ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଛତିଶଗଡ଼ର ମହାସମୁଦ ଜିଲ୍ଲାରେ ୧୫ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶା ରାଜ୍ୟ କମିଟିର ସଚିବ ବିକାଶ ସମେତ ଅନ୍ୟ ୧୪ ଜଣ ନକ୍ସଲ ଛତିଶଗଡ଼ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ନକ୍ସଲ ହତିଆର ସହ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୁଲିସର ଘନ ଘନ ଚଢାଉ ଏବଂ ସରକାରଙ୍କର ମାଓ ଦମନ ନେଇ ଟାର୍ଗେଟ ପାଖେଇ ଆସୁଥିବାରୁ ଏହି ନକ୍ସଲମାନେ ସଂଗଠନରେ ରହି ଆଉ କାମ କରିହେବ ନାହିଁ ଭାବି ମୁଖ୍ୟସ୍ରୋତରେ ସାମିଲ ହେବାକୁ ମନସ୍ତ କରିଥିବା କହିଥିଲେ।
ସଂଗଠନରେ ଅନ୍ୟ ନକ୍ସଲମାନେ ମଧ୍ୟ ଖୁବ ଶୀଘ୍ର ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ସଚିବ ବିକାଶ କହିଛି। କିନ୍ତୁ ତେଲେଙ୍ଗାନା ଏରିଆ କମିଟି ସମେତ କିଛି ନକ୍ସଲ ଏବେ ବି ସଂଗଠନରେ ରହି କାମ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ପୁଲିସ ସମସ୍ତ ନକ୍ସଲଙ୍କୁ ୫୦ ହଜାର ଟଂକା ଲେଖାଏଁ ଆର୍ଥିକ ସହଯୋଗ କରିବା ସହ ନକ୍ସଲ ଧରିଥିବା ବନ୍ଧୁକ ହିସାବରେ ମଧ୍ୟ ଟଂକା ପ୍ରଦାନ କରିଛି।
ଆହୁରି ପଢ଼ନ୍ତୁ: Encounter: ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ, ବନ୍ଧୁକ ଓ ବିସ୍ଫୋରକ ଜବତ
ଏହି ନକ୍ସଲମାନେ ତିନୋଟି ଏକେ-୪୭ ସହ ଏସଏଲଆର,ଇନସାସ,୩୦୩ ବନ୍ଧୁକ ପୁଲିସ ହସ୍ତାନ୍ତର କରିଛନ୍ତି। ପ୍ରକାଶ ଥାଉକି ଏହି ନକ୍ସଲମାନେ ଛତିଶଗଡ଼ର ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କ ସହ ଆଲୋଚନା କରି ଜଂଗଲରୁ ବାହାରି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ଅନ୍ୟଦିଗରେ ମାଓ ସଂଗଠନର ଶୀର୍ଷ ନେତୃତ୍ବ ଗଣପତି ନେପାଳରେ ଗିରଫ ହୋଇଥିବା ଚର୍ଚ୍ଚା ଜୋର ଧରିଛି। ତେବେ ଏନେଇ ଛତିଶଗଡ଼ ପୁଲିସ କିମ୍ବା ଅନ୍ୟ ରାଜ୍ୟର ପୁଲିସ ସ୍ପଷ୍ଟ କରିନାହାନ୍ତି।
ଗତ ୪ ଦଶନ୍ଧି ଧରି ସେ ମାଓ ସଂଗଠନରେ ରହି ବଡ ବଡ ହିଂସାକାଣ୍ଡରେ ଜଡିତ ରହିଛନ୍ତି। ୨୦୦୪ ଠାରୁ ୨୦୧୮ ପର୍ଯ୍ୟନ୍ତ ମାଓ ସଂଗଠନର ମହାସଚିବ ପଦବୀରେ ରହିଥିଲେ। ପରେ ସ୍ବାସ୍ଥ୍ୟଗତ କାରଣରୁ ସେ ଏଥିରୁ ଓହରି ଯାଇଥିଲେ। ତେବେ ସେ ଆତ୍ମସମ୍ରପଣ କିମ୍ବା ଗିରଫ ହେଲେ ମଧ୍ୟ ସଂଗଠନକୁ ବଡ ଝଟକା ଲାଗିବ ବୋଲି କୁହାଯାଇଛି।
Follow Us