କୋରାପୁଟ: ଜିଲ୍ଲା ସଦରମହକୁମାରୁ ୧୮କିଲୋମିଟର ଦୂରରେ ପ୍ରାକୃତିକ ଘ˚ଚ ବନାନୀ ମଧ୍ୟରେ ତେଲିଙ୍ଗିରି ନଦୀ ଓ ପାହାଡ଼ର ନାଳପାଣିକୁ ଅଟକାଇ ତେଲିଙ୍ଗିରି ମଧ୍ୟମ ଜଳସେଚନ ପ୍ରକଳ୍ପ କରାଯାଇଛି। ଏହି ଜଳସେଚନ ପ୍ରକଳ୍ପ ନିର୍ମାଣ ସମୟରେ କରାଯାଇଥିବା ସ୍ଲୁଇସ୍ ଗେଟକୁ ବନ୍ଦ କରାଯାଇ ନଥିଲା। ଏହାର ପରିମାଣ ଚାଷୀ ଓ ସରକାରଙ୍କୁ ଭୋଗିବାକୁ ପଡ଼ିଛି। ଗତ ମାସ ୧୦ ତାରିଖରୁ ଏହି ସ୍ଲୁଇସ୍ ଗେଟରୁ ସେକଣ୍ଡ ପ୍ରତି ୩୦ଘନ ମିଟର ପାଣି ବାହାରକୁ ନିଷ୍କାସନ ହେଉଥିଲା। ଦୀର୍ଘ ଦିନ ପରେ ଏବେ ତେଲିଙ୍ଗିରି ଜଳଭଣ୍ଡାରର ଶୁଖିଗଲାଣି। ତେଣୁ ଜାନୁଆରି ପ୍ରଥମ ସପ୍ତାହରୁ ଏହାର ମରାମତି କାମ ଆରମ୍ଭ କରାଯିବ ବୋଲି କହିଛନ୍ତି କହିଛନ୍ତି ‌ଉପରକୋଲାବ ଜଳସେଚନ ଓ ତେଲିଙ୍ଗିରି ମଧ୍ୟମ ଜଳସେଚନ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଇଂ.ସନ୍ତୋଷ କୁମାର ମହାପାତ୍ର। ରାଜ୍ୟସରକାରଙ୍କ ଜଳସେଚନ ବିଭାଗକୁ ଏ ନେଇ ଅବଗତ କରାଯାଇଛି। ଏଥରକ ରବିରେ ଆଉ ପାଣି ଦିଆ ନ ଯାଇ ଏହାର ମରାମତି କରାଯିବ ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ।

Advertisment

ଏହି ଖବର ପଢ଼ନ୍ତୁ: ମୁଁ ମୋର ଗୁରୁ ଓ ମାର୍ଗଦର୍ଶକଙ୍କୁ ହରାଇ ଦେଇଛି

ଦୀର୍ଘ ୧୭ବର୍ଷ କାଳ ଲୋକେ ଅପେକ୍ଷା କରିବା ପରେ ୨୦୧୯ ମସିହାରେ ଏହି ମଧ୍ୟମ ଜଳସେଚନ ପ୍ରକଳ୍ପକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ। ତେବେ ଲୋକାର୍ପଣ କରିବା ତରବରରେ ଏହାକୁ ନିର୍ମାଣ କରିଥିବା ଠିକା ସଂସ୍ଥା ସ୍ଲୁଇସ୍ ଗେଟରେ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ କଂକ୍ରିଟ୍ ପକାଇବା କଥା। ତେବେ ସେଭଳି କିଛି  କରି ନଥିଲା  ଠିକା ସଂସ୍ଥା। ୨୦୨୦ ଓ ୨୦୨୧ ବର୍ଷରେ ପ୍ରୟାସ କରିଥିଲେ ହେଁ କୋଭିଡ ପାଇଁ ସମ୍ଭବ ପର ହୋଇନଥିଲା। ଏବେ ଅଚାନକ ପାଣି ନିଷ୍କାସନ ହେବା ଫଳରେ ଏବର୍ଷ ଆଉ ରବିରେ ୪୨୬୪ ହେକ୍ଟର ଜମିକୁ ଆଉ ପାଣି ମିଳିବ ନି। ଏବେ ତେଲିଙ୍ଗିରି ନାଳରେ ସେଭଳି କିଛି କାମରେ ନ ଲାଗି ବୋହି ଯାଉଛି।

ଏହି ଖବର ପଢ଼ନ୍ତୁ: ଭିଜିଲାନସ୍ ଜାଲରେ ରାଜସ୍ବ ନିରୀକ୍ଷକ; ସ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ଏହି ସ୍ଲୁଇସ୍ ଗେଟକୁ ବନ୍ଦ କରିବା କଥା, କିନ୍ତୁ ପ୍ରକଳ୍ପର ଲୋକାର୍ପଣ ପାଇଁ ତରବରିଆ ଭାବେ ଏହି ସ୍ଲୁଇସ୍ ଗେଟରେ ଲୁହା ଛଡ଼ଦେଇ  ବନ୍ଦ କରି ଦିଆଯାଇଥିବା କହିଛନ୍ତି ମୁଖ୍ୟଯନ୍ତ୍ରୀ ଇଂ. ସନ୍ତୋଷ କୁମାର ମହାପାତ୍ର। ଗତ ୫ବର୍ଷ ସେଭଳି ରହିବା ଏବଂ ପାଣି ଜମା ହୋଇ ରହିବା ଫଳରେ ଏବେ ଲୁହାଛଡ଼ ଖସି ଯାଇଛି।

ଏହି ଖବର ପଢ଼ନ୍ତୁ: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶାଗସ୍ତ ବାତିଲ୍

ଜଳଭଣ୍ଡାରର ବେଡ ସହ ଏହା ସଂପୃକ୍ତ ରହିଛି। ଡ୍ୟାମର ପାଣି ଆସନ୍ତା ଡିସେମ୍ବର ଶେଷ କିମ୍ବା ଜାନୁଆରି ସୁଦ୍ଧା ସାରିବା ପରେ ଏହାର ମରାମତି ପୁଣି ଓସିସି କରିବ ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ ଇଂ.ସନ୍ତୋଷ କୁମାର ମହାପାତ୍ର। ଏବେ ଏହି ପ୍ରକଳ୍ପରୁ ପାଣି ଛାଡିବା ପ୍ରକ୍ରିୟା ଟ୍ରାୟଲ ରନରେ ହିଁ ଚାଳିଛି। ମରାମତି ସମୟରେ ହିଁ  କେତେ ଆୟକଟରେ କେତେ ଜମିକୁ ପାଣି ମାଡୁଛି ତାହାର ସର୍ଭେ କରାଯିବ। ତା ସାଙ୍ଗକୁ ଚାଷୀଙ୍କ ଠାରୁ ଜଳକର ବି ଆଦାୟ କରାଯିବ। ଚଳିତ ବର୍ଷ ଖରିପରେ ପାଣି ଦିଆଯାଇଛି। ରବିରେ ଦିଆଯିବନି। ଏହି ପ୍ରକଳ୍ପରୁ ବର୍ଷକୁ ଥରେ ହିଁ ପାଣି ଦେବାର ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ।

ଏହି ଖବର ପଢ଼ନ୍ତୁ: ଜିରୋ ନାଇଟ ପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ: ଅବକାରୀ ମନ୍ତ୍ରୀ