Paddy: ମଣ୍ଡିରୁ ଉଠୁନାହିଁ ଧାନ; ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

Advertisment

ମାଲକାନଗିରି ଜିଲ୍ଲାରେ ଚାଷୀଙ୍କୁ ହାତସନ୍ତ କଲାଣି ମଣ୍ଡି। ଚାଷୀ ଟୋକେନ୍ ପାଇ ମଧ୍ୟ ମଣ୍ଡିରେ ଧାନ ବିକ୍ରି କରିପାରିନାହିଁ। ମଣ୍ଡିରେ ଦଲାଲ ଗିରି ଚାଲୁଥିବାରୁ ପ୍ରକୃତ ଚାଷୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି।

ମାଲକାନଗିରି ଜିଲ୍ଲାରେ ଚାଷୀଙ୍କୁ ହାତସନ୍ତ କଲାଣି ମଣ୍ଡି। ଚାଷୀ ଟୋକେନ୍ ପାଇ ମଧ୍ୟ ମଣ୍ଡିରେ ଧାନ ବିକ୍ରି କରିପାରିନାହିଁ। ମଣ୍ଡିରେ ଦଲାଲ ଗିରି ଚାଲୁଥିବାରୁ ପ୍ରକୃତ ଚାଷୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି।

Mkgk farmers strike at poteru (3)

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲାରେ ଚାଷୀଙ୍କୁ ହାତସନ୍ତ କଲାଣି ମଣ୍ଡି। ଚାଷୀ ଟୋକେନ୍ ପାଇ ମଧ୍ୟ ମଣ୍ଡିରେ ଧାନ ବିକ୍ରି କରିପାରିନାହିଁ। ମଣ୍ଡିରେ ଦଲାଲ ଗିରି ଚାଲୁଥିବାରୁ ପ୍ରକୃତ ଚାଷୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଆଜି ଚାଷୀମାନେ ବାଧ୍ୟ ହୋଇ ପୋଟେରୁ ଠାରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଦୀର୍ଘ ସମୟ ଧରି ଜାତୀୟ ରାଜପଥ ବନ୍ଦ ହେବା ପରେ ତୁରନ୍ତ ପୋଟେରୁ ଫାଣ୍ଡିର ଅଧିକାରୀ, କାଲିମେଳା ଥାନା ଅଧିକାରୀ ସମେତ ମାଲକାନଗିରି ତହସିଲଦାର, ଯୋଗାଣ ନିରୀକ୍ଷକ, ପୋଟେରୁ ଲ୍ୟାମ୍ପ ପରିଚାଳନା ନିର୍ଦେଶକ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଚାଷୀଙ୍କୁ ବୁଝାସୁଝା କରିବା ପରେ ଚାଷୀ ରାଜରାସ୍ତାରୁ ଓହ୍ଲାଇ ଥିଲେ। ପରେ ମଣ୍ଡିରେ କିପରି ପ୍ରକୃତ ଚାଷୀଙ୍କ ଧାନ ଖରିଦ୍ ହୋଇପାରିବ ସେନେଇ ଆଲୋଚନା କରାଯାଇଥିଲା। 

ଚାଷୀ ଅଭିଯୋଗ କରିଥିଲେ ଯେ ଦଲାଲ ମାନେ ୨ ହଜାର ଟଙ୍କା ଦେଇ ନିଜର ଧାନକୁ ମଣ୍ଡିରେ ସହଜରେ ବିକ୍ରି କରୁଥିବା ବେଳେ ଚାଷୀ ବହୁ ହଇରାଣ ହେଉଛନ୍ତି। ମଣ୍ଡିରେ ଧାନ ପକାଇ ରଖି ଚାଷୀ ଶୀତ କାକରେ ଜଗି ରହୁଥିଲେ ମଧ୍ୟ ସଂପୃକ୍ତ ବିଭାଗ ସେମାନଙ୍କୁ ଅଣଦେଖା କରୁଥିବା କହିଥିଲେ। ଚାଷୀଙ୍କ ଫୋନକୁ ମେସେଜ ଆସୁନଥିବାରୁ ମଣ୍ଡିରେ ଧାନ ବିକ୍ରି କରିବା ସମ୍ଭବପର ହୋଇପାରୁନଥିବା ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: High Profile Resignations:ଏପଷ୍ଟାଇନ୍ ଫାଇଲ୍ସ: ଆମେରିକାରୁ ନରୱେ ଯାଏଁ ପ୍ରମୁଖ ରାଜନେତାଙ୍କ ଇସ୍ତଫା

ଦୀର୍ଘ ସମୟ ଧରି ଆଲୋଚନା ପରେ ଉତ୍କର୍ଷ ବାହାରିଥିଲା। ଯେଉଁ ଚାଷୀଙ୍କ ଯେବେ ଧାନ ବିକ୍ରି ନେଇ ତାରିଖ ଥିବ ସେ ଦିନ ହିଁ ଚାଷୀ ମଣ୍ଡିକୁ ଧାନ ଆଣିବେ ବୋଲି କୁହାଯାଇଥିଲା। ଏଥିସହ ମଣ୍ଡିରେ ଯଦି ଅଜଣା ବ୍ୟକ୍ତି ପଶନ୍ତି ତାଙ୍କ ଭିଡିଓ ଉଠାଇ ତୁରନ୍ତ ଦେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏପରିକି କୌଣସି ଚାଷୀ ମଧ୍ୟ ନିଜର ଧାନ ବିକ୍ରି ସମୟ ନଥିବ ତେବେ ମଣ୍ଡିକୁ ଯିବାକୁ ମନା କରାଯାଇଥିଲା। ଆଜି ଠାରୁ ପୁଣି ମଣ୍ଡି ସ୍ବାଭାବିକ ହେବ ବୋଲି ପ୍ରଶାସନ ତରଫରୁ ପ୍ରତିଶ୍ରୁତି ମିଳିବା ପରେ ଚାଷୀମାନେ ଶାନ୍ତ ପଡିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe