ଆଇନଜୀବୀ ସଂଘ-ତହସିଲଦାର ବିବାଦ: ତହସିଲ କାର୍ଯ୍ୟାଳୟ ପରିସରରେ ୧୬୩ ଧାରା ଜାରି

Advertisment

ନରସିଂହପୁର ତହସିଲ କାର୍ଯ୍ୟାଳୟ ପରିସରରେ ଆଇନଜୀବୀ ସଂଘ ଓ ତହସିଲଦାରଙ୍କ ମଧ୍ୟରେ ବିବାଦ ଯୋଗୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଗୁରୁବାର ତହସିଲ କାର୍ଯ୍ୟାଳୟ ପରିସରରେ ୧୬୩ ଧାରା ଲାଗୁ ହୋଇଛି।

ନରସିଂହପୁର ତହସିଲ କାର୍ଯ୍ୟାଳୟ ପରିସରରେ ଆଇନଜୀବୀ ସଂଘ ଓ ତହସିଲଦାରଙ୍କ ମଧ୍ୟରେ ବିବାଦ ଯୋଗୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଗୁରୁବାର ତହସିଲ କାର୍ଯ୍ୟାଳୟ ପରିସରରେ ୧୬୩ ଧାରା ଲାଗୁ ହୋଇଛି।

Lawyers' Association-Tahsildar dispute

ନରସିଂହପୁର: କଟକ ଜିଲ୍ଲା ସୁରକ୍ଷାକୁ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଏନ୍‌ଏସ୍‌ ୧୬୩(୨) ଧାରା ଲାଗୁ ହୋଇଛି । ଆଇନଜୀବୀ ସଂଘ ଓ ତହସିଲଦାରଙ୍କ ବିବାଦ ନେଇ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ୧୬୩ ଧାରା ଲାଗୁ ହୋଇଛି।

ତହସିଲଦାରଙ୍କ ବଦଳି ପାଇଁ ଆଇନଜୀବୀ ସଂଘ ପକ୍ଷରୁ  ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ଏନେଇ ଉଦାସୀନ ରହୁଥିବା ଆଇନଜୀବୀ ସଂଘ ପକ୍ଷରୁ ଅଭିଯୋଗ ହୋଇଛି।

ଏହାକୁ ନେଇ ଗୁରୁବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆଇନଜୀବୀ ସଂଘ ଧାରଣା ଦେବ ବୋଲି ଘୋଷଣା କରିଥିଲା।

ଅଧିକ ପଢ଼ନ୍ତୁ:ଏଥର ଐତିହାସିକ ବାଲିଯାତ୍ରା ଜାରି ରହିବ ୮ ଦିନ

ଅଧିକ ପଢ଼ନ୍ତୁ:ରେଭେନ୍‌ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ପ୍ରସଙ୍ଗ: ସରକାର ମୁହଁ ଖୋଲୁନାହାନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe