Accident: ପୃଥକ ଦୁର୍ଘଟଣାରେ ଜଣେ ମୃତ, ୫ ଆହତ

Advertisment

ମାଲକାନଗିରି ଜିଲ୍ଲାରେ ଆଜି ଗୋଟିଏ ଦିନରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମାଲକାନଗିରି ଜିଲ୍ଲାରେ ଆଜି ଗୋଟିଏ ଦିନରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

malkangiri

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲାରେ ଆଜି ଗୋଟିଏ ଦିନରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡିଛି। ମାଲକାନଗିରି ସଦର ମହକୁମା ନିସଟସ୍ଥ ଏମଭି-୭ ନମ୍ବର ଠାରେ ଚେନ୍ନାୟୀରୁ ଛତିଶଗଡ଼ର ରାୟଗଡ଼କୁ ଯାଉଥିବା ଏକ ଟ୍ରଲର ଗାଡି ଗୋଟିଏ ମଟର ସାଇକେଲକୁ ରକ୍ଷା କରିବାକୁ ଯାଇ ରାସ୍ତା ଉପରେ ଓଲଟି ପଡିଥିଲା। ଏଥିରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଂକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।

ସେହିପରି ସ୍ଥାନୀୟ ଏମଭି-୪୨ ଗ୍ରାମର ବିଶୁ ଦାସଙ୍କ ଘରେ ଏକ କାର ଭାରସାମ୍ୟ ହରାଇ ପଶିଯାଇଥିଲା। ତେବେ ଏହି ଦୁର୍ଘଟଣାରେ କାର ଡ୍ରାଇଭର ଆହତ ହୋଇଥିବା ବେଳେ ଘରର କୌଣସି ବ୍ୟକ୍ତିଙ୍କର କିଛି ଘଟିନଥିବା ଦେଖିବାକୁ ମିଳିଛି। ତେବେ ଏହି ଦୁର୍ଘଟଣାରେ ବହୁ ଲୋକଙ୍କର ମୃତାହତ ହୋଇଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଥିଲେ।

ଆହୁରି ପଢ଼ନ୍ତୁ: Rayagada Murder: ଅପରାଧୀକୁ ଗୁଳିମାରି ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ

ମାଲକାନଗିରି ଥାନା ଅନ୍ତର୍ଗତ ପାଣ୍ଡ୍ରିପାଣି ଠାରେ ଏକ କାର ମଟର ସାଇକେଲକୁ ଧକ୍କା ଦେବା ଫଳରେ ୫ ବର୍ଷର ଝିଅ ସିବାନୀ ପଡିଆମିଙ୍କର ମୃତ୍ୟୁ ହୋଇଥିବା ବେଳେ ବୁଦୁରା ପଡିଆମିଙ୍କର ଗୋଟିଏ ଗୋଡ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡିଛି। ସେହିପରି ମାଲକାନଗିରି ଥାନ ଅଂଚଳର ହିଁ ଚାଲାଣଗୁଡା ଠାରେ ଏକ କାର ଗଛରେ ପିଟି ହେବା ଫଳରେ କାର ଚଳାଉଥିବା ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସମସ୍ତ ଦୁର୍ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ କରୁଥିବା କହିଛି।

ଆହୁରି ପଢ଼ନ୍ତୁ: Body Identified By His Wristwatch: ହାତଘଣ୍ଟା ଦେଖି ଜୀବନ୍ତ ଦଗ୍ଧ ହୋଇଥିବା ଅଜିତ୍‌ଙ୍କୁ ଚିହ୍ନିଲେ ପରିବାର ଲୋକେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe