ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସମେତ ସାରା ଦେଶରେ ନକ୍ସଲ ମୂଳପୋଛ ନେଇ ୨୦୨୬ ମାର୍ଚ୍ଚ ୩୧ ଟାର୍ଗେଟ ରହିଥିବାରୁ ପୁଲିସ ଅପରେସନକୁ ଜୋରଦାର କରୁଛି। ଏହି ଅପରେସନକୁ ନକ୍ସଲ ଭୟ କରି ଲଗାତାର ଅସ୍ତ୍ରଶସ୍ତ୍ର ସହ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗେଇ ଆସୁଛନ୍ତି। ଏହିକ୍ରମରେ ନକ୍ସଲ ସଂଗଠନରେ କାମ କରୁଥିବା ବଡ ବଡ କ୍ୟାଡର ନକ୍ସଲମାନେ ମଧ୍ୟ ଆତ୍ମସମର୍ପଣ ପନ୍ଥାକୁ ବାଛି ନେଇଛନ୍ତି। ସୀମାନ୍ତ ତେଲେଙ୍ଗାନାରେ ତେଲେଙ୍ଗାନା ଷ୍ଟେଟ କମିଟିର ଦୁଇ ଦୁର୍ଦାନ୍ତ ମାଓ ନେତା ସମେତ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।

Advertisment

ଦୁଇ ଦିନ ପୂର୍ବରୁ ଆତ୍ମସମର୍ପଣ

ମାଓବାଦୀମାନେ ନିଜର ହତିଆର ସହ ଏମାନେ ଆତ୍ମସମର୍ପଣ କରିଥିବା କୁହାଯାଇଛି। ଏମାନେ ଗତ ଦୁଇ ଦିନ ତଳେ ହିଁ ଏମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିସାରିଲେଣି। ପୁଲିସ କିନ୍ତୁ ଆଜି ପର୍ଯ୍ୟନ୍ତ ଏମାନଙ୍କୁ ଗଣମାଧ୍ୟମ ସାମ୍ନାକୁ ଆଣିନାହିଁ। ଆତ୍ମସମର୍ପଣ କରିଥିବା ଦୁଇ ଦୁର୍ଦାନ୍ତ ନକ୍ସଲ ମଧ୍ୟରୁ ଜଣେ ହେଲେ ବିକେଏସଆର ଡିଭିଜନ କମିଟିର ସଦସ୍ୟ କୋୟାଦ୍ଦି ସଂବୟା ଓରଫ ଆଜାଦ୍ ଏବଂ ଅନ୍ୟ ଜଣେ ହେଲେ ମାଓ ସଂଗଠନର ଟେକନିକ ଟିମର ସଦସ୍ୟ ଆବ୍ବାସ ନାରାୟଣ ଓରଫ ରମେଶ।

ଆହୁରି ପଢ଼ନ୍ତୁ: Expensive Rice: ଜାପାନରେ ବିଶ୍ୱର ସବୁଠାରୁ ମହଙ୍ଗା ଚାଉଳ

ଅନ୍ତର୍ଦ୍ବନ୍ଦ ହିଁ ଆତ୍ମସମର୍ପଣର କାରଣ?

ଏହି ଦୁଇ ନକ୍ସଲ ଗତ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ମାଓ ସଂଗଠନରେ କାମ କରୁଥିଲେ। ଆଜାଦ୍ ଏବଂ ତେଲେଙ୍ଗାନା ଏରିଆ କମିଟିର ସଚିବ ଦାମୋଦର ମଧ୍ୟରେ ରହିଥିବା ଅନ୍ତର୍ଦ୍ବନ୍ଦ ହିଁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା। ତେଲେଙ୍ଗାନା ଏରିଆ କମିଟିରେ ଆଜାଦର ମଧ୍ୟ ଦବଦବା ରହିଥିଲା। ପୁଲିସ ଦିନେ କିମ୍ବା ଦୁଇ ଦିନରେ ଏହା ସ୍ପଷ୍ଟ କରିବ ବୋଲି ଜଣାପଡିଛି। ତେବେ ଏହି ଦୁଇ ମାଓବାଦୀଙ୍କର ଆତ୍ମସମର୍ପଣ ତେଲେଙ୍ଗାନା ଏବଂ ଛତିଶଗଡ ସୀମାରେ ରହିଥିବା ନକ୍ସଲଙ୍କ ପ୍ରଭାବିତ କରିବ ବୋଲି କୁହାଯାଇଛି। ଆଜାଦ ଉପରେ ସରକାର ୪୦ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ସେହିପରି ରମେଶ ନାମରେ ୨୦ ଲକ୍ଷ ଟଂକା ପୁରସ୍କାର ରହିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: Health: କେମତି ଚାଲିଛି ବ୍ୟବସ୍ଥା? ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହେଉନି ସଫଳ!