ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ହାତଗଣତି ନକ୍ସଲ ଏବେ ଜଂଗଲରେ ଲୁଚି ବୁଲୁଥିବା ବେଳେ ତୁରନ୍ତ ଏମାନଙ୍କୁ ପୁଲିସ ଏନକାଉଣ୍ଟର କରିବ ବୋଲି ଜଣାପଡିଛି। ଅନ୍ୟଦିଗରେ ନକ୍ସଲ ଆତ୍ମସମର୍ପଣ କଲେ ସେମାନଙ୍କୁ ଲାଲ ଚାଦରରେ ସ୍ବାଗତ କରିବ ବୋଲି କହିଛି। ଏଭଳି ଦୁଇଟି ଫଟୋ ଆମର ହସ୍ତଗତ ହୋଇଛି ଯାହା ଜଣେ ନକ୍ସଲର ଭୟ ଓ ଖୁସିକୁ ଜାହିର କରୁଛି।

Advertisment

ପରିବାର ସହ ମିଶିବାର ଖୁସି ଅବର୍ଣ୍ଣୀୟ

ଜଂଗଲରେ ମାଓନେତ୍ରୀ ପୁନେମ କିପରି ଭୟ ଓ ସଂସୟରେ ରହୁଥିଲେ ତାହାର ଏକ ଫଟୋ ଭାଇରାଲ ହେବା ସହ ସେ ଆତ୍ମସମର୍ପଣ କରିବା ପରେ ପରିବାର ସହ ମିଶିବାର ଖିସୁ କହିଲେ ନସରେ। ନିଜ ବାପା ଓ ମା‘ ସହ ମିଶ ଫଟୋ ଉଠାଇଲା ବେଳେ ତାଂକ ମୁହଁରୁ ହସ ଝରିପଡୁଥିଲା। କିନ୍ତୁ ଜଂଗଲରେ ରହିବା ବେଳେ ତାଂକ ମୁହଁରେ ନା ହସ ଅଛି ନା ସେ ସୁନ୍ଦର ଦେଖାଯାଉଛନ୍ତି। ଘରକୁ ଫେରିବା ପରେ ନିଜେ ଝିଅ ହୋଇଥିବାରୁ ନିଜର ସୁନ୍ଦରତାକୁ ଆହୁରି ବଢାଇଛନ୍ତି। ଯାହା ଫଟୋରେ ପ୍ରତିଫଳିତ ହେଉଥିଲା। ପରିବାର ସହ ମିଶି ସେ ବେଶ ଖୁସି ବୋଲି କହିଥିଲେ। ପରିବାର ଲୋକେ ମଧ୍ୟ ଦୀର୍ଘ ଦିନ ପରେ ନିଜ ଝିଅକୁ ଜୀବନ୍ତ ଦେଖି ଖୁସି ମନାଇଥିଲେ। ପୁନେମ ଆଉ ଜଂଗଲକୁ ଫେରିବେ ନାହିଁ ବୋଲି କହିବା ସହ ପରିବାର ସହ ରହି କାମ କରିବା ସହ ନିଜର ପରିବାର ବସାଇବେ ବୋଲି କହନ୍ତି। ପୁଲିସ ତରଫରୁ ପୁନେମଙ୍କୁ ସମସ୍ତ ସହଯୋଗ କରାଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: Bilaspur Train Accident: ବିଳାସପୁର ଟ୍ରେନ୍‌ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Mkg naxal gun factory seized
17 guns from naxal seized in Chhattisgarh. Photograph: (sambad.in)

ଆହୁରି ପଢ଼ନ୍ତୁ: Bilaspur Train Accident: ଏଥିପାଇଁ ଘଟିଲା ଏତେ ବଡ଼ ଦୁର୍ଘଟଣା… ଜଣାପଡ଼ିଲା ବିଳାସପୁର ଟ୍ରେନ୍ ଟ୍ରାଜେଡ଼ି ପଛର ବଡ଼ କାରଣ…

ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ଓ ଡିଆରଜି ଯବାନଙ୍କୁ ମିଳିଛି ବଡ ସଫଳତା। ନକ୍ସଲ ଦ୍ବାରା ତିଆରି କରାଯାଉଥିବା ବନ୍ଧୁକ,ବୋମା କାରଖାନାକୁ ଠାବ କରିଛି ଡିଆରଜି ପୁଲିସ। ବିଶେଷ ସୂତ୍ରରୁ ଖବର ପାଇ ସୁକମା ଡିଆରଜି ଯବାନ ପାଞ୍ଚାଲା ଓ ଜୁମଗୁଡା ଜଂଗଲରେ କୁମ୍ବିଂ କରାଯାଉଥିଲା। ତେବେ ଏହି ଜଂଗଲରେ ବାଟାଲିୟନ-୧ର ହତିଆର ଏବଂ ବିସ୍ଫୋରକ ତିଆରି କାରଖାନାକୁ ଉଦ୍ଧାର କରିଥିଲେ। ନକ୍ସଲ ଗୋଟିଏ ସ୍ଥାନରେ ଡମ୍ପ କରି ଲୁଚାଇ ରଖାଯାଇଥିଲେ। ଯବାନ ଏହାକୁ ଠାବ କରି ସବୁ ନକ୍ସଲ ସାମଗ୍ରୀକୁ ଜବତ କରିଥିଲେ। ଏଥିରେ ୧୭ଟି ବନ୍ଧୁକ ସହ ବିଜିଏଲ ଏବଂ ବନ୍ଧୁକ ତିଆରି କରିବା ସମସ୍ତ ସାମଗ୍ରୀକୁ ଜବତ କରାଯାଇଛି। ଏସପି କିରଣ ଚୌହାନଙ୍କ କହିବା ଅନୁଯାୟୀ ମାଓବାଦୀଙ୍କ ନେଟଵର୍କ ଉପରେ ଏହା ବଡ ପ୍ରହାର। ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ସମ୍ମାନ ଓ ନୂଆ ଜୀବନ ପ୍ରଦାନ କରାଯାଉଛି।