37 Maoists surrender at Telengana police. Photograph: (sambad.in)
ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ଡିଜିପିଙ୍କ ନିକଟରେ ୩ ଜଣ ସିସିଏମ ନକ୍ସଲ ସମେତ ୩୭ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ୩ ଜଣ ଷ୍ଟେଟ କମିଟି ମେମ୍ବର ମଧ୍ୟରୁ ତେଲେଙ୍ଗାନା ଷ୍ଟେଟ କମିଟି ମେମ୍ବର କୋୟଡା ସାମ୍ବାୟା ଓରଫ ଆଜାଦ୍ ଓ ଆପ୍ପାସି ନାରାୟଣ ଓରଫ ରମେଶ ଏବଂ ତେଲେଙ୍ଗାନା ଷ୍ଟେଟ କମିଟିର ମେମ୍ବର ହେଉଛି ମୁଚାକି ସୋମଡା। ଏମାନଙ୍କ ନାମରେ ତେଲେଙ୍ଗାନା ରାଜ୍ୟ ସରକାର ୨୦ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ଏଥିସହ ଗୋଟିଏ ଏକେ-୪୭ ରାଇଫଲ,ଦୁଇଟି ଏସଏଲଆର ବନ୍ଧୁକ,୪ଟି ୩୦୩ ରାଇଫଲ ଏବଂ ଗୋଟିଏ ଜି୩ ରାଇଫଲ ସମେତ ୩୪୩ ଜୀବନ୍ତ ଗୁଳି ପୁଲିସକୁ ହସ୍ତାନ୍ତର କରିଛନ୍ତି।
ଅନ୍ୟ ନକ୍ସଲମାନେ ହେଲେ ଏସିଏମ ନୁପୋ ଗଂଗା, ପାର୍ଟି ମେମ୍ବର ହେଲେ ମାଡବି ସୁକ୍କା, କୁଢ୍ଜମ କାମଲା, ପଡ଼ିୟମ ଜଗା, ମିଡ଼ିୟମ ମାଲେ, ଭିକୋ କୋସି, ଉକେ ରନିତା, ସୋଡ଼ି ମାଙ୍ଗି, ଉଲକେ ରତ୍ନା, ଭେଟ୍ଟି ଜଗା, ଓୟାମ ଲେଲି, ମଡ଼ିୟମ ରାନୀ, କୋର୍ସା ଲାକମେ, କଲୁମୁ ଉଙ୍ଗି, ହେମଲା ଭୀମେ, କର୍ତାମ ମୋଟୁ, ଉଲକେ ବିଚେ, ପୁନେମ ଉଙ୍ଗି, ଆବକା ରାଇମୋତି ଏବଂ କୁଡିୟମ ଦେବା। ଡିଭିଜନାଲ କମିଟି ମେମ୍ବର ହେଲେ ସୁଡି ସୁକ୍କି, ସୋଡି ପାଇକି, ସୋଡି ହିଡୁମା, ଡିଭିସିଏମ ମାଡ଼ବୀ ସୋନା, ହେମଲା ଆଡୁମେ, ଏସିଏମ ମୁଚାକି ଉରା, ପିପିସିଏଣ କୁଡାମ ଲକ୍ଷ୍ମୀ, ଏସିଏମ ସୋଡି ସୋମିଡି, ପିପିସିଏମ ପୋଡିୟାମ ମାସେ, ଏସିଏମ ପୋଡିୟାମ ରାନୁ, ଏସିଏମ କରମ ମଙ୍ଗଲି, ଏସିଏମ ମାଡବି ମନକେଲି, ପିପିସିଏମ ମାଡବି କୋସା ଏବଂ ନୁପୋ ସୁକ୍କି।
ଆହୁରି ପଢ଼ନ୍ତୁ: Maoists Call Of Strike: ମାଓବାଦୀ ହତ୍ୟାକୁ ବିରୋଧ, ୨୩ରେ ଭାରତ ବନ୍ଦ
କୋଟିଏ ୪୧ ଲକ୍ଷ ପୁରସ୍କାର ରାଶି
ତେବେ ମୋଟ ୩୭ ନକ୍ସଲଙ୍କ ନାମରେ ୧ କୋଟି ୪୧ ଲକ୍ଷ ୫ ହଜାର ଟଂକା ରହିଥିଲା। ପୁଲିସ ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଏକେ-୪୭ ରାଇଫଲ ଧରୁଥିବା ନକ୍ସଲଙ୍କୁ ଅଧିକା ୪ ଲକ୍ଷ ଟଂକା, ଏସଏଲଆର ଧରୁଥିବା ନକ୍ସଲଙ୍କୁ ଅଧିକା ୨ ଲକ୍ଷ ଟଂକା ୩୦୩ ବନ୍ଧୁକ ଧରୁଥିବା ନକ୍ସଲଙ୍କୁ ଅଧିକା ୧ ଲକ୍ଷ ଟଂକା ଏବଂ ଅନ୍ୟ ରାଇଫର ଧରୁଥିବା ନକ୍ସଲଙ୍କୁ ମାତ୍ର ୫ ହଜାର ଟଂକା ପ୍ରଦାନ କରାଯାଇଛି। ହିଡମାର ମୃତ୍ୟୁ ପରେ ନକ୍ସଲ ସଂଗଠନ ଦୋହଲି ଯାଇଥିବା ବେଳେ ଜଂଗଲରେ ରହିଯାଇଥିବା ବଳକା ନକ୍ସଲ ଏବେ ଆତ୍ମସମର୍ପଣ ପାଇଁ ତତ୍ପରତା ଦେଖାଉଥିବା କୁହାଯାଇଛି।
ଆହୁରି ପଢ଼ନ୍ତୁ: Tiger Census: ଦଶପଲ୍ଲା ବନାଞ୍ଚଳରେ ମାଓବାଦୀଙ୍କ ଗତିବିଧି; ୧୫ଟି ଜୋନ୍ରେ ବାଘ ଗଣନା ବନ୍ଦ
Follow Us