ବିଛିନ୍ନାଞ୍ଚଳରୁ ହେଲା ସ୍ବାଭିମାନ ଅଞ୍ଚଳ: ଏବେ ବି ଘୋଡ଼ା, ଲଞ୍ଚ ହିଁ ଭରସା

ବିଛିନ୍ନାଞ୍ଚଳର ଲୋକେ ସ୍ବାଭିମାନୀ ହୋଇନାହାନ୍ତି। ଏବେ ବି ଅପହଞ୍ଚ ଅନେକ ଗାଁ, ମୌଳିକ ସୁବିଧାରୁ ବଞ୍ଚିତ ଅନେକ ଲୋକ। ବନ୍ଦ ହୋଇ ନାହିଁ ଯାତ୍ରୀବାହୀ ଲଞ୍ଚ କି ବନ୍ଦ ହୋଇନାହିଁ ବୋଟ୍‌ ଆମ୍ବୁଲାନ୍ସ। କିଛି ଗାଁରେ ରାସ୍ତା ନଥିବାରୁ ଏବେ ବି ଘୋଡ଼ା ପାଲଟିଛି ଲୋକଙ୍କ ଭରସା।

ମାଲକାନଗିରି: ଗୁରୁପ୍ରିୟା ସେତୁ ଉଦ୍‌ଘାଟନକୁ ୬ ବର୍ଷ ପୁରିଛି। ବିଛିନ୍ନାଞ୍ଚଳରୁ ସ୍ବାଭିମାନ ଅଂଚଳ ହୋଇଛି। କିନ୍ତୁ ବାସ୍ତବରେ ଏଠାକାର ଲୋକେ ସ୍ବାଭିମାନୀ ହୋଇନାହାନ୍ତି। ଏବେ ବି ଅପହଞ୍ଚ ଅନେକ ଗାଁ, ମୌଳିକ ସୁବିଧାରୁ ବଞ୍ଚିତ ଅନେକ ଲୋକ। ବନ୍ଦ ହୋଇ ନାହିଁ ଯାତ୍ରୀବାହୀ ଲଞ୍ଚ କି ବନ୍ଦ ହୋଇନାହିଁ ବୋଟ୍‌ ଆମ୍ବୁଲାନ୍ସ। କିଛି ଗାଁରେ ରାସ୍ତା ନଥିବାରୁ ଏବେ ବି ଘୋଡ଼ା ପାଲଟିଛି ଲୋକଙ୍କ ଭରସା। ଏପରିକି କିଛି ଘାଟି ଉପର ଗାଁରେ ନା ଅଛି ରାସ୍ତା ନା ଅଛି ଅଙ୍ଗନବାଡ଼ି, ନା ଅଛି ବିଦ୍ୟୁତ ସେବା। କାଗଜ କଲମରେ ବିକାଶ ହୋଇଥିବା ଦର୍ଶାଯାଉଥିବା ବେଳେ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଅଲଗା ରହିଛି। ଅନ୍ୟଦିଗରେ ପ୍ରଶାସନ ମଧ୍ୟ ଏକଥା ସ୍ବୀକାର କରିବା ସହ ସେସବୁ ଅଂଚଳକୁ ଖୁବଶୀଘ୍ର ବିକାଶ କରିବାକୁ କହିଛି। 

ଏହି ଖବର ପଢ଼ନ୍ତୁ: କେନାଲରେ ଖସିପଡିଲା ବସ, ୮ ଯାତ୍ରୀଙ୍କର ମୃତ୍ୟୁ

Mkg swabhiman anchala
Mkg swabhiman anchala Photograph: (Sambad )

ମାଲକାନଗିରି ଜିଲ୍ଲାର ବହୁ ପ୍ରତିକ୍ଷୀତ ସେତୁ ଗୁରୁପ୍ରିୟା। ଯାହାକି ବିଛିନ୍ନାଞ୍ଚଳକୁ ସଂଯୋଗ କରିବା ସହ ନାମ ପରିବର୍ତ୍ତନ ହୋଇ ସ୍ବାଭିମାନ ଅଂଚଳ କରିଥିଲା। ଆଉ ୬ ବର୍ଷ ପରେ ସ୍ପିଲଵେ ଘାଟର ଚିତ୍ର ଦେଖିଲେ ସହଜରେ ଜଣେ ସ୍ଥିତି ସଂପର୍କରେ ବୁଝିଯିବ। ଏବେ ବି ଚାଲିଛି ଯାତ୍ରୀବାହୀ ଲଞ୍ଚ। ଲଞ୍ଚରେ ଜଳଯାତ୍ରା କରୁଛନ୍ତି ସ୍ବାଭିମାନ ଅଂଚଳର ଲୋକେ। ଏପରିକି ସାମଗ୍ରୀ ମଧ୍ୟ ଲଞ୍ଚରେ ନେଉଛନ୍ତି। ଏହି ଚିତ୍ର ବୟାନ କରୁଛି ଗତ ୬ ବର୍ଷ ମଧ୍ୟରେ କେତେ ବିକଶିତ ହୋଇଛି ସ୍ବାଭିମାନ ଅଂଚଳ। ପ୍ରକୃତ ସ୍ଥିତି ସଂପର୍କରେ ଜାଣିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲୁ ଆମେ।

ଏହି ଖବର ପଢ଼ନ୍ତୁ: ଆସନ୍ତା ୬ ମାସ ମଧ୍ୟରେ ନକ୍ସଲଙ୍କୁ ମୂଳପୋଛ କରିପାରିବ ପୁଲିସ?

ଦୁର୍ଗମ ଚିକଟପାଲିଗାଁକୁ ଯିବା ପାଇଁ ଚେଷ୍ଟା କରିଥିଲୁ। କିନ୍ତୁ ବାଧକ ସାଜିଲା ରାସ୍ତା। କିଛି ବାଟ ଆବଡା ଖାବଡା ଘାଟିରାସ୍ତାରେ ଚାଲିକି ଗଲାପରେ ପହଞ୍ଚିଲୁ  ଗାଁରେ। ଗାଁରେ ପହଞ୍ଚିଲା ବେଳକୁ ନା ସେହି ଗାଁରେ ଅଛି ବିଦ୍ୟୁତ ସେବା, ନା ଅଛି ଅଙ୍ଗନବାଡ଼ି, ନା ସ୍କୁଲ। ଗାଁରେ ଦୁଇଟି ପଡ଼ା ରହିଥିବା ବେଳେ ପ୍ରାୟ ୪୦ ଘର ରହିଛି। ପ୍ରକୃତିର ଅବଦାନରେ ପାହାଡ଼ିଆ ଝରଣା ପାଣି ଏମାନଙ୍କର ଶୋଷ ମେଣ୍ଟାଉଛି। କୌଣସି ମୌଳିକ ସୁବିଧା ପାଇପାରୁନାହାନ୍ତି ଏହି ଗାଁର ଲୋକେ।

ଏବେ ବି ଏହି ଅଂଚଳର କିଛି ଲୋକେ ଘୋଡା ମାଧ୍ୟମରେ ଜିନିଷ ପତ୍ର ନେବା ଆଣିବା କରୁଛନ୍ତି। ଗୋଟିଏ ଦୁଇଟି ଘରେ ମଟର ସାଇକେଲ ଥିବା ବେଳେ ସେମାନେ କଷ୍ଟରେ ଯିବା ଆସିବା କରୁଥିବା ବେଳେ ଯାହାର ବାଇକ ନାହିଁ ସେମାନଙ୍କର ସାହାରା ପାଲଟିଛି ଘୋଡା ଓ ଖଚର। ଏମାନଙ୍କର ମୁଖ୍ୟ ଖାଦ୍ୟ ହେଉଛି ଭାତ ଆଉ ଆମଟ ଝୋଳ ଅର୍ଥାତ ଭାତ ସାଂଗକୁ ତେନ୍ତୁଳି ଝୋଳ। ଅଙ୍ଗନବାଡିଟିଏ ନଥିବାରୁ ଶିକ୍ଷା କଣ ଜାଣିନାହାନ୍ତି ଏଠିକାର କୁନି କୁନି ପିଲା। କେବଳ ଏହି ଗୋଟିଏ ଗାଁ ନୁହେଁ ବରଂ ସ୍ବାଭିମାନ ଅଂଚଳର ଅନେକ ଗାଁର ବାସ୍ତବ ସ୍ଥିତି ଏହିପରି। କେବେ ବି ଗାଁରେ ସରକାରୀ ବାବୁଙ୍କ ପଡିନି ପାଦ। 

ଏହି ଖବର ପଢ଼ନ୍ତୁ: ପ୍ରବଳ ଶୀତ, ଶୁଖିଲା ପାଗ ସହ ଆସିବ ଇଂରାଜୀ ନବବର୍ଷ-୨୦୨୫

୨୦୧୮ ମସିହା ଜୁଲାଇ ୨୬ ତାରିଖରେ ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟା ସେତୁକୁ ଉଦ୍‌ଘାଟନ କରି ନାମ ବଦଳାଇ ବିଛିନ୍ନାଞ୍ଚଳରୁ ସ୍ବାଭିମାନ ଅଂଚଳ ବୋଲି ଘୋଷଣା କରିବା ସହ ବିକାଶର ସ୍ବପ୍ନ ଦେଖାଇଥିଲେ। ଆଉ ଏବେ ମାଲ୍ୟବନ୍ତ ମହୋତ୍ସବରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରି ଗସ୍ତକରି ସ୍ବାଭିମାନ ଅଂଚଳର ଲୋକେ ଏବେ ବି ଅଭିମାନୀ ହୋଇ ରହିଥିବା କହିଥିଲେ। ଏବେବି ଯନ୍ତ୍ରୀ ପଞ୍ଚାୟତର ଅନେକ ଗାଁଗୁଡିକ ସେଭଳି ସ୍ଥିତିରେ ରହିଛି। ପ୍ରଶାସନ ଏ କଥାକୁ ମଧ୍ୟ ସ୍ବୀକାର କରିଛି। ଏବେ ବି କିଛି ଅପହଞ୍ଚ ଅଂଚଳର ଗାଁଗୁଡିକ ଏଭଳି ସ୍ଥିତିରେ ରହିଛି। ଏହା ଉପରେ ନଜର ରଖିଛୁ। ଆଗାମୀ ଦିନିରେ ବିକାଶ ତରାନ୍ବିତ କରାଯିବା ସହ ଏବେ ବି କାମ ଚାଲିଥିବା କୁହାଯାଇଛି।

ଏହି ଖବର ପଢ଼ନ୍ତୁ: ଚାଷଜମିରେ ବିଦ୍ୟୁତ୍‌ ତାର ଛିଣ୍ଡିଲା: ଜଳିଗଲେ ଚାଷୀ, ଉଜୁଡ଼ିଲା ବ୍ୟାପକ ଫସଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe