Love Birds End Life: ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment

ପ୍ରେମସପ୍ତାହ ଦିନକ ପରେ ଶେଷ ହେବ। ଏହି ଶେଷ ସମୟକୁ ଉଦ୍‌ଜୀବିତ ରଖିବା ପାଇଁ ପ୍ରେମୀଯୁଗଳ କେତେ ଯୋଜନା କରୁଛନ୍ତି। ପ୍ରେମିକାକୁ ଆକର୍ଷିତ କରିବା ପାଇଁ ‌ପ୍ରେମିକ... ଆଉ ପ୍ରେମିକକୁ ଭଲପାଇବାର ଉପହାର ଦେବା ପାଇଁ ପ୍ରେମିକା...ଚାଲିଛି ଯେଜନା।

ପ୍ରେମସପ୍ତାହ ଦିନକ ପରେ ଶେଷ ହେବ। ଏହି ଶେଷ ସମୟକୁ ଉଦ୍‌ଜୀବିତ ରଖିବା ପାଇଁ ପ୍ରେମୀଯୁଗଳ କେତେ ଯୋଜନା କରୁଛନ୍ତି। ପ୍ରେମିକାକୁ ଆକର୍ଷିତ କରିବା ପାଇଁ ‌ପ୍ରେମିକ... ଆଉ ପ୍ରେମିକକୁ ଭଲପାଇବାର ଉପହାର ଦେବା ପାଇଁ ପ୍ରେମିକା...ଚାଲିଛି ଯେଜନା।

Untitled-37.jpg

ପଟ୍ଟାଙ୍ଗି (ପ୍ରଶାନ୍ତ ଦାଶ): ପ୍ରେମସପ୍ତାହ ଦିନକ ପରେ ଶେଷ ହେବ। ଏହି ଶେଷ ସମୟକୁ ଉଦ୍‌ଜୀବିତ ରଖିବା ପାଇଁ ପ୍ରେମୀଯୁଗଳ କେତେ ଯୋଜନା କରୁଛନ୍ତି। ପ୍ରେମିକାକୁ ଆକର୍ଷିତ କରିବା ପାଇଁ ‌ପ୍ରେମିକ... ଆଉ ପ୍ରେମିକକୁ ଭଲପାଇବାର ଉପହାର ଦେବା ପାଇଁ ପ୍ରେମିକା...ଚାଲିଛି ଯେଜନା। ଭାଲେଣ୍ଟାଇନ୍‌ ଡେ’ ଅତିନିକଟରେ ଥିବାରୁ ପ୍ରେମୀଯୁଗଳଙ୍କ ମନରେ ବହୁ ଯୋଜନା ପ୍ରସ୍ତୁତି ଚାଲିଛି। ଏଭଳି ଏକ ସମୟରେ କୋରାପୁଟ ଜିଲ୍ଲାରୁ ଏକ ଅଭାବନୀୟ ଖବର ଆସିଛି। ସ୍ଥାନୀୟ ଲୋକଙ୍କର ଚର୍ଚ୍ଚା ଅନୁସାରେ ପ୍ରେମର ଖେଳ ଭିତରେ ନିଜକୁ ପରାଜିତ ମନେ କରି ପ୍ରେମୀଯୁଗଳ ଶେଷରେ ଜୀବନ ହାରି ଦେଇଛନ୍ତି। ସେମାନଙ୍କର ମୃତହେଦ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। 

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ଗ୍ରାମପଞ୍ଚାୟତର ବଡ଼ାଗୁଡ଼ା ଗ୍ରାମ ନିକଟ ଏକ ତେନ୍ତୁଳି ଗଛରେ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ଶବ ଦେଖି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦୁହିଁଙ୍କ ଝୁଲନ୍ତା ଶବ ଗ୍ରାମବାସୀ ଦେଖି ତୁରନ୍ତ ଉଦ୍ଧାର କରି ସୁଙ୍କି ଡାକ୍ତରଖାନାକୁ ନେଇଥିଲେ ଓ ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ସହିତ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠେଇଥିବା ଜଣାପଡିଛି। ଖବରପାଇ ସୁଙ୍କି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। 

ଆହୁରି ପଢ଼ନ୍ତୁ: Humanity: ଭାଲୁ ଆକ୍ରମଣରେ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ ଯନ୍ତ୍ରୀ

ସୂଚନାଯୋଗ୍ୟ କି ବଡାଗୁଡା ଗ୍ରାମର ଝିଅ ମେରୀ ସଡାପେଲି ସହିତ ମାଟାମ ଜିଲ୍ଲାଗୁଣ୍ଠା ଗ୍ରାମର ପୁଅ ସିନ୍ଧେରି ରବିଙ୍କ ମଧ୍ୟରେ କିଛି ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିନ୍ତୁ କୌଣସି କାରଣ ବଶତଃ ଦୁହିଁଙ୍କ ପରିବାର ମଧ୍ୟରେ ବାହାଘର କରିବା ପାଇଁ ପ୍ରେମୀଯୁଗଳ ନିବେଦନ କରିଥିଲେ ଶେଷରେ ପରିବାର ରାଜି ନ ହେବା କାରଣରୁ ଦୁହେଁ ଏହିପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ତେବେ ପୁଲିସ ଘଟଣାର କାରଣ ଖୋଜୁଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe