ଅଜଣାଗାଡି ଧକ୍କାରେ ଚାଲିଗଲା ୧୪ ଗୋରୁଙ୍କ ଜୀବନ, ୨ ଗୁରୁତର

ବିଳମ୍ବିତ ରାତିରେ ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ଠାରେ ରାଜପଥ ଉପରେ ଅନେକ ଗୋରୁ ଶୋଇ ରହିଥିଲେ। କୌଣସି ଦ୍ରୁତଗାମୀ ଅଜଣାଗାଡି ସେଠାରେ ଶୋଇଥିବା ୧୬ଟି ଗୋରୁଙ୍କୁ ଧକ୍କା ଦେଇ ସେମାନଙ୍କ ଉପରେ ଚଢିଯାଇଥିଲା।

lives of 14 cows were lost

କାମାକ୍ଷାନଗର: ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ  ୧୪ ଗୋରୁଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଗୁରୁତର ଅଛନ୍ତି।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ଠାରେ ରାଜପଥ ଉପରେ ଅନେକ ଗୋରୁ ଶୋଇ ରହିଥିଲେ। କୌଣସି ଦ୍ରୁତଗାମୀ ଅଜଣାଗାଡି ସେଠାରେ ଶୋଇଥିବା ୧୬ଟି ଗୋରୁଙ୍କୁ ଧକ୍କା ଦେଇ ସେମାନଙ୍କ ଉପରେ ଚଢିଯାଇଥିଲା।

ଘଟଣାସ୍ଥଳରେ ୧୪ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୨  ଗୋରୁ ଗୁରୁତର ଅବସ୍ଥାରେ ଅଛନ୍ତି। ମୃତ ଗୋରୁଗୁଡିକଙ୍କ ଖଣ୍ଡବିଖଣ୍ଡିତ ଶରୀର ରାଜରାସ୍ତାରେ ପଡିରହିଥିବା ବେଳେ ଆହତ ଥିବା ଗୋରୁମାନଙ୍କୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକ ଉଦ୍ୟମ ଜାରି ରଖିଛନ୍ତି।

ଅଧିକ ପଢ଼ନ୍ତୁ: ଝିଙ୍ଗିଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଉତ୍ତ୍ୟକ୍ତ ଥିବାବେଳେ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। ପରଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଗୋରୁଗୁଡିକୁ ରାଜପଥରୁ ହଟାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: ବୁଲେଟ୍ ଓ ପଲ୍‌ସରରୁ ବିକଟାଳ ଶବ୍ଦ ଅଭିଯୋଗ: ୩ ଜଣଙ୍କୁ ୬୦ ହଜାର ଜରିମାନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe