ୟକର ଏସିଡ୍ ଆକ୍ରମଣ ଘଟଣା ଏବେ ନୂତନ ମୋଡ଼ ନେଇଛି। ଦିଲ୍ଲୀ ପୋଲିସ ଜଣେ ୨୦ ବର୍ଷୀୟ କଲେଜ ଛାତ୍ରୀଙ୍କୁ ପଚରାଉଚରା କରିଛି ଯିଏ ତାଙ୍କ ପିତାଙ୍କ ନିର୍ଦ୍ଦେଶରେ ଏସିଡ୍ ଆକ୍ରମଣର ମିଛ ଅଭିନୟ କରିଥିଲେ। ପୋଲିସ ତଦନ୍ତରୁ ଜଣାପଡିଛି ଯେ ଏହି ଷଡ଼ଯନ୍ତ୍ର ପଛରେ ପିତାଙ୍କ ଉଦ୍ଦେଶ୍ୟ ଥିଲା ତାଙ୍କ ବିରୁଦ୍ଧରେ ଦାୟର ହୋଇଥିବା ଦୁଷ୍କର୍ମ ଅଭିଯୋଗର ପ୍ରତିଶୋଧ ନେବା।
ରବିବାର ଦିନ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ଦାବି କରିଥିଲେ ଯେ ଅଶୋକ ବିହାର ନିକଟରେ ତିନି ଜଣ ବ୍ୟକ୍ତି ତାଙ୍କ ଉପରେ ଏସିଡ୍ ଫିଙ୍ଗିଥିଲେ। ତେବେ ପୋଲିସ ତଦନ୍ତରୁ ଛାତ୍ରୀଙ୍କ ଦାବି ମିଥ୍ୟା ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ଏସିଡ୍ ଆକ୍ରମଣର କୌଣସି ପ୍ରମାଣ ପାଇ ନାହିଁ। ଘଟଣାସ୍ଥଳରୁ ସିସିଟିଭି ଫୁଟେଜରେ କୌଣସି ଆକ୍ରମଣକାରୀ ଦେଖାଯାଇନଥିଲେ । ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ଦଳ ମଧ୍ୟ ଅଞ୍ଚଳରେ ଛାନଭିନ କରିଥିଲେ ବି କୌଣସି ଏସିଡ୍ ବୋତଲ ପାଇନଥିଲା।
ଆହୁରି ପଢନ୍ତୁ: Rain Failed in Delhi: ଯେତେ ଯାହା କଲେ ବି ଏଥିପାଇଁ ଦିଲ୍ଲୀରେ ହୋଇପାରୁନି କୃତ୍ରିମ ବର୍ଷା
ତଦନ୍ତରୁ ଜଣାପଡିଛି ଯେ ଛାତ୍ରୀ ଜଣକ ମାମଲାରେ ଅଭିଯୁକ୍ତ ତାଙ୍କ ସମ୍ପର୍କୀୟଙ୍କୁ ଫସାଇବା ପାଇଁ ତାଙ୍କ ହାତରେ ଟଏଲେଟ୍ କ୍ଲିନର୍ ଢାଳି ଦେଇଥିଲେ। ପୋଲିସ ଛାତ୍ରୀଙ୍କ ପିତା ଆକିଲ୍ ଖାନଙ୍କୁ ଗିରଫ କରିଛି। ଖାନ ଜେରା ସମୟରେ ସ୍ୱୀକାର କରିଛନ୍ତି ଯେ ସେ ୨୦୨୧ ରୁ ୨୦୨୪ ମଧ୍ୟରେ ଯୌନ ନିର୍ଯାତନା ପାଇଁ ତାଙ୍କ ବିରୁଦ୍ଧରେ ଦାୟର ହୋଇଥିବା ଦୁଷ୍କର୍ମ ଅଭିଯୋଗର ପ୍ରତିଶୋଧ ନେବା ପାଇଁ ଏହି ମିଥ୍ୟା ଆକ୍ରମଣର ଷଡ଼ଯନ୍ତ୍ର କରିଥିଲେ।
ଆହୁରି ପଢନ୍ତୁ: Gehlot target Nitish Kumar: ନୀତିଶଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବାକୁ ମଧ୍ୟ ପ୍ରସ୍ତୁତ ନୁହେଁ: ଗେହଲଟ୍
ଉଲ୍ଲେଖ ଥାଉ କି ପୀଡିତା କହିଛନ୍ତି ଯେ ସେ ଅଶୋକ ବିହାରର ଲକ୍ଷ୍ମୀ ବାଇ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ। ଘଟଣା ଘଟିବା ସମୟରେ ସେ ଅତିରିକ୍ତ କ୍ଲାସ ପାଇଁ କଲେଜକୁ ଯାଉଥିଲେ। ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପରିଚିତ ଜିତେନ୍ଦ୍ର ଏବଂ ତାଙ୍କର ଦୁଇ ବନ୍ଧୁ ଈଶାନ ଏବଂ ଅରମାନ ଥିଲେ। ତିନି ଜଣ ଏକ ମୋଟରସାଇକେଲରେ ଆସିଥିଲେ। ପୀଡିତା ଅଭିଯୋଗ କରିଥିଲେ ଯେ ଈଶାନ ଅରମାନଙ୍କୁ ଏକ ଏସିଡ୍ ବୋତଲ ଦେଇଥିଲେ, ଯାହା ପରେ ଅରମାନ ପୀଡିତାଙ୍କ ଉପରେ ଏସିଡ୍ ଫିଙ୍ଗି ଦେଇଥିଲେ। ଯାହା ଏବେ ମିଛ ବୋଲି ଜଣାପଡିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/10/26/acid-attack-2025-10-26-21-01-37.jpg)