Cold Wave: କୋରାପୁଟ ରାଜ୍ୟର ସବୁଠାରୁ ଥଣ୍ଡା ସହର, ଘନ କୁହୁଡ଼ିରେ ଯାତାୟତ ବାଧାପ୍ରାପ୍ତ

Advertisment

ଜାଡ଼ରେ ଥରୁଛି ସାରା କୋରାପୁଟ ଜିଲ୍ଲା। ରାଜ୍ୟର ସବୁଠାରୁ ସର୍ବନିମ୍ନ ତାପମାତ୍ରା କୋରାପୁଟରେ ରେକର୍ଡ ହୋଇଛି। ଆଇଏମଡିର ତଥ୍ୟ ଅନୁଯାୟୀ ରାଜ୍ୟରେ ୧୦ ଡିଗ୍ରି ତାପମାତ୍ରା ମଧ୍ୟରେ ୬ଟି ସହର ରହିଥିବା ବେଳେ କୋରାପୁଟ ସହରରେ ସର୍ବନିମ୍ନ ୫.୫ ଡିଗ୍ରି ରହିଛି।

ଜାଡ଼ରେ ଥରୁଛି ସାରା କୋରାପୁଟ ଜିଲ୍ଲା। ରାଜ୍ୟର ସବୁଠାରୁ ସର୍ବନିମ୍ନ ତାପମାତ୍ରା କୋରାପୁଟରେ ରେକର୍ଡ ହୋଇଛି। ଆଇଏମଡିର ତଥ୍ୟ ଅନୁଯାୟୀ ରାଜ୍ୟରେ ୧୦ ଡିଗ୍ରି ତାପମାତ୍ରା ମଧ୍ୟରେ ୬ଟି ସହର ରହିଥିବା ବେଳେ କୋରାପୁଟ ସହରରେ ସର୍ବନିମ୍ନ ୫.୫ ଡିଗ୍ରି ରହିଛି।

9d39fec5-4375-4d26-92a7-002319d8db15

Dense fog in Koraput district. Photograph: (sambad.in)

କୋରାପୁଟ (ପ୍ରଦୀପ ପାଢ଼ୀ): ଜାଡ଼ରେ ଥରୁଛି ସାରା କୋରାପୁଟ ଜିଲ୍ଲା। ରାଜ୍ୟର ସବୁଠାରୁ ସର୍ବନିମ୍ନ ତାପମାତ୍ରା କୋରାପୁଟରେ ରେକର୍ଡ ହୋଇଛି। ଆଇଏମଡିର ତଥ୍ୟ ଅନୁଯାୟୀ ରାଜ୍ୟରେ ୧୦ ଡିଗ୍ରି ତାପମାତ୍ରା ମଧ୍ୟରେ ୬ଟି ସହର ରହିଥିବା ବେଳେ କୋରାପୁଟ ସହରରେ ସର୍ବନିମ୍ନ ୫.୫ ଡିଗ୍ରି ରହିଛି। ଦାରିଙ୍ଗବାଡିରେ ୭.୦ ଡିଗ୍ରି, ଫୁଲବାଣୀରେ ୮ ଡିଗ୍ରି, ନବରଙ୍ଗପୁରରେ ୮.୮ ଡିଗ୍ରି, ବୌଦ୍ଧରେ ୯.୨ ଡିଗ୍ରି ଓ ରାଉରକେଲାରେ ୯.୯ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଭାବେ ସେମିଳିଗୁଡ଼ାରେ ୮ ଡିଗ୍ରି ରେକର୍ଡ ହୋଇଛି।

କୋରାପୁଟରେ ଚଳିତ ବର୍ଷର ସବୁଠାରୁ ସର୍ବନିମ୍ନ ତାପମାତ୍ରା ଆଜି ରେକର୍ଡ ହୋଇଛି। କେବଳ କୋରାପୁଟ ସହର ନୁହେଁ ସାରା ଜିଲ୍ଲା ପ୍ରବଳ ଜାଡ଼ରେ ଥରୁଛି। ପ୍ରବଳ ଥଣ୍ଡା ସହିତ ରାତି ପ୍ରାୟ ୧ ଘଣ୍ଟାରୁ ସକାଳ ୮ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ଦେଖାଦେଇଥିଲା। କୁହୁଡି ବର୍ଷାରେ ରାସ୍ତା ଓଦା ହୋଇଥବା ଦେଖିବାକୁ ମିଳିଥିଲା। ପ୍ରାୟ ୨୦ ମିଟରରୁ ଅଧିକା ଦୃଶ୍ୟମାନ ହେଉନଥିଲା। ଯାନବାହାନ ଚଲାଚଳରେ ସମସ୍ୟା ସୃଷ୍ଟି ହୋଇଥିଲା। ଲୋକେ ଥଣ୍ଡାରୁ ରକ୍ଷା ପାଇଁ ନିଆଁ ଜାଳ କରି ରହୁଥିବା ଦେଖିବାକୁ ମିଳିଛି। ଥଣ୍ଡାରେ ପ୍ରାତଃ ଭ୍ରମଣର ମଜା ନେଉଛନ୍ତି ସହରବାସୀ।

ଆହୁରି ପଢ଼ନ୍ତୁ: LSG : ବିଦେଶୀ ଲିଗରେ ଖେଳିବେ ଭାରତୀୟ ଖେଳାଳି

ବ୍ୟାୟାମଶାଳାରେ ଭିଡ଼

ଶୀତରୁ ରକ୍ଷା ପାଇବା ପାଇଁ  ବିଭିନ୍ନ ବ୍ୟାୟାମଶାଳା ଗୁଡ଼ିକରେ ଲୋକଙ୍କ ଭିଡ଼ ଜମୁଛି। ସେହିପରି ହିଲ ଷ୍ଟେସନ ଭାବେ ପରିଚିତ କୋରାପୁଟ ସମେତ ଲମତାପୁଟ, ନନ୍ଦପୁର, ସେମିଲିଗୁଡା, ପଟାଙ୍ଗି, ଲଷ୍ମୀପୁର, ଦଶମନ୍ତପୁର, କୁନ୍ଦ୍ରା, ବୈପାରୀଗୁଡ଼ା ଆଦି ଅଂଚଳରେ ବି ପ୍ରବଳ ଥଣ୍ଡାରେ ଲୋକେ ଘରୁ ବାହାରି ପାରୁନାହାନ୍ତି। ଦିନ ୯ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରା ହେଲେ ଥଣ୍ଡା କମୁଥିବା ବେଳେ ପୁଣି ସଂଧ୍ୟାରୁ ପ୍ରବଳ ଥଣ୍ଡା ପଡୁଥିବା ଦେଖାଦେଇଛି।

ଆହୁରି ପଢ଼ନ୍ତୁ: Naxal: ନକ୍ସଲଙ୍କ ବନ୍ଧୁକ, ବୋମା ତିଆରି କାରଖାନା ଧ୍ବଂସ କଲେ ଯବାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe