ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ସୀମାନ୍ତ ଛତିଶଗଡର ଗରିଆବନ୍ଦରେ ପୁଣି ଏକ ବଡ଼ଧରଣର ଆତ୍ମସମର୍ପଣ ହେବା ନେଇ ସୂଚନା ମିଳୁଛି। ଉନ୍ଦତି ଏରିଆ କମିଟିର ସଚିବ ସୁନୀଲ ତାଂକ ସାଥୀଙ୍କୁ ଦେଇଥିବା ଏକ ପତ୍ରରୁ ସ୍ପଷ୍ଟ ହେଉଛି। ସୁନୀଲ ସାଥିମାନଙ୍କୁ ଉଦେଶ୍ୟରେ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କମ୍ରେଡମାନେ ଭଲ ଅଛ କି, ଭାବୁଛି ଭଲ ଥିବ। ଆପଣ ଜାଣିଥିବେ ଯେ ଗତ ୧୬ ତାରିଖରେ ସୋନୁ ଦାଦା ମହାରାଷ୍ଟ୍ରର ଗଡଚିରୋଲିରେ ୬୧ ଜଣ ସାଥୀଙ୍କୁ ଅସ୍ତ୍ରଶସ୍ତ୍ର ସହିତ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏଥିସହ ୧୭ ତାରିଖରେ ବସ୍ତରରେ ରୂପେଶ ଦାଦା ଓରଫ ସତୀଶ ଦାଦା ଅସ୍ତ୍ରଶସ୍ତ୍ର ସହିତ ସଶସ୍ତ୍ର ଆନ୍ଦୋଳନ ବନ୍ଦ କରିଛନ୍ତି। ରୂପେଶ ଦାଦାଙ୍କ ସହ ୨୧୦ ଜଣ ସାଥୀ କମ୍ରେଡ ଆତ୍ମସମର୍ପଣ କରିଛନ୍ତି। ଏହି ସମସ୍ତ ସାଥୀ ସରକାରଙ୍କୁ ସେମାନଙ୍କର ଅସ୍ତ୍ରଶସ୍ତ୍ର ସମର୍ପଣ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ବନ୍ଧୁକ ଛାଡ଼ି ସମ୍ବିଧାନ ଧରିଲେ: ମୁଖ୍ୟସ୍ରୋତକୁ ଫେରିଲେ ୨୧୦ କ୍ୟାଡର୍‌ ମାଓବାଦୀ

ଆମର ସୋନୁ ଦାଦା ଯୁଦ୍ଧବିରତି ସଂଘର୍ଷକୁ ବନ୍ଦ କରିବା ପାଇଁ ଏକ ପୁସ୍ତିକା ଜାରି କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ପରିସ୍ଥିତି ସଶସ୍ତ୍ର ଆନ୍ଦୋଳନ ପାଇଁ ଅନୁକୂଳ ନୁହେଁ। ପୁଲିସ ବାହିନୀର ଚାପ ବୃଦ୍ଧି ପାଇଛି। ତେଣୁ ସମସ୍ତ ସାଥୀମାନେ ଅସ୍ତ୍ରବିରତି ବନ୍ଦ କରିବେ ଏବଂ ଲୋକଙ୍କ ସହିତ ରହି ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ। ତେଣୁ ଆମର ଉଦନ୍ତୀ ଦଳ ଗାରିଆବନ୍ଧରେ ସଶସ୍ତ୍ର ଆନ୍ଦୋଳନ ବନ୍ଦ କରିବାକୁ ଯାଉଛନ୍ତି। ଆପଣ ମଧ୍ୟ ସମସ୍ତ ୟୁନିଟ୍ ସହିତ ଏହି ସଶସ୍ତ୍ର ଆନ୍ଦୋଳନକୁ ବନ୍ଦ କରିବାକୁ ଆସନ୍ତୁ। ବର୍ତ୍ତମାନ ଆମ ପାଖରେ ସୁଯୋଗ ରହିଛି। ପ୍ରଥମେ ଆମକୁ ଜୀବନ ବଞ୍ଚାଇବାକୁ ହେବ। ପରେ ଆନ୍ଦୋଳନ କରାଯିବ। ତେଣୁ ସମସ୍ତ ୟୁନିଟ୍ ମଧ୍ୟରୁ ଗୋବ୍ରା, ସୀନାପାଲି, ଏସଡିକେ, ସୀତାନନ୍ଦି ଏରିଆ କମିଟିର କମ୍ରେଡମାନଙ୍କୁ ଅନୁରୋଧ ଆପଣମାନେ ଚିନ୍ତା କରି ଠିକ ନିଷ୍ପତ୍ତି ନିଅନ୍ତୁ,ପରେ ଯେମିତି ଡେରି ହୋଇନଯାଏ।

ଆହୁରି ପଢ଼ନ୍ତୁ: Gang Rape: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା: ରାଣୀ ମହୁମାଛି ସମେତ ୪ ଅଭିଯୁକ୍ତ ଗିରଫ

ଆମେ ପୂର୍ବରୁ ଆମର ଅନେକ ଗୁରୁତ୍ୱପୂର୍ଣ୍ଣ ସାଥୀଙ୍କୁ ହରାଇଛୁ। ତେଣୁ ଆମର ୟୁନିଟ୍ ସୋନୁ ଦାଦା ଏବଂ ରୂପେଶ ଦାଦାଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ସମର୍ଥନ କରେ। ତୁମେ ମଧ୍ୟ ପୂର୍ଣ୍ଣ ଶକ୍ତି ଏବଂ ଅସ୍ତ୍ରଶସ୍ତ୍ର ସହିତ ଆମ ସହ ଫେରିଆସ। ଆମର ଯେକୌଣସି ସାଥୀ ଏହି ୯୩୨୯୯୧୩୨୨୦  ନମ୍ବରରେ ମୋ ସହିତ ଯୋଗାଯୋଗ କରିପାରିବେ।

ପ୍ରକାଶ ଥାଉକି ଗତ ଦୁଇ ଦିନରେ ମାଓ ସଂଗଠନର ୩୦୦ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ସରକାରଙ୍କ ଦ୍ବାରା ଦିଆଯାଇଥିବା ଟାର୍ଗେଟ ପୂର୍ବରୁ ହିଁ ନକ୍ସଲ ମୂଳପୋଛ ହେବେ ବୋଲି ଅନୁମାନ କରାଯାଏ। ମାତ୍ର ହାତଗଣତି ଆଉ ୬ରୁ ୭ ଜଣ ସିସି ମେମ୍ବର ରହିଥିବା ବେଳେ ୧ ହଜାର ଭିତରେ କମ୍ରେଡମାନେ ରହିଛନ୍ତି। ତେଣୁ ବାକି ଜୀବନ ଖୁସିରେ କଟାଇବାକୁ ହେଲେ ସରକାରଙ୍କର ସମସ୍ତ ଯୋଜନାରେ ସାମିଲ ହେବାକୁ ପୁଣି ସରକାର ଆହ୍ବାନ କରିଛନ୍ତି।

Malkangiri maoists