ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଜଂଗଲରେ ନକ୍ସଲ ଖରା, ବର୍ଷା ଶୀତରେ ଜଂଗଲରେ ବନ୍ଧୁକ ଧରି ବୁଲୁଥିଲେ। ମନରେ ସବୁବଳେ ମୃତ୍ୟୁର ଭୟ। କେଉଁ ସମୟରେ ଶତ୍ରୁ ପକ୍ଷର ଗୁଳି ଛାତିରେ ବାଜିବ କେହି ଜାଣିନାହାନ୍ତି। ଜଂଗଲରେ ସଙ୍ଘର୍ଷ କରିବା ପରେ ନିଜର ଭୁଲ ବୁଝିପାରି ଏବେ ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜର ଜୀବନଶୈଳୀକୁ ବଦଳାଇ ଦେଇଛନ୍ତି ନକ୍ସଲ। ପଡୋଶୀ ଛତିଶଗଡ଼ର ସୁକମା ଜିଲ୍ଲାରେ ୩୫ ଜଣ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ଏବେ ରାଜମିସ୍ତ୍ରୀ ତାଲିମ ପ୍ରଦାନ କରାଯାଉଛି। ଦିନେ ଜଂଗଲରେ ବନ୍ଧୁକ ଧରୁଥିଲେ, ଏବେ ରାଜମିସ୍ତ୍ରୀ ବନି ହାତରେ ଥାପି ଧରୁଛନ୍ତି। ଏମାନଙ୍କ ମଧ୍ୟରେ ୧୫ ଜଣ ମହିଳା ରହିଥିବା ବେଳେ ୨୦ ଜଣ ପୁରୁଷ ରହିଛନ୍ତି।

Advertisment

ଜିଲ୍ଲା ପ୍ରଶାସନ ଦ୍ବାରା ଏମାନଙ୍କୁ ତାଲିମ ପ୍ରଦାନ କରାଯିବା ସହ ଭବିଷ୍ୟତରେ ସେମାନେ ନିଜର ବାକି ଜୀବନ ସୁଖରେ କଟାଇବେ। ସମାଜରେ କିପରି ସମ୍ମାନର ସହ ବଞ୍ଚିବେ ସେନେଇ ସରକାର ସମସ୍ତ ସୁବିଧା ପ୍ରଦାନ କରିଛନ୍ତି। ଘର ତିଆରି କରିବାରେ ଯେଉଁ ସବୁ କାମ ଆରମ୍ଭ ହୁଏ, ସେସବୁ କାମ ଏମାନଙ୍କୁ ଶିକ୍ଷା ଦିଆଯାଉଛି। ତାଲିମ ନେବା ପରେ ଜିଲ୍ଲାରେ ନିର୍ମିତ ହେଉଥିବା ଆବାସ ଗୃହଗୁଡିକ ନିର୍ମାଣରେ ସହଯୋଗ କରିବେ। ଏଥିସହ ଦୀର୍ଘ ଦିନ ଧରି କୁଶଳ ରାଜମିସ୍ତ୍ରୀଙ୍କ ଅଭାବକୁ ଏମାନେ ପୂରଣ କରିବେ ବୋଲି ଜିଲ୍ଲା ପ୍ରଶାସନ କହିଛି।

ସାମାଜିକ ପରିବର୍ତ୍ତନ ପାଇଁ ପ୍ରୟାସ

ସୁକମା ଜିଲ୍ଲାପାଳ ଦେବେଶ ଧ୍ରୁବଙ୍କ କହିବା ଅନୁଯାୟୀ ଏହାକୁ ସମାଜିକ ପରିବର୍ତ୍ତନ ହେବା ସହ ଆତ୍ମସମର୍ପଣ କେବଳ ହତିଆର ଛାଡିବା ନୁହେଁ; ବରଂ ଆତ୍ମନିର୍ଭର ହେବା ସହ ସମାଜର ମୁଖ୍ୟଧାରାରେ ଜଡିତ ହୋଇ ସମ୍ମାନର ସହ ଫେରିବା। ଜଣେ ଆଗଧାଡିର ନକ୍ସଲ ମୁଚାକି ରନବତୀଙ୍କ କହିବା ହେଲା ସେ ୨୫ ବର୍ଷ ଧରି ସଂଗଠନରେ କାମ କରୁଥିଲେ। ଆତ୍ମସମର୍ପଣ ପରେ ଏବେ ମୋତେ ଦରଜି କାମ ଶିକ୍ଷା ଦିଆଗଲା। ଏବେ ପୁଣି ରାଜମିସ୍ତ୍ରୀର ଶିକ୍ଷା ଦିଆଯାଉଛି। ଆମେ ପରିବାର ସହ ମିଶିଲୁ। ଏଥିସହ ବସ୍ତର ଅଲମ୍ପିକରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କଲି। 

ଆହୁରି ପଢ଼ନ୍ତୁ: Samsung India: ସାସ୍‌ସଙ୍ଗ ବଡ଼ ସ୍କିମ୍‌! ଏହା ଜରିଆରେ ଭାରତରେ ଖୋଲିବ ଏକ ହାଇ-ଟେକ୍ ମ୍ୟାନୁଫ୍ୟାକଚରିଂ ହବ୍ !

ସମାଜ କଲ୍ୟାଣ କାମ କଲେ ହୋଇପାରିବା ପ୍ରିୟଜନ

ସରକାରଙ୍କର ସମସ୍ତ ଯୋଜନାର ପୁରା ଲାଭ ଉଠାଉଛି ବୋଲି ସେ କହିଥିଲା। ଏହାର ଅର୍ଥ ହେଲା ଜଂଗଲରେ ରହି ହିଂସା ଘଟାଇ ଲୋକଙ୍କୁ ହତ୍ୟା କରିବା ଏବଂ ସରକାରଙ୍କର ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବା କେବେ ହେଲେ ଜନସାଧାରଣଙ୍କର ହିତ କାର୍ଯ୍ୟ ନୁହେଁ। ବରଂ ସରକାରଙ୍କ ସହ ମିଶି ଲୋକଙ୍କ ସେବା କଲେ ହିଁ ଲୋକଙ୍କର ପ୍ରିୟଭାଜନ ହୋଇପାରିବ। ସେହିପରି ଅନ୍ୟ ଜଣେ ନକ୍ସଲ ଗଙ୍ଗା ବେଟ୍ଟିଙ୍କ କହିବା ହେଲା ଆତ୍ମସମର୍ପଣ ପରେ ତାଂକର ଜୀବନଶୈଳୀ ସଂପୂର୍ଣ୍ଣ ବଦଳିଗଲା। ତେଣୁ ଏବେ ବି ଜଂଗଲରେ ରହିଯାଇଥିବା ପଥଭ୍ରଷ୍ଟ ନକ୍ସଲ ମୁଖ୍ୟଧାରାରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାନ୍ତୁ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: Viral Video: ସାଙ୍ଗ ହେଲୁ ଯଦି ସମ୍ପର୍କ ବି ରଖ: ଯୁବତୀଙ୍କୁ ରାସ୍ତା ଉପରେ ଆକ୍ରମଣ କଲେ ଇନ୍ସଟାଗ୍ରାମ ପ୍ରେମିକ