Stolen Items Recovered: ସୁନା ଚୋରି ମାମଲାରେ ୨ଗିରଫ, ୫ଲକ୍ଷ ଜବତ

ଜୟପୁର ପୁଲିସ ଅଭିଯୁକ୍ତମାନଙ୍କଠାରୁ ୫ଲକ୍ଷଟଙ୍କା, ଗୋଟିଏ କାର, ଗୋଟିଏ ବାଇକ ଜବତ କରାଯାଇଥିବା ଏସଡିପିଓ ଜଦୀଶ କଶ୍ୟପ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

53d137df-768a-4e96-8cd5-f7a33234cf79

Koraput police press meet on Monday. Photograph: (sambad.in)

ଜୟପୁର: ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ଜୟପୁର ଟାଉନ ପୁଲିସକୁ ମିଳିଛି ବଡ଼ ସଫଳତା। ଗତ ଅପ୍ରେଲ ମାସରେ ହାଡ଼ାଗୁଡ଼ା ଅଞ୍ଚଳରେ ଚୋରି ମାମଲାରେ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଗରିଫ କରିବା ପରେ ‌ସେମାନେ ମାଲକାନଗିରିଠାରେ ଏକ ବିରାଟ ଧରଣରେ ଚୋରିରେ ସାମିଲଥିବା ସ୍ବୀକାର କରିଥିଲେ। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଇରିଗେସନ କଲୋନିର ଶାନ୍ତିରାଜ ନାଗ(ରାହୁଲ) ଓ ଜୟନଗରର ଅଭିନାଶ ମହାରଣା(ଆକାଶ)। ଅଭିଯୁକ୍ତଙ୍କଠାରୁ ୫ଲକ୍ଷଟଙ୍କା, ଗୋଟିଏ କାର, ଗୋଟିଏ ବାଇକ ଜବତ କରାଯାଇଥିବା ଏସଡିପିଓ ଜଦୀଶ କଶ୍ୟପ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

୬ମାସ ପରେ ଧରାପଡ଼ିଲେ ଚୋର

ପୁଲିସ ସୂଚନା ଅନୁଯାୟୀ ଅପ୍ରେଲ ମାସ ୧୪ତାରିଖ ରାତିରେ ହାନାଗୁଡ଼ା ନିବାସୀ କାଳୀପ୍ରସାଦ ପଟ୍ଟନାକୟଙ୍କ ଘରେ କଳାକନା ବୁଲାଇଥିଲେ। ଘରେ ତାଲା ପଡ଼ିଥିବାରୁ ସୁଯୋଗ ଦେଇ ଦୁର୍ବୃତ୍ତମାନେ ଘରୁ ସୁନା, ରୁୁପା ଅଳଙ୍କାର ଓ ଟଙ୍କା ଚୋରି କରିଥିବା ପୋଡଶୀ ରାଧାମୋହନ ପଟ୍ଟନାୟକ ଏତଲା କରିଥିଲେ। ଏନେଇ ମାମଲା ରୁଜୁ କରି ଏସଆଇ ସିଦ୍ଧାର୍ଥ ବେହେରାଙ୍କ ନେତୃତ୍ବରେ ତିନୋଟି ଦଳ କରି ତଦନ୍ତ ଆରମ୍ଭ କରାଯାଇଥିଲା। ସୁରାକ ପାଇ ପୁଲିସ ଶାନ୍ତିରାଜ ଓ ଅଭିନାଶକୁ ଗିରଫ କରିଥିଲା। ଅଭିଯୁକ୍ତମାନେ ଚୋରି କରିଥିବା ଗହଣାକୁ ସୁନାବ୍ୟବସାୟୀ କେ. ମୁରଲୀକୁ ବିକ୍ରି କରିଥିବା କହିଥିଲେ। ସେମାନଙ୍କଠାରୁ ୫୦ହଜାର ଟଙ୍କା ଜବତ କରିଥିଲେ। ପୁଲିସ ଅଧିକ ତଦନ୍ତ କରିବାରୁୁ ଜାଣିବାକୁ ପାଇଲା ଦୁଇ ଅଭିଯୁକ୍ତ ରାଜୁ ନାୟକ, ଭରତ ନାୟକ, ଅଜୟ, ପ୍ରଦୀପ ଖରା, କେ. ସୁମନ ଅଚାରୀଙ୍କ ସହ ମିଶି ମାଲକାନଗିରି ସହରରେ ବିରାଟ ଧରଣ ଲୁଟ କରିଥିଲେ। ଜୁନ ମାସ ୩ତାରିଖରେ ପ୍ରସାଦ ଜୁଲେର୍‌ସର ମାଲିକ ‌ଦୋକାନ ବନ୍ଦ କରି ବ୍ୟାଗରେ ସୁନା ଅଳଙ୍କାର ନେଇ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ବ୍ୟାଗକୁ ଛାମ୍ପି ସେଠାରୁ ଚମ୍ପଟ ମାରିଥିଲେ। ସେଠାରୁ ଅଭିଯୁକ୍ତ ବିଶାଖାପଟଣା ଯାଇ ଅଳଙ୍କାର ଗୁଡ଼ିକ ତରଳାଇ ୨୦୦ଗ୍ରାମ ସୁନାକୁ ୧୮ଲକ୍ଷ ୨୦ହଜାର ଟଙ୍କାରେ ବିକ୍ରି କରିଥିଲେ। ଏହି‌ ମାମଲାରେ ପୁଲିସ ୪ଲକ୍ଷ ୫୦ହଜାର ଜବତ କରିଥିଲେ। ଅନ୍ୟ ଅଭିଯୁକ୍ତ ଫେରାର ଥିବା ‌ବେଳେ ମାଲକାନିଗରି ପୁଲିସ ତଦନ୍ତ କରିବା ପରେ ଅଧିକ ତଥ୍ୟ ମିଳିବ ‌ବୋଲି ଏସଡିପିଓ ଶ୍ରୀ କଶ୍ୟପ ପ୍ରକାଶ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଡିଏସପିଙ୍କ ସହ ଥାନା ଅଧିକାରୀ ଉଲ୍ଲାସ ରାଉତ, ତଦନ୍ତକାରୀ ଅଧିକାରୀ ସିଦ୍ଧାର୍ଥ ବେହେରା ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: Cyclone Montha Updates: ମାଡ଼ି ଆସୁଛି ମୋନ୍ଥା… ମୁକାବିଲା ପାଇଁ ସଜାଗ ସାହସୀ ଯୋଦ୍ଧା, ସଙ୍କଟ ବେଳର ସାଥୀଙ୍କୁ ଶହେ ସଲାମ୍

ମିଳିଲା ହଜିଲା ମୋବାଇଲ୍‌

62560bf4-5fe9-4eae-8c5e-a2278c2c4173
Owner get their stolen mobile by Jeypore police on Monday. Photograph: (sambad.in)

ସାଇବର କ୍ରାଇମ ରୋକିବାକୁ ଟେଲିକମ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ନୂଆ ପଦକ୍ଷେପ ସ˚ଚାର ସାଥୀ ମାଧ୍ୟମରେ ଆଜି ଜୟପୁର ସହରର ୨୦ଜଣ ମାଲିକ ସେମାନଙ୍କର ହଜିଥିବା ୨୦ଟି ମୋବାଇଲ ପାଇଛନ୍ତି। ଏହି ମାଲିକମାନେ ସ˚ଚାର ସାଥୀ ପୋର୍ଟାଲ ମାଧ୍ୟମରେ ପୂର୍ବରୁ ହଜିଥିବା ମୋବାଇଲ ବିଷୟରେ ରେଜିଷ୍ଟ୍ରେସନ କରିଥିବା ଯୋଗୁଁ ଆଜି ସେମାନଙ୍କ ଫୋନ ଫେରି ପାଇଛନ୍ତି। ଟାଉନ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପାର୍ଥ କଶ୍ୟପ ଏବ˚ ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ଉପସ୍ଥିତ ରହି ବିଗତ ଦିନରେ ଜୟପୁର ସହରର ବିଭିନ୍ନ ସ୍ଥାନରେ ଚୋରି ହୋଇଥିବା ୨୦ଟି ମୋବାଇଲ ଉଦ୍ଧାର କରି ଉପଭୋକ୍ତା ମାନଙ୍କୁ ଫେରାଇଛନ୍ତି। ଏସଡିପିଓ ଶ୍ରୀ କଶ୍ୟପ କହିଛନ୍ତି ଉପଭୋକ୍ତାଙ୍କ ଡକ୍ୟୁମେଣ୍ଟ ବ୍ୟବହାର କରି ଆଉ କିଏ ସିମ ୟୁଜ କରୁନି ତ? ଆପଣଙ୍କ ଚୋରି ହୋଇଯାଇଥିବା ଫୋନ ଅପବ୍ୟବହାର ହେଉନିତ? ଏସବୁ ଅପରାଧରେ ରୋକ ଲଗାଇବାକୁ କେନ୍ଦ୍ର ଟେଲିକମ ମନ୍ତ୍ରଣାଳୟ ବିକାଶ କରିଛି ସ୍ବତନ୍ତ୍ର ପୋର୍ଟାଲ ସ˚ଚାର ସାଥୀ। ସ˚ଚାର ସାଥୀ ପୋର୍ଟାଲ ଜରିଆରେ ଜଣେ ବ୍ୟକ୍ତି ନିଜର ହଜିଥିବା କିମ୍ବା ଚୋରି ହୋଇଥିବା ମୋବାଇଲ ଫୋନକୁ ତୁରନ୍ତ ବ୍ଲକ କିମ୍ବା ଠାବ କରିପାରିବେ। ଖାଲି ସେତିକି ନୁହେଁ ଜଣକ ନାମରେ କେତୋଟି ସିମ ରହିଛି ସେ ସ˚ପର୍କିତ ତଥ୍ୟ ମଧ୍ୟ ଏହି ପୋର୍ଟାଲରୁ ମିଳି ପାରିବ ବୋଲି କହିଥିଲେ। ଏଣୁ ସମସ୍ତେ ମୋବାଇଲ ହଜିବା ପରେ ତୁରନ୍ତ ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ଅନୁରୋଧ କରିଥିଲେ।

ଆହୁରି ପଢ଼ନ୍ତୁ: Delhi Acid attack case : ଦିଲ୍ଲୀ ଏସିଡ ଆକ୍ରମଣ ଘଟଣା ସଂପୂର୍ଣ୍ଣ ମିଛ ? 

ରିପୋର୍ଟ: ତରୁଣ କୁମାର ମହାପାତ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe