ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ-ଗମନାଗମନର ଅବସ୍ଥା: ଖଟିଆରେ ବୁହା ହେଲେ‌ ରୋଗୀ

Advertisment

ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ ଆଜି ବି ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନର ଘୋର ଅସୁବିଧା ରହିଛି। ମାଲକାନଗିରି, ନବରଂଗପୁର, କୋରାପୁଟ, ରାୟଗଡ଼ା, ମୟୂରଭଂଜ, ସୁନ୍ଦରଗଡ଼ର ଶହଶହ ଗାଁ ବିକାଶକୁ ଅପେକ୍ଷା କରି ରହିଛି।

ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ ଆଜି ବି ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନର ଘୋର ଅସୁବିଧା ରହିଛି। ମାଲକାନଗିରି, ନବରଂଗପୁର, କୋରାପୁଟ, ରାୟଗଡ଼ା, ମୟୂରଭଂଜ, ସୁନ୍ଦରଗଡ଼ର ଶହଶହ ଗାଁ ବିକାଶକୁ ଅପେକ୍ଷା କରି ରହିଛି।

e51c3ac8-5cf9-48b3-b548-0e17e20c6f67
ମାଲକାନଗିରି: ସରକାର ବିକାଶ ନାମରେ ଡେଙ୍ଗୁରା ବଜାଉଛନ୍ତି। ଚକାଚକ ରାସ୍ତା ଓ ବିଶ୍ବସ୍ତରୀୟ ଚିକିତ୍ସା ବ୍ୟବସ୍ଥା କଥା କହୁଛନ୍ତି। କିନ୍ତୁ ତୃଣମୂଳସ୍ତରରେ ଲୋକେ କେତେ ଅସୁବିଧାରେ ରହୁଛନ୍ତି, ତାହା ଅତି ନିକଟରୁ ଦେଖିଲା ପରେ ଜାଣି ହୋଇଥାଏ। ଏହି ଫଟୋଟି ମାଲକାନଗିରି ଜିଲ୍ଳାର ଖଇରପୁଟ ବ୍ଲକ ଅଧୀନ ଗୋବିନ୍ଦପଲ୍ଲୀ ଅଞ୍ଚଳର, ଯେଉଁଠି ଆଜି ବି ଗାଁକୁ ରାସ୍ତା ନଥିବାରୁ ଲୋକେ ନାହିଁନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ପୁଣି ଦାଉ ସାଧୁଛି ପାହାଡ଼ିଆ ନଦୀ।

ଖଇରପୁଟ ବ୍ଲକର ଗୋବିନ୍ଦପଲ୍ଲୀ ପଞ୍ଚାୟତର ଗଜିଆଗୁଡା ଗ୍ରାମରେ।ଗାଁକୁ ଏକ ପାହାଡ଼ିଆ ନଦୀ ଘେରି ରହିଛି। ଫଳରେ ଗ୍ରାମବାସୀ ଅଧିକାଂଶ ସମୟରେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥାନ୍ତି। ଏବେ ନଦୀରେ ଅଣ୍ଟା ପର୍ଯ୍ୟନ୍ତ ପାଣି ରହିଛି। ଲୋକେ ଦେଶୀ ଡଙ୍ଗା କିମ୍ବା ଜୀବନକୁ ବାଜି ଲଗାଇ ପାଣି ଭିତରେ ପଶି ନଦୀ ପାର କରିଥାନ୍ତି। ଗ୍ରାମରେ ଜଣେ ବୃଦ୍ଧା ପ୍ରତିମା ଖିଲ(୬୧) ଗତ କିଛିଦିନ ହେଲା ଜ୍ୱର ଓ ଝାଡ଼ାବାନ୍ତିରେ ପୀଡିତ ହୋଇ ଗୁରୁତର ଅବସ୍ଥାରେ ଘରେ ପଡିରହିଛନ୍ତି। 

ତେବେ ଆଜି ଗ୍ରାମବାସୀ ପ୍ରତିମାଙ୍କୁ ମେଡିକାଲରେ ଭର୍ତ୍ତି କରିବା ପାଇଁ ସ୍ଥିର କରି ଖଟିଆରେ ବୋହି ନଦୀ ପାର କରି ମେଡ଼ିକାଲ ନେଇଥିଲେ।ଗାଁକୁ ରାସ୍ତା ଓ ନଦୀରେ ସେତୁ ନଥିବାରୁ ଲୋକେ ଗତ ସାତ ଦଶନ୍ଧି ଧରି ଏଭଳି ଶୋଚନୀୟ ଜୀବନଯାପନ କରୁଛନ୍ତି। ଏମାନଙ୍କ କଥା ବୁଝିବାକୁ କେହି ନାହାନ୍ତି। ଗତ ଦୁଇ ମାସ ତଳେ ନିଜେ ବିଧାୟକ ମଙ୍ଗୁ ଖିଲ ପ୍ରଥମ କରି ଏହି ଗାଁରେ ପାଦ ପକାଇଥିଲେ। ଲୋକେ ଭାବିଥିଲେ ଏଥର ନିଶ୍ଚିତ କାମ ଜୋରସୋରରେ ହେବ। କିନ୍ତୁ ଯେଉଁ ଅବସ୍ଥାକୁ ସେହି ଅବସ୍ଥାରେ ଅଛନ୍ତି ଗ୍ରାମବାସୀମାନେ। ନା ସେତୁ ନିର୍ମାଣ ହେଉଛି, ନା ଗାଁକୁ ରାସ୍ତା ହେଉଛି। ଲୋକେ ଏଭଳି ବର୍ଷ ବର୍ଷ ଧରି ରୋଗୀ, ଗର୍ଭବତୀ ଓ ପ୍ରସୂତୀଙ୍କୁ ଭାରରେ ବୋହି ଡାକ୍ତରଖାନାକୁ ନେଉଛନ୍ତି। କେବେ ଏମାନଙ୍କ ଦୁଃଖ ଦୂର ହେବ ଦେଖିବାକୁ ବାକି ରହିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe