ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲାରେ ବଗ୍ନାନିକୁ ନେଇ ବୈଠକ ଉପରେ ବୈଠକ ବିଭାଗ କରିବା ସହ ଲୋକଙ୍କୁ ସଚେତନ କରାଉଥିବା କହିଛି। ଅନ୍ୟଦିଗରେ ସାଟେଲାଇଟ ଯୋଗେ ନଜର ରଖାଯାଇଥିବା ମଧ୍ୟ ବିଭାଗ କହୁଛି। ଏଥିସହ ଡ୍ରୋନ ସାହାଯ୍ୟରେ ନିଆଁକୁ ଆୟତ୍ତ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛି। କିନ୍ତୁ ବହୁ ସ୍ଥାନରେ ଏବେ ନିଆଁ ଲାଗୁଥିବା ଦେଖିବାକୁ ମିଳିଛି।
ଖଇରପୁଟ ଠାରେ ମାଥିଲି ଯିବା ରାସ୍ତାରେ ଥିବା ଜଂଗଲରେ ହୁତୁହୁତୁ ହୋଇ ନିଆଁ ଲାଗୁଥିବା ଦେଖିବାକୁ ମିଳିଥିଲା। ନିଆଁ ଏତେ ଜୋରରେ ଜଳୁଥିଲା ଯେ ତାହା ସଂପୂର୍ଣ୍ଣ ଜଂଗଲକୁ ନଷ୍ଟ କରିଦେଇଥିବା ଭଳି ଜଣାପଡୁଥିଲା। ପବନ ଯେତେ ବୋହୁଥିଲା ସେତେ ନିଆଁ ଅଧିକା ଜଳୁଥିଲା। ବନ ବିଭାଗର କୌଣସି କର୍ମଚାରୀ ଏନେଇ ଟେର ପାଇପାରିନଥିଲେ। ଏହା ମାଥିଲି ବନାଞ୍ଚଳରେ ଯାଉଥିବା ଜଣାପଡିଛି।
ଆହୁରି ପଢ଼ନ୍ତୁ: Allegations: ସ୍କୁଲ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ଶିକ୍ଷକଙ୍କୁ ଅଟକ ରଖିଲେ ଗ୍ରାମବାସୀ
ତେବେ ହୁଏତ ଦୁର୍ବୃତ୍ତମାନେ ମହୁଲ ଫୁଲ ପାଇଁ ନିଆଁ ଲଗାଇ ଦେଇଥାଇପାରନ୍ତି ବୋଲି କୁହାଯାଇଛି। ସେହି ରାସ୍ତାରେ ବହୁ ଲୋକ ଯିବା ଆସିବା କରୁଥିଲେ ମଧ୍ୟ କେହି ନିଆଁକୁ ଲିଭାଇବା ପାଇଁ ସେଠାରେ ଅଟକି ନଥିଲେ। ଆମେ ସେଠାରେ ନିଆଁକୁ ଆୟତ୍ତ କରିବାକୁ ବହୁ ଚେଷ୍ଟା କରି ବିଫଳ ହୋଇଥିଲୁ। ନିଆଁ ଏତେ ଜୋରରେ ଜଳୁଥିଲା ଯେ ସେଠାକୁ ଯିବା ବିପଦପୂର୍ଣ୍ଣ ଥିଲା। ମାଥିଲି ବନାଞ୍ଚଳ ଅଧିକାରୀ ଛୁଟିରେ ଥିବା ଖବର ପାଇଥିଲୁ। ତେବେ ଦୀର୍ଘ ସମୟ ଧରି ନିଆଁ ଜଳିବା ପରେ ଲିଭିଯାଇଥିଲା।ତେବେ ବନ ବିଭାଗ ତରଫରୁ ନିୟମିତ ଜଂଗଲ ଜଂଗଲ ବୁଲିବାକୁ ପରିବଶବିତମାନେ ମତ ପ୍ରକାଶ କରିଛନ୍ତି। ଲୋକେ ଜାଣି ଶୁଣି ନିଆଁ ଲଗାଉଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହେଉଛି। ଏନେଇ ଦୃଢ ପଦକ୍ଷେପ ନେଲେ ହୁଏତ ଆଗକୁ ଲୋକେ ନିଆଁ ଲଗାଇବେ ନାହିଁ ବୋଲି କୁହାଯାଇଛି।
Follow Us