Maoists Surrender: ଆନ୍ଧ୍ର ଓଡ଼ିଶା ଡିଭିଜନର ୨୬ ମାଓବାଦୀଙ୍କ ଆତ୍ମସମର୍ପଣ

Advertisment

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ଆଜି ଆନ୍ଧ୍ର ଓଡ଼ିଶା ସୀମାର ଡିଭିଜନର ୨୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଟାର୍ଗେଟକୁ ଆଉ ମାତ୍ର ହାତଗଣତି କିଛି ଦିନ ରହିଥିବା ବେଳେ ଜଂଗଲରେ ବୁଲୁଥିବା ମାଓବାଦୀଙ୍କ ପାଇଁ ଶେଷ ସୁଯୋଗ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ଆଜି ଆନ୍ଧ୍ର ଓଡ଼ିଶା ସୀମାର ଡିଭିଜନର ୨୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଟାର୍ଗେଟକୁ ଆଉ ମାତ୍ର ହାତଗଣତି କିଛି ଦିନ ରହିଥିବା ବେଳେ ଜଂଗଲରେ ବୁଲୁଥିବା ମାଓବାଦୀଙ୍କ ପାଇଁ ଶେଷ ସୁଯୋଗ।

New Project (13)

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ଆଜି ଆନ୍ଧ୍ର ଓଡ଼ିଶା ସୀମାର ଡିଭିଜନର ୨୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଟାର୍ଗେଟକୁ ଆଉ ମାତ୍ର ହାତଗଣତି କିଛି ଦିନ ରହିଥିବା ବେଳେ ଜଂଗଲରେ ବୁଲୁଥିବା ମାଓବାଦୀଙ୍କ ପାଇଁ ଶେଷ ସୁଯୋଗ। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି କିରଣ ଚୌହାନଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଥିଲେ।

ଆତ୍ମସମର୍ପଣ କରିଥିବା ମାଓମାଦୀମାନଙ୍କ ମଧ୍ୟରେ ୧୦ ଲକ୍ଷ ଘୋଷିତ ସିଆରସି କମ୍ପାନିର ଡେପୁଟି କମାଣ୍ଡର ଲାଲି ଓରଫ ମୁଚାକି ଆୟତେ, ୮ ଲକ୍ଷ ଘୋଷିତ ପ୍ଲାଟୁନ କମାଣ୍ଡର ହେମଲା ଲାଖମା, କମ୍ପାନି ନମ୍ବର-୭ର ସଦସ୍ୟା ଅସମତି ଓରଫ କମଲୁ, ପାର୍ଟି ସଦସ୍ୟା ରାମବତୀ ଏବଂ ପିଏଲଜିଏ ସଦସ୍ୟ ସୁଣ୍ଡାମ ପାଲେ, ୫ ଲକ୍ଷ ଘୋଷିତ ଏଲଓସି କମାଣ୍ଡର ମୁଚାକି ସଂଦୀପ, ଏସିଏମ ମିାଡକମ ଚେତ ଓରଫ ମଙ୍ଗଲି ଏବଂ କୃଷି ଟିମ କମାଣ୍ଡର ନିଲେଶ, ୩ ଲକ୍ଷ ଘୋଷିତ ମିଲିସିଆ କମାଣ୍ଡର ତାତି ସୋମଡୁ, ୨ ଲକ୍ଷ ଘୋଷିତ ଡିଏକେଏମଏସ ସଦସ୍ୟ ମୁଚାକି ଦେବା, ୧ ଲକ୍ଷ ଘୋଷିତ ପାର୍ଟି ସଦସ୍ୟା ସରିତା, ଗାର୍ଡ ସଦସ୍ୟ ବେଟ୍ଟି ମାସା ଏବଂ ହେମଲା ଦସରୁ।

ଆହୁରି ପଢ଼ନ୍ତୁ: T20 World Cup: ମ୍ୟାଚ୍‌ ସ୍ଥାନାନ୍ତର ମନା ହେଲା ପରେ ଏବେ କ’ଣ କରିବ ବାଂଲାଦେଶ?

ଆତ୍ମସମର୍ପଣକାରୀଙ୍କୁ ସହାୟତା

ଅନ୍ୟ ନକ୍ସଲମାନେ ହେଲେ ସିଏନଏମ ସଦସ୍ୟ ବିଜୟ ମୁଚାକି, ମିଲିସିଆ ସଦସ୍ୟ ମାଡକମ ମୁଚାକି, ଆକାଶ ମୁଚାକି, ମିଡିୟମ ସୁରେଶ, ମୁଚାକି ବୁଦରା, ମୁଚାକି ମୁଡା, ମାଡବୀ ହିଡମା, ମାଡବି ସୁକ୍କା, ମାଡକମ ହୁଙ୍ଗା, ସୁମ୍ଡମ ରାଜୁ, ବେଟ୍ଟି ବୁଧୁ, ମାଡକମ ଗୋଚେ ଏବଂ ମାଡବୀ ଭୀମା। ପ୍ରଶାସନ ତରଫରୁ ସମସ୍ତଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ। ଏଥିସହ ମାସିକ ୧୦ ହଜାର ଟଂକା ୩ ବର୍ଷ ପର୍ଯ୍ୟନ୍ତ ଦିଆଯିବ। ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ଏମାନେ ପାଇବେ ବୋଲି ପୁଲିସ କହିଛି। ତେଣୁ ଯେଉଁମାନେ ବି ବର୍ତ୍ତମାନ ଜଂଗଲରେ ହିଂସା ଘଟାଇ ବୁଲୁଛନ୍ତି ସେମାନେ ତୁରନ୍ତ ମୁଖ୍ୟସ୍ରୋତକୁ ଚାଲି ଆସନ୍ତୁ ବୋଲି ଆହ୍ବାନ ଦିଆଯାଇଛି।

ଆହୁରି ପଢ଼ନ୍ତୁ: Rourkela painter: ରାଉରକେଲା ସହରକୁ ସଜାଉଥିବା ରଙ୍ଗତୂଳୀର ରୂପକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe