ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା):ମାଲକାନଗିରି ଜିଲ୍ଲାରେ ଆମ୍ବୁଲାନ୍ସ ସେବା ଚାଲୁଛି କମ୍, ଝୁଣ୍ଟୁଛି ବେଶି। ଆମ୍ବୁଲାନ୍ସଗୁଡ଼ିକ ଯଥେଷ୍ଟ ପୁରୁଣା ହୋଇଥିବା ବେଳେ ମରାମତି ନହୋଇ ବିଭିନ୍ନ ସ୍ଥାନରେ ପଡ଼ି ରହିଛି। ଏପରିକି ରୋଗୀ ଆଣି ଆସୁଥିବା ବେଳେ କେତେବେଳେ ଅଟକି ଯାଉଛି ତ ଆଉ କେତେବେଳେ ରୋଗୀ ଆମ୍ବୁଲାନ୍ସକୁ ଫୋନ କରି କରି ନୟାନ୍ତ ହେବାର ଘଣ୍ଟାଘଣ୍ଟା ପରେ ପହଞ୍ଚୁଛି। ଏହାକୁ ନେଇ ସ୍ଥନୀୟ ଅଂଚଳରେ ଅସଂତୋଷ ଦେଖାଦେଇଛି।
ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ଚାଲିଗଲା ରୋଗୀଙ୍କ ଜୀବନ
ସଦ୍ୟତମ ଘଟଣାକ୍ରମରେ ସଦର ବ୍ଲକର ସେରପାଲୀ ପଞ୍ଚାୟତର ନୂଆଗୁଡା ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ଅସୁସ୍ଥ ରହିଥିବା ବେଳେ ପରିବାର ଲୋକେ ବାରମ୍ବାର ଫୋନ କରିବା ପରେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ତାର ଦେହାନ୍ତ ହୋଇଥିବା ଜଣାପଡିଛି। ଏନେଇ ଗଣମାଧ୍ୟମ ଆଗରେ ପରିବାର ଲୋକେ କିଛି କହିନଥିଲେ। ଅନ୍ୟ ଦିଗରେ ସ୍ବାସ୍ଥ୍ୟ ବିଭାଗ କହିଛି ଏ ସଂପର୍କରେ ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ। ଖୁବଶୀଘ୍ର ଏହାର ସମାଧାନ ପାଇଁ ଚେଷ୍ଟା କରାଯିବ।
ଆହୁରି ପଢ଼ନ୍ତୁ: Women marries sister's husband: ଭଉଣୀର ସେବା କରୁ କରୁ ଭିଣୋଇଙ୍କ ପ୍ରେମରେ ପଡ଼ିଲେ ଶାଳି
ଖତ ଖାଉଛି ଆମ୍ବୁଲାନ୍ସ
ବିପର୍ଯ୍ୟସ୍ତ ହୋଇପଡିଛି ମାଲକାନଗିରିରେ ସ୍ବାସ୍ଥ୍ୟ ସେବାରେ ବ୍ୟବହୃତ ହେଉଥିବା ଆମ୍ବୁଲାନ୍ସ। କେତେବେଳେ ରୋଗୀ ପାଇଁ ଯାଉଥିବା ବେଳେ କିମ୍ବା ରୋଗୀକୁ ଆଣି ଆସୁଥିବା ବେଳେ ଅଧ ବାଟରେ ନିଜେ ରୋଗୀ ସାଜିଯାଉଛି। ବିଜାଘାଟି ରାସ୍ତାକଡ଼ରେ ଥିବା ଆମ୍ବୁଲାନ୍ସ ହେଉଛି ତାହାର ଜ୍ବଳନ୍ତ ଉଦାହରଣ। କେବଳ ବିଜାଘାଟି ନୁହେଁ, ଏମଭି-୧୩ ନମ୍ବର ପାଖରେ ମଧ୍ୟ ଅନେକ ଆମ୍ବୁଲାନ୍ସ ଖତ ଖାଉଛି। ଜିଲ୍ଲାରେ ମୋଟ ୧୮ଟି ଆମ୍ବୁଲାନ୍ସ ଥିବା ବେଳେ ବାସ୍ତବିକ ୪ଟି ଅକାମି ହୋଇ ପଡ଼ି ରହିଥିବା ବେଳେ ଆଉ ୪ଟି ଅତ୍ୟଧିକ ପୁରୁଣା ହୋଇଯାଇଛି। ଯାହାଫଳରେ ରୋଗୀ ଆମ୍ବୁଲାନ୍ସକୁ ଫୋନ କଲେ ମଧ୍ୟ ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ଚି ପାରୁନଥିବା ବେଳେ ରୋଗୀମାନେ ବାରମ୍ବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପୁରୁଣାଗୁଡ଼ିକ ବଦଳାଇ ନୂଆ ଆମ୍ବୁଲାନସ ଦେବା ପାଇଁ ସାଧାରଣରେ ଦାବି ହୋଇଛି।
ଆହୁରି ପଢ଼ନ୍ତୁ: F-35 Jets Deal: ସାଉଦି ଆରବର ଶକ୍ତି ବୃଦ୍ଧି କରିବେ ଟ୍ରମ୍ପ୍: ଏଫ୍-୩୫ ଚୁକ୍ତିକୁ ଆମେରିକା ଦେଇପାରେ ସବୁଜ ସଙ୍କେତ
ବଣ୍ଡାଘାଟିରେ ଅସୁବିଧା!
ଏକଥାକୁ ମାଲକାନଗିରି ଏଡିଏମଓ ବ୍ରଜବନ୍ଧୁ ଦାସ ମଧ୍ୟ ସ୍ବୀକାର କରିଛନ୍ତି। ଜିଲ୍ଲାରେ ଦୁଇଟି ଆମ୍ବୁଲାନ୍ସ ସଂପୂର୍ଣ୍ଣ ଭାବେ ଅଚଳ ଓ ୬ଟି ପୁରୁଣା ହୋଇଥିବା କଥା ସେ ନିଜେ ସ୍ବୀକାର କରିଥିବା ବେଳେ ଏ ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଥିବା କହିଛନ୍ତି। ବିଶେଷକରି ବଣ୍ଡାଘାଟି ସମେତ ସ୍ବାଭିମାନ ଅଂଚଳର ଦୁର୍ଗମ ଗାଁଗୁଡିକରେ ଆମ୍ବୁଲାନ୍ସ ପହଞ୍ଚିବା ମୁସକିଲ ହୋଇପଡୁଛି। ଆମ୍ବୁଲାନ୍ସ ଯଦି ଗାଁ ଭିତରେ ପଶେ ତେବେ ବାହାରକୁ ବାହାରିବା କଷ୍ଟକର ହେଉଛି। ଗାଁ ଲୋକେ ଠେଲାପେଲା କରି ବହୁ କଷ୍ଟରେ ଆମ୍ବୁଲାନ୍ସକୁ ବାହାରକୁ ବାହାର କରୁଥିବା ଦେଖିବାକୁ ମିଳୁଛି। ଆମ୍ବୁଲାନ୍ସ ସେବାକୁ ଯଥାଶୀଘ୍ର ଲୋକଙ୍କ ପାଇଁ ସୁବିଧା ନକଲେ ରୋଗୀଙ୍କ ଧନ ଜୀବନ କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/05/malkangiri-2025-11-05-16-35-22.jpg)