Advertisment

Tribal Tradition: ମହୁଲ ଗଛକୁ ପୂଜା ପରେ ବିବାହ-ବ୍ରତ କରନ୍ତି କୋୟା ସଂପ୍ରଦାୟ

Advertisment

ମାଲକାନଗିରି ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାରେ ଆଦିମ ଜନଜାତି ବଣ୍ଡା, ଡିଡାୟୀ, କୋୟା, ପରଜା, ଦୁରୁଆ ଭଳି ଜନଜାତି କାହିଁ କେଉଁ କାଳରୁ ବସବାସ କରିଆସୁଛନ୍ତି।

ମାଲକାନଗିରି ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାରେ ଆଦିମ ଜନଜାତି ବଣ୍ଡା, ଡିଡାୟୀ, କୋୟା, ପରଜା, ଦୁରୁଆ ଭଳି ଜନଜାତି କାହିଁ କେଉଁ କାଳରୁ ବସବାସ କରିଆସୁଛନ୍ତି।

Untitled-22.jpg

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାରେ ଆଦିମ ଜନଜାତି ବଣ୍ଡା, ଡିଡାୟୀ, କୋୟା, ପରଜା, ଦୁରୁଆ ଭଳି ଜନଜାତି କାହିଁ କେଉଁ କାଳରୁ ବସବାସ କରିଆସୁଛନ୍ତି। ପ୍ରତ୍ୟେକ ଜନଜାତିର ନିଜର ପରଂପରା ଓ ସଂସ୍କୃତି ରହିଛି। ସେଥିମଧ୍ୟରୁ କୋୟା ଜନଜାତିର ମଧ୍ୟ ନିଜସ୍ବ ପରଂପରା ଓ ସଂସ୍କୃତି ଅନୁଯାୟୀ ସେମାନେ ଚଳି ଆସୁଛନ୍ତି।

ଜିଲ୍ଲାରେ ସବୁଠାରୁ କୋୟା ଜନଜାତଙ୍କର ଜନ ସଂଖ୍ୟା ଅଧିକା ରହିଛି। ଏବି ପ୍ରତ୍ୟେକ କୋୟା ଗ୍ରାମରେ ମହୁଲ ପର୍ବ ପାଳନ କରାଯାଉଛି। ମହୁଲ ଗଛ କୋୟା ସଂପ୍ରଦାୟର ଲୋକଙ୍କର ପ୍ରମୁଖ ବୃକ୍ଷ ଅଟେ। ଆଦିବାସୀଙ୍କ ଆର୍ଥିକ ଅବସ୍ଥାକୁ ସ୍ବଚ୍ଛଳ କରୁଛି ଏହି ବୃକ୍ଷ। ତେଣୁ ଏହି ବୃକ୍ଷକୁ କୋୟା ଜନଜାତି ଭଗବାନ ଭଳି ମାନନ୍ତି। ତେଣୁ ପ୍ରତିବର୍ଷ ଫେବ୍ରୁଆରି ବେଳେ କୋୟା ଜନଜାତି ପ୍ରତ୍ୟେକ ଗାଁରେ ରହିଥିବା ମହୁଲ ଗଛକୁ ପୂଜା କରନ୍ତି। ଗାଁର ଡିସାରୀଙ୍କ ନିର୍ଦେଶକ୍ରମ ଏହି ପୂଜା ଅନୁଷ୍ଠିତ ହୋଇଥାଏ। ଭିନ୍ନ ଭିନ୍ନ ଗାଁରେ ଭିନ୍ନ ଭିନ୍ନ ସମୟରେ ଏହି ପୂଜା ଅନୁଷ୍ଠିତ ହୁଏ।

ଆହୁରି ପଢ଼ନ୍ତୁ: Health: ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ବାୟୁ ସେବା: ପ୍ରଥମ ଦିନରେ ୪୨୬ ଜଣ ରୋଗୀ ଚିକିତ୍ସିତ

ଏହି ପୂଜା ପରେ ହିଁ ଗାଁରେ ବିବାହ, ବ୍ରତ କାର୍ଯ୍ୟକ୍ରମ ହୁଏ। ମହୁଲ ଗଛରେ ପୂଜା ନହେବା ପର୍ଯ୍ୟନ୍ତ ଗାଁରେ କୌଣସି ଜାନିଯାତ୍ରା କିମ୍ବା ବିବାହ ଉତ୍ସବ ଅନୁଷ୍ଠିତ ହୁଏ ନାହିଁ। ଗାଁର ଡିସାରୀଙ୍କୁ ପ୍ରତ୍ୟେକ ଘରୁ ଆସିଥିବା କଳସର ପାଣିକୁ ଗାଧୋଇ ଦିଆଯାଏ। ପରେ ଡିସାରୀ ଫୁଲ, ଚନ୍ଦନ, ଧୂପ, ନଡ଼ିଆ, କୁକୁଡ଼ା ଇତ୍ୟାଦି ଆଣି ମହୁଲ ଗଛକୁ ପୂଜା କରନ୍ତି। ଏହା ପରେ ଲୋକେ ମହୁଲ ଗଛରୁ ଫୁଲ ସଂଗ୍ରହ କରି ବଜାରରେ ବିକ୍ରି କରନ୍ତି। କୋୟା ଜନଜାତି ମଧ୍ୟ ୧୨ ମାସରେ ତେର ପର୍ବ ପାଳନ କରନ୍ତି। ସେଥିମଧ୍ୟରୁ ମହୁଳ ପର୍ବ ଅନ୍ୟତମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe