Health: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ରୁ ୨୭ ବାୟୁ ସ୍ବାସ୍ଥ୍ୟ ସେବା

Advertisment

ଆସନ୍ତା ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶିବିର ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରେ ଅନୁଷ୍ଠିତ ହେବ। ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଧିକ୍ଷକ ଡI.ଚୌଧୁରୀ ନିହାର ରଞ୍ଜନ ପ୍ରହରାଜଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଆସନ୍ତା ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶିବିର ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରେ ଅନୁଷ୍ଠିତ ହେବ। ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଧିକ୍ଷକ ଡI.ଚୌଧୁରୀ ନିହାର ରଞ୍ଜନ ପ୍ରହରାଜଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା।

Mkg CM Air health camp meeting

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଆସନ୍ତା ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶିବିର ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରେ ଅନୁଷ୍ଠିତ ହେବ। ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଧିକ୍ଷକ ଡI.ଚୌଧୁରୀ ନିହାର ରଞ୍ଜନ ପ୍ରହରାଜଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବରିଷ୍ଠ ଡାକ୍ତରଙ୍କ ସହ ଡାକ୍ତରଖାନା ପରିଚାଳକ ଏବଂ ବରିଷ୍ଠ  ସେବିକାଗଣ ଉପସ୍ଥିତ ରହିଥିଲେ।

ଏହି ଶିବିରରେ ରାଜ୍ୟସ୍ତରୀୟ ବିଶେଷଜ୍ଞ ଡାକ୍ତର ଯଥା ସ୍ନାୟୁ ରୋଗ ବିଶେଷଜ୍ଞ, ହୃଦ ରୋଗ ବିଶେଷଜ୍ଞ, ବୃକକ ରୋଗ ବିଶେଷଜ୍ଞ, ପାଚନତନ୍ତ୍ର ରୋଗ ବିଶେଷଜ୍ଞ, ଅନ୍ତଃ ସ୍ରାବୀ ରୋଗ ବିଶେଷଜ୍ଞ, ଲIପରୋସ୍କୋପି ଏବଂ ଶୈଲ୍ୟ ବିଶେଷଜ୍ଞ ପ୍ରମୁଖ ଡାକ୍ତରୀ ଦଳ ଯୋଗଦେଇ ଚିକିତ୍ସା ସେବା ସହ ଅସ୍ତ୍ରୋପ୍ରଚIର କରିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: PHF President Resignation: ବିବାଦ ପରେ ଇସ୍ତଫା ଦେଲେ ପିଏଚ୍‌ଏଫ୍‌ ସଭାପତି

ସେହିପରି ଜିଲ୍ଲାବାସୀଙ୍କୁ ସଚେତନତା ସହ ଶିବିରରେ ଆସୁଥିବା ବିଶେଷଜ୍ଞ ଡାକ୍ତର ସମ୍ପର୍କିତ ବାର୍ତ୍ତା ଦେବା ନିମନ୍ତେ ୭ ଟି ବ୍ଲକ ଓ ମାଲକାନଗିରି ସହରାଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ପ୍ରସାର କରାଯିବା ବ୍ୟବସ୍ଥI କରାଯାଇଛିI ଏହି ଶିବିରକୁ ଅଧିକରୁ ଅଧିକ ରୋଗୀ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା ସେବାର ଲାଭ ଉଠାଇବାକୁ ଅନୁରୋଧ କରାଯାଉଛି। ଏଣୁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେ ୨୪ ଠାରୁ ୨୭ ପର୍ଯ୍ୟନ୍ତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶିବିରକୁ ଆପଣଙ୍କ ପରିବାରର କୌଣସି ବ୍ୟକ୍ତି ଯଦି ଉପରୋକ୍ତ ରୋଗରେ ପୀଡିତ ରହିଥିବେ ସେମାନଙ୍କୁ ନିର୍ଦ୍ଧାରିତ ତାରିଖରେ ଶିବିରକୁ ଆଣି ଉତ୍ତମ  ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା କରାଇନିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe