Double murder in borigumma Photograph: (sambad.in)
ବୋରିଗୁମ୍ମା: ପ୍ରେମକୁ ବାରଣ କରିବାରୁ ନାବାଳିକାର ମା ଓ ଭାଇକୁ ହତ୍ୟା କରିଲା ଯୁବକ। ନିଖୋଜ ହେବାର ୩ ଦିନ ପରେ ମିଳିଲା ମା ଓ ପୁଅଙ୍କ ଶବ। ମାଆ ପୁଅଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।
ସୂଚନା ଅନୁଯାୟୀ, ବୋରିଗୁମ୍ମା ମେନ ରୋଡରେ ରହୁଥିବା ଅନୁଷ୍କା ପରିଡ଼ା (୪୫) ଏବଂ ପୁଅ ଏହେମ ପରିଡ଼ା (୧୪) ଏବଂ ଝିଅ (୧୬)ଏକ ମିକ୍ସ୍ଚର ଫ୍ୟାକ୍ଟ୍ରି କରି ରହି ଆସୁଥିଲେ। ଗତ ୨୦ ତାରିଖରେ ପରିବାର ଲୋକେ ଜାଣିବାକୁ ପାଇଥିଲେ କି ମାଆ ପୁଅ ନିଖୋଜ ଅଛନ୍ତି ଏବଂ ମୋବାଇଲ ସୁଇଚ ଅଫ ରହିଛି। ୨୧ ତାରିଖରେ ପରିବାର ଲୋକେ ବୋରିଗୁମ୍ମା ଥାନାରେ ମାଆ ପୁଅ ନିଖୋଜ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ।
ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଗତକାଲି କୋଟପାଡ଼ ଥାନା ଅନ୍ତର୍ଗତ ଅଣ୍ଡିରା ମୁଣ୍ଡା କେନାଲରେ ଏକ ବସ୍ତାରେ ଶବ ଭାସୁଥିବା ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ପୁଲିସ , ଅଗ୍ନିଶମ ବିଭାଗ ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ବସ୍ତା ଭିତରୁ ପୁଅ ଏହେମ ପରିଡ଼ାର ଗଳିତ ଶବ ଉଦ୍ଧାର କରିଥିଲେ। ପୁଅର ଗଲା କାଟି ହାତ ଗୋଡ଼ ବାନ୍ଧି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମାଆଙ୍କର ମୃତଦେହ ଜୟନ୍ତୀଗିରି କେନାଲରେ ମିଳିଛି।
Murder Khunta କୋର୍ଟରେ ସାକ୍ଷୀ ଦେବାରୁ ପ୍ରତ୍ୟକ୍ଷଦର୍ଶୀଙ୍କୁ ପିଟିପିଟି ମାରିଲେ ଅଭିଯୁକ୍ତଙ୍କ ସମ୍ପର୍କୀୟ
ମାଆ ଅନୁଷ୍କା ପରିଡ଼ା ପ୍ରେମ ସମ୍ପର୍କକୁ ବାରଣ କରୁଥିଲେ
ପୁଲିସ ଝିଅକୁ ପଚରାଉଚରା କରୁଛି। ସାଇଣ୍ଟିଫିକ ଟିମ ଅନୁଷ୍କାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ସମ୍ପର୍କୀୟଙ୍କ କହିବା ଅନୁଯାୟୀ ଝିଅର ସେହି ପାଖିରେ ଥିବା ଏକ ପୁଅ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମାଆ ଅନୁଷ୍କା ପରିଡ଼ା ପ୍ରେମ ସମ୍ପର୍କକୁ ବାରଣ କରୁଥିଲେ। ସେଥିରେ ଉତ୍ତ୍ୟକ୍ତ ହୋଇ ସବୁଦିନ ପାଇଁ ରାସ୍ତାର କଣ୍ଟାକୁ ହଟେଇବା ପାଇଁ ପ୍ରେମିକ ଏଭଳି କାଣ୍ଡ ଘଟାଇଛି ବୋଲି ଅଭିଯୋଗ କରିଛନ୍ତି। ସେପଟେ ପୁଲିସ ପ୍ରେମିକକୁ ଥାନାରେ ଅଟକ ରଖି ତଦନ୍ତ କରୁଛି। ଅତି ଶୀଘ୍ର ଘଟଣାରୁ ପରଦା ହଟିବ ବୋଲି ଏସଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି।
Follow Us