କୋରାପୁଟ: ଗତ ୪୫ବର୍ଷ ତଳେ ଆରମ୍ଭ ହୋଇଥିବା ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ କଳାହାଣ୍ଡିଜିଲ୍ଲା ଶସ୍ୟଶ୍ୟମଳା। ଇନ୍ଦ୍ରାବତୀ ପ୍ରକଳ୍ପର ମୁରାନ କିମ୍ବା ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପ ଯୋଗୁଁ ଯେଉଁ ଆଶା ରହିଥିଲା ତାହା ଆଶାରେ ପରିଣତ ହୋଇଛି। ଇନ୍ଦ୍ରାବତୀ ପ୍ରକଳ୍ପ ଯୋଗୁଁ ମୁରାନରୁ ପାଣି ନ ଆସିବାରୁ ଆଜି କୋରାପୁଟ ଜିଲ୍ଲାର ଜୟପୁର, ବୋରିଗୁମ୍ମା, କୋଟପାଡ ତିନି ବ୍ଲକର ୨୫ହଜାରରୁ ଉର୍ଦ୍ଧ୍ବ ହେକ୍ଟର ଜମି ଆଜି ଶୁଖା।
ଏହି ଖବର ପଢ଼ନ୍ତୁ: ‘ନୂଆବର୍ଷରେ ଆତ୍ମଚିନ୍ତନ, ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯିବା ଦରକାର’
ଏପରିକି ତଳମୁଣ୍ଡର ଚାଷୀ ପାଣି ପାଉନଥିବାରୁ ଆନ୍ଦୋଳନ, ଜନସ୍ବାର୍ଥ ମାମଲା ବି ରୁଜୁ ହେଲା। ତା’ପରେ ପୁଣି ଆନ୍ଦୋଳନ ମୁଣ୍ଡ ଟେକିବାରୁ ରାଜ୍ୟ ସରକାର କମିସନ ଗଠନ କରିଥିଲେ। ହାର୍ଜା କମିସନ୍ ଇନ୍ଦ୍ରାବତୀ ଓ ମୁରାନ୍ ଡ୍ୟାମରୁ ୭ କ୍ୟୁସେକ୍ ଜଳ ବର୍ଷ ତମାମ ଛାଡ଼ିବାକୁ ପଡ଼ିବ ବୋଲି ପ୍ରସ୍ତାବ ଦେଇଥିଲେ। ଏଥି ସହିତ ନବରଙ୍ଗପୁର ଜିଲ୍ଲାର ଟୁରୀ ଓ କୋରାପୁଟଜିଲ୍ଲାର ବାଙ୍ଗରୀ ନାଳରେ ଡ୍ୟାମ ନିର୍ମାଣ କରିଲେ ଶୁଖା ଅଞ୍ଚଳରେ କିଛି ସମସ୍ୟାର ସମାଧାନ ହୋଇପାରିବ ବୋଲି ପ୍ରସ୍ତାବ ଦେଇଥିଲେ। ତେବେ ଏହି ପ୍ରସ୍ତାବ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ।
ଏହି ଖବର ପଢ଼ନ୍ତୁ: ଜୟପୁର ଅକ୍ସିଜେନ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍
ପ୍ରକାଶଯୋଗ୍ୟ, ଇନ୍ଦ୍ରାବତୀ ପ୍ରକଳ୍ପ ହେବା ପୂର୍ବରୁ ଇନ୍ଦ୍ରାବତୀ ନଦୀରେ ପୋଡାଗଡ, କପୁର ଓ ମୁରାନ ନଦୀ ପାଣି ଆସି ମିଶୁଥିଲା। ତେଣୁ ଏହି ନଦୀ ଚିରସ୍ରୋତା ହୋଇଥିଲା। ସେଭଳି ଉପରୋକ୍ତ ଏହି ନଦୀ ଗୁଡିକର ପାଣିକୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାର କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଚାଷୀ ମାନେ ଚାଷ କରୁଥିଲେ। ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବା ସହ ଜିଲ୍ଲାର ଆର୍ଥିକ ମାନଦଣ୍ଡ ବି ଭଲ ରହିଥିଲା। ଏହାକୁ ନେଇ ଏହି ତିନି ବ୍ଲକର ଚାଷୀ ମାନେ ଦୁଇ ଋତୁ ରବି ଓ ଖରିଫରେ ଚାଷ କରୁଥିଲେ। ବର୍ଷ ତମାମ ଉପରୋକ୍ତ ବ୍ଲକ ଗୁଡିକରେ ପନିପରିବା ଠାରୁ ଆରମ୍ଭ କରି ଆଖୁ ଆଦି ଲାଭକାରୀ ଫସଲ ଉତ୍ପାଦିତ ହେଉଥିଲା।
ଇନ୍ଦ୍ରାବତୀ ନଦୀବନ୍ଧ ଯୋଜନାରେ ମୁରାନରେ ନଦୀବନ୍ଧ ହେବା ପରେ ଉପରୋକ୍ତ ବ୍ଲକର ଚାଷୀଙ୍କ ଚାଷ ଉଜାଡି ଦେଇଛି। ମୁରାନ ଜଳଭଣ୍ଡାରରେ ୬୩୯.୮ମିଟରର ଜଳଗଛିତ ହୋଇ ରହିଥିଲେ ହେଁ ତଳମୁଣ୍ଡର ଚାଷୀ ମାନେ ପାଣି ନଥିବାରୁ ଚାଷ କରି ପାରୁନାହାନ୍ତି। ଖରିଫରେ କିଛି ଜମିରେ ବର୍ଷା ପାଣିରେ ଚାଷ କରାଯାଉଛି।
ତେବେ ତେଲିଙ୍ଗିରୀ ପ୍ରକଳ୍ପ ହେବା ପରେ କିଛି ମାତ୍ରାରେ କିଛି ପଂଚାୟତରେ ଏହି ସମସ୍ୟାର ସମାଧାନ ହେବ ବୋଲି ଚିନ୍ତା କରାଯାଉଥିବା ବେଳେ ଏହି ପ୍ରକଳ୍ପର କାମ ଅର୍ଦ୍ଧପନ୍ତରିଆ ରହିଛି। ଗତ ୨ବର୍ଷ ସାମାନ୍ୟ ପାଣି ଯୋଗାଇଥିବା ବେଳେ ଏହି ବର୍ଷ ଜଳଭଣ୍ଡାର ପାଣି ସୁଖାଇ ସ୍ଲୁଇସ୍ ଗେଟ୍ କାମ ଆରମ୍ଭ ହେବ। ତେଣୁ ରବିରେ ପାଣି ମିଳିବ ନାହିଁ। ସେହିପରି ମୁରାନ ନଦୀବନ୍ଧ ପ୍ରକଳ୍ପର ତଳମୁଣ୍ଡରେ ଥିବା ଗାଁ ଗୁଡିକର ଚାଷୀ ମାନେ ବି ଚାଷ କରି ପାରୁନାହାନ୍ତି।
ଏହି ଖବର ପଢ଼ନ୍ତୁ: ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ: ପୃଥ୍ବୀରାଜ ହରିଚନ୍ଦନ
ଅନ୍ୟପକ୍ଷରେ ଲଘୁଚାପ, ଅଦିନିଆ କିମ୍ବା ବଡ ବର୍ଷା ଲାଗି ରହିଲେ ମୁରାନ ଗେଟ୍ ଖୋଲିଲେ ତଳମୁଣ୍ଡରେ ଥିବା ଗାଁ ଗୁଡିକରେ ବନ୍ୟା ଦେଖାଦେବା ସହ ବହୁ ଗାଁ ଜଳବନ୍ଧୀ ହେଉଛନ୍ତି। ବାଙ୍ଗରୀନାଳରେ ଡ୍ୟାମ ନିର୍ମାଣ କରି ଚାଷୀଙ୍କୁ ପାଣି ଯୋଗାଇବାକୁ ବାରମ୍ବାର ବିଧାନସଭାରେ ପ୍ରଶ୍ନ ଉଠାଇବା ସହ ପ୍ରସ୍ତାବ ଦେଇଛି, ନୂଆ ସରକାର କାର୍ଯ୍ୟକାରୀ କରିବେ ବୋଲି ଆଶା ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।
ଏହି ଖବର ପଢ଼ନ୍ତୁ: ମାନବ ସେବା ହିଁ ମାଧବ ସେବା: ବରିଷ୍ଠଙ୍କ ମୁହଁରେ ହସ ଫୁଟାଇଲେ ପିଇଓ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/31/Q5Pk3qVzDYR0GLExwdl6.jpg)