Advertisment

Dead:  ମା’ ପରେପରେ ଚାଲିଗଲା ପୁଅର ଜୀବନ; ଗୋଟିଏ ଘରୁ ଉଠିଲା ୨କୋକେଇ

Advertisment

ପୁଅର କାନ୍ଧ ଦେଇ ମଶାଣିକୁ ଯାଇଥାନ୍ତେ ମା’। ଆଉ ମା’ଙ୍କୁ କାନ୍ଧ ଦେଇ କୃତ୍ୟକୃତ୍ୟ ହୋଇଥାନ୍ତା ପୁଅର ଜୀବନ। କିନ୍ତୁ ଦଇବ ସେହିଭଳି ସମର୍ଥନ ଦେଲା ନାହିଁ। ବରଂ ମା’ର ମୃତ୍ୟୁ ପରେପରେ ଚାଲିଗଲା ପୁଅର ଜୀବନ। ମା’ ମରିବାର ଖବର ଶୁଣିବା ପରେ ହଠାତ ଅଟକି ଯାଇଥିଲା ପୁଅର ନିଶ୍ବାଃସ।

ପୁଅର କାନ୍ଧ ଦେଇ ମଶାଣିକୁ ଯାଇଥାନ୍ତେ ମା’। ଆଉ ମା’ଙ୍କୁ କାନ୍ଧ ଦେଇ କୃତ୍ୟକୃତ୍ୟ ହୋଇଥାନ୍ତା ପୁଅର ଜୀବନ। କିନ୍ତୁ ଦଇବ ସେହିଭଳି ସମର୍ଥନ ଦେଲା ନାହିଁ। ବରଂ ମା’ର ମୃତ୍ୟୁ ପରେପରେ ଚାଲିଗଲା ପୁଅର ଜୀବନ। ମା’ ମରିବାର ଖବର ଶୁଣିବା ପରେ ହଠାତ ଅଟକି ଯାଇଥିଲା ପୁଅର ନିଶ୍ବାଃସ।

Untitled-15

Mother and sons dies in Jeypore of Koraput. Photograph: (sambad.in)

ଜୟପୁର (ତରୁଣ କୁମାର ମହାପାତ୍ର): ପୁଅର କାନ୍ଧ ଦେଇ ମଶାଣିକୁ ଯାଇଥାନ୍ତେ ମା’। ଆଉ ମା’ଙ୍କୁ କାନ୍ଧ ଦେଇ କୃତ୍ୟକୃତ୍ୟ ହୋଇଥାନ୍ତା ପୁଅର ଜୀବନ। କିନ୍ତୁ ଦଇବ ସେହିଭଳି ସମର୍ଥନ ଦେଲା ନାହିଁ। ବରଂ ମା’ର ମୃତ୍ୟୁ ପରେପରେ ଚାଲିଗଲା ପୁଅର ଜୀବନ। ମା’ ମରିବାର ଖବର ଶୁଣିବା ପରେ ହଠାତ ଅଟକି ଯାଇଥିଲା ପୁଅର ନିଶ୍ବାସ। ମା’ ଓ ପୁଅର ସ˚ପର୍କ ଅତ୍ୟନ୍ତ ନିବିଡ଼। ୧୦ମାସ ୧୦ ଦିନ ଧରି ଯେଉଁ ମା’ ନିଜ ସନ୍ତାନକୁ ଗର୍ଭରେ ଧରି ଜନ୍ମଦେଇଥାଏ ସେହି ସନ୍ତାନର ଯଦି କିଛି ହୋଇଯାଏ ତେବେ ମା’ର ମନ ବ୍ୟାକୁଳ ହୋଇ ଉଠେ। ସନ୍ତାନ ପାଇଁ ମା’ କରିଥିବା ଅପାର ତ୍ୟାଗକୁ ସାର୍ଥକ କରିବା ପାଇଁ ପୁଅ ପଣ ଧରି ରହିଥିଲା। ଅବିବାହିତ ହୋଇ ରହି ମା’ର ସେବା କରିବା ପାଇଁ ନିଷ୍ପତ୍ତି ନେଇଥିବା ପୁଅ କେବେ କଳ୍ପନା କରିନଥିଲା ଯେ ତା ମା’ ତାକୁ ଏକାକି କରି ଆର ପାରିକୁ ଚାଲିଯିବ। ଓ ମା’ର ମୃତ୍ୟୁକୁ ଦେଖି ପୁଅ ମଧ୍ୟ ଆଖି ବୁଜିଦେବ। ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ପରିଚ୍ଛାସାହିରେ। 

୮୦ ବର୍ଷର ମା’ ଏସ୍‌ ସାହିବା ପକ୍ଷପାତ ରୋଗରେ ପଡ଼ୀତ ହୋଇ ଦୀର୍ଘଦିନ ହେଲା ଶର୍ଯ୍ୟାସାୟୀ ହୋଇ ରହିଥିଲେ। ମା‘ଙ୍କୁ ଘଣ୍ଟାଏ ନଦେଖିଲେ ପୁଅ ପାଗଳ ହୋଇଯାଉଥିଲା। ନିଜଠାରୁ ଅଧିକ ସେ ମା’କୁ ଭଲ ପାଉଥିଲା। ମା’ର ସମସ୍ତ ଆବଶ୍ୟକତା ପୂରଣ କରୁଥିଲା। ପ୍ରତିଦିନ ପରି ଆଜି ମଧ୍ୟ ମା’ର ସମସ୍ତ କାର୍ଯ୍ୟ ସାରି ପୁଅ ବାହାରକୁ ଯାଇଥିଲା। ବାହାରୁ ଫେରି ମା’କୁ ଦେଖିବା ବେଳକୁ ସେ ଆଉ ଜଗତରେ ନାହିଁ। ଏକଥା ଜାଣିବା ପରେ ପୁଅ ମଧ୍ୟ ହୃଦଘାତରେ ମୃତ୍ୟୁ ହୋଇଯାଇଥିଲା। ଆଗପଛ ହୋଇ ମା’ ଓ ପୁଅ ଚାଲିଯିବେ ଏପରି କିଏଭି ଚିନ୍ତା ମଧ୍ୟ କରିନଥିଲେ।

ଆହୁରି ପଢ଼ନ୍ତୁ: Ear Test: ହେଳା କରୁଛନ୍ତି କି? ଜନ୍ମରୁ ଶ୍ରବଣ ପରୀକ୍ଷା କରିନେବା ଜରୁରି...

ମା’ର ସେବା ପାଇଁ ବିବାହ କରି ନଥିଲା ପୁଅ

ମା’ ଏସ୍‌ ସାହିବା, ପୁଅ ଏସ୍‌ ରବିକୁମାର (୫୦) ଓ ଝିଅ ଏସ୍‌ ସୁକାନ୍ତିଙ୍କୁ ନେଇ ଚାଲିଥିଲା ତାଙ୍କ ପରିବାର। ଆରପାରିକୁ ବାପା ଚାଲିଯିବା ପରେ ବାପାଙ୍କ ପେନସନ ଟଙ୍କା ଓ କିଛି ଜମିବାଡ଼ିରୁ ଟଙ୍କା ଆଣି ଚଳୁଥିଲା ପରିବାର। ଦୁଃଖ କଷ୍ଟରେ ପରିବାର ଚାଲୁଥିଲେ ମଧ୍ୟ କାହାକୁ କେବେ ହାତ ପତାଇନଥିଲେ। ମା’ର ସେବା କରିବା ପାଇଁ ପୁଅ ବିବାହ କରିନଥିବା ବେଳେ ଝିଅର ମାନସିକ ଅବସ୍ଥା ଭଲ ନଥିବା ଯୋଗୁଁ ଝିଅ ମଧ୍ୟ ବିବାହ କରିନଥିଲା। ପ୍ରତିଦିନ ପରି ଆଜି ସକାଳୁ ମଧ୍ୟ ମା’ର ସେବା କରି ପୁଅ ରବି ବାହାରକୁ ଜମି ଦେଖିବାପାଇଁ ଯାଇଥିଲେ। ସକାଳ ସାଢେ ୭ଟା ବେଳକୁ ସେ ଘରକୁ ଫେରି ଦେଖିବା ବେଳକୁ ମା’ ଆରପାରିକୁ ଚାଲିଯାଇଥିଲେ। ମା’ର ଏପରି ଅବସ୍ଥା ଦେଖି ପାଖରେ ବସିବସି ମୁଣ୍ତଟିକୁ ଟଳେଇ ଦେଇଥିଲେ। ସ୍ଥାନୀୟ ଲୋକେ ପୁଅ ରବିର କ’ଣ ହୋଇଗଲା ବୋଲି ଦେଖିବା ବେଳକୁ ରବି ମଧ୍ୟ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ସ୍ଥାନୀୟ ସାଙ୍ଗସାଥୀ ଓ ସୁନାରୀ ସମାଜର କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଁଚି ଗୋଟିଏ ଥରେ ଗୋଟିଏ ଘରୁ ଦୁଇଟି କୋକେଇରେ ମା’ ଓ ପୁଅର ଶବ ବାହାର କରିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ଦୁହିଁଙ୍କ ଅନ୍ତିମ ସତ୍କାର କରାଯାଇଥିଲା।ମା’ ଓ ପୁଅଙ୍କ ବାତ୍ସ୍ୟଲ୍ୟ ପ୍ରେମ ନେଇ ଗାଁ ସାରା ଚର୍ଚ୍ଚା ହେଉଛି। 

ଆହୁରି ପଢ଼ନ୍ତୁ: Criminal Seen Pleading: ଅପରାଧ ଘଟାଇବା ପରେ ପୁଲିସ ଆଗରେ କୁମ୍ଭୀର କାନ୍ଦଣା, ଭାରତରେ ଏପରି ଭୁଲ୍ ଆଉ କରିବି ନାହିଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe