Representational image of surrender maoists. (File photo)
ମାଲକାନଗିରି: ନକ୍ସଲ ସଂଗଠନରେ ଏବେ ଦୁଇ ଗୋଷ୍ଠୀ ହେବା ସହ ଧୀରେଧୀରେ ସଂଗଠନରୁ ମୁହଁ ଫେରାଇ ନେଉଛନ୍ତି ମାଓବାଦୀ। ଗତ ଏକ ମାସ ହେଲା ସିସି ମେମ୍ବର ଠାରୁ ଆରମ୍ଭ କରି ତଳ କ୍ୟାଡର ନକ୍ସଲମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଜଣକୁ ଦେଖି ଅନ୍ୟ ନକ୍ସଲ ସଂଗଠନ ଛାଡୁଛି। ଏହି ଘଟଣାକୁ ସଂଗଠନର ଅନ୍ୟ ନେତାମାନେ ହଜମ କରିପାରୁ ନାହାନ୍ତି। ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କୁ ଭୀରୁ ଓ କାପୁରୁଷ ବୋଲି ସମ୍ବୋଧନ କରୁଛନ୍ତି।
ମାଓ ନେତାମାନେ ବ୍ୟତିବ୍ୟସ୍ତ
ମାଓ ସଂଗଠନରୁ ଜଣେ ପରେ ଜଣେ ମାଓବାଦୀ ହାତ ଛାଡୁଥିବାରୁ ସଂଗଠନରେ ଏବେ ନେତାମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ସଂଗଠନକୁ କିପରି ସୁଦୃଢ଼ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। କିଛି ଦିନ ତଳେ ଡିଭିଜନାଲ କମିଟି ମେମ୍ବର କମଲୁ ପୁନେମ ସଂଗଠନରୁ ୨ ଲକ୍ଷ ଟଙ୍କା ନେଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। କମଲୁ ସଂଗଠନକୁ ଦୁର୍ବଳ ଓ ଶତ୍ରୁ ପକ୍ଷକୁ ଶବଳ ଭାବି ଆତ୍ମସମର୍ପଣ କରିଛି। ଏହା ଜନବିରୋଧୀ ପଦକ୍ଷେପ। ତେଣୁ କମଲୁକୁ ଆଗାମୀ ଦିନରେ ଜନତା କେବେ ମଧ୍ୟ କ୍ଷମା ଦେବେ ନାହିଁ ବୋଲି ସଂଗଠନ ଆଜି ଜାରି କରିଥିବା ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି।
ଆହୁରି ପଢ଼ନ୍ତୁ: IND vs SA: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଫେରିଲେ ରିଷଭ ପନ୍ତ
ଆମେ ବିଜୟୀ ହେବୁ: ମାଓବାଦୀ
ଅନ୍ୟ ନକ୍ସଲ ନେତା ସୋନୁ, ସତୀଶ ଏବଂ ରୂପେଶକୁ ଗଦ୍ଦାର ବୋଲି କହିଛନ୍ତି। ଏମାନେ ସଂଗଠନ ଛାଡିବା ପରେ କିଛି ଦିନ ପାଇଁ ସଂଗଠନ ଦୁର୍ବଳ ହେବ। କିନ୍ତୁ ଶେଷରେ ଆମର ହିଁ ବିଜୟ ହେବ ବୋଲି ମାଓନେତା ଜଗନ୍ ପ୍ରକାଶ କରିଛି। କ୍ରାନ୍ତିକାରୀ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ। ଆଜି ପଶ୍ଚିମ ବସ୍ତର ଡିଭିଜନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇ ଏଭଳି କୁହାଯାଇଛି। ଆସନ୍ତା ୬ ମାସ ପାଇଁ ସଂଗଠନ ପୁଣି ଅସ୍ତ୍ର ବିରତି କରିବାକୁ ଚାହୁଁଥିବା ଗତ ଦୁଇ ଦିନ ତଳେ ତେଲେଙ୍ଗାନା ଏରିଆ କମିଟି ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ କରି କୁହାଯାଇଛି। କିନ୍ତୁ ପୁଲିସ ତରଫରୁ କୁମ୍ବିଂକୁ ଜୋରଦାର କରାଯାଉଛି। ଆସନ୍ତା ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଛତିଶଗଡରୁ ନକ୍ସଲ ହଟିବେ ବୋଲି ପୁଲିସ ଯୁକ୍ତି କରିଛି।
ଆହୁରି ପଢ଼ନ୍ତୁ: India A vs South Africa A: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତ ‘ଏ’ ଦଳ ଘୋଷଣା: ରୋହିତ-କୋହଲି ବାଦ୍ ପଡ଼ିଲେ
Follow Us