ମାଲକାନଗିରି: ନକ୍ସଲଙ୍କ ପିଏଲଜିଏ ସପ୍ତାହ ଶେଷ ହୋଇଛି। ମାଲାକନଗିରି ଜିଲ୍ଲାରେ ନକ୍ସଲ ଏହି ସପ୍ତାହରେ ସେଭଳି କୌଣସି ଅଘଟଣ ଘଟାଇ ନାହାନ୍ତି। ଜିଲ୍ଲାରେ ନକ୍ସଲଙ୍କ ଏହି ପିଏଲଜିଏ ସପ୍ତାହ ପ୍ରଭାବଶୂନ୍ୟ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ପଡୋଶୀ ଛତିଶଗଡ଼ରେ ନକ୍ସଲ ହିଂସାତ୍ମକ ହୋଇପଡିଛନ୍ତି।
ଏହି ଖବର ପଢ଼ନ୍ତୁ: ମହିଳାଙ୍କୁ ତଣ୍ଟିଚିପି ମାରିଦେଲେ ନକ୍ସଲ
ସୀମାନ୍ତରେ ଦୁଇ ଦୁଇ ଜଣ ମହିଳାଙ୍କୁ ହତ୍ୟା କରିବା ସହ ଦୁଇ ଦୁଇ ଥର ପୁଲିସ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି। କିନ୍ତୁ ମାଲକାନଗିରି ଜିଲ୍ଲାରେ ପୁଲିସ, ଏସଓଜି, ଡିଭିଏଫ ଏବଂ ବିଏସଏଫର ଜୋରଦାର କମ୍ବିଂ ଏବଂ ଆନ୍ଧ୍ର ଗ୍ରେହାଉଣ୍ଡର ସର୍ଚ୍ଚ ଅପରେସନ ଯୋଗୁଁ ସ୍ବାଭିମାନ ଅଂଚଳରେ ନକ୍ସଲଙ୍କ ପାଦ ପଡିନଥିବା ବେଳେ ପୋଷ୍ଟର ବି ମାରିପାରିନଥିଲେ। ଜିଲ୍ଲାରେ ଆନ୍ଧ୍ର ଓଡିଶା ବଡର ଡିଭିଜନ,କୋରାପୁଟ ମାଲକାନଗିରି ସୀମାନ୍ତ ଡିଭିଜନ, କୁଡୁମୁଲୁଗୁମ୍ମା ଡିଭିଜନ, ଦରଭା ଡିଭିଜନ କାମ କରୁଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଦେଖି ଏହି ସଂଗଠନ କୌଣସି ଅଘଟଣ ଘଟାଇନଥିଲେ। ପୁଣି ସ୍ବାଭିମାନ ଅଂଚଳରେ ଲୋକେ ସଚେତନ ହେବାକୁ ଲାଗିଲେଣି।
ଏହି ଖବର ପଢ଼ନ୍ତୁ: ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା କଲେ ନକ୍ସଲ
ଲୋକେ ଗ୍ରାମରେ ନକ୍ସଲଙ୍କୁ ଆଉ ପୁରାଇ ନଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସୁରକ୍ଷାକର୍ମୀଙ୍କୁ ଏଥିପାଇଁ ସହଯୋଗ ମଧ୍ୟ କରୁଛନ୍ତି। ସେହିପରି ଗୁଇନ୍ଦା ବିଭାଗ ମଧ୍ୟ ସଜାଗ ରହିଥିଲା। ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କର କୌଣସି ଚାଲକୁ ବି ସଫଳ ହେବାକୁ ଦେଲା ନାହିଁ। ସୁରକ୍ଷାକର୍ମୀଙ୍କ ଘନ ଘନ ଚଢାଉ ଏବଂ ପୁଲିସର ଅଧିକମାତ୍ରାରେ ଲୋକଙ୍କ ସହ ସଂପର୍କ ବଢାଇବା ନକ୍ସଲଙ୍କ ପାଇଁ କାଳ ହୋଇଛି।
ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରେ ଏବଂ ସୀମାନ୍ତ ସୁକମା ଅଂଚଳରେ ନକ୍ସଲ ବହୁ ଅଶିକ୍ଷିତ ଯୁବକଯୁବତୀଙ୍କୁ ଏହି ପିଏଲଜିଏ ସପ୍ତାହରେ ସଂଗଠନରେ ସାମିଲ କରିବା ପାଇଁ ବାଧ୍ୟ କରୁଥିବା ଖବର ମିଳିଛି। ତେବେ କେତେ ସଂଖ୍ୟାରେ ସାମିଲ କରାଯାଇଛି ତାହାର କୌଣସି ହିସାବ ନାହିଁ।
ଏହି ଖବର ପଢ଼ନ୍ତୁ: ନକ୍ସଲ ହମଲା; ୩ ଯବାନ ଆହତ
ଜବରଦସ୍ତ ହେଉ ବା ବୁଝାସୁଝାରେ ହେଉ ବହୁ ଆଦିବାସୀ ଯୁବକଯୁବତୀଙ୍କୁ ନକ୍ସଲ ଟାର୍ଗେଟ କରିଥାନ୍ତି। ପିଏଲଜିଏ ସପ୍ତାହ ଯୁବକଯୁବତୀଙ୍କୁ ସାମିଲ ପାଇଁ ସେମାନଙ୍କର ଟାର୍ଗେଟ ରହିଥାଏ। ସଂଗଠନ ଧିରେ ଧିରେ ଦୁର୍ବଳ ହେଉଥିବାରୁ ଅଧିକାରୁ ଅଧିକା ଯୁବକଯୁବତୀମାନଙ୍କୁ ସଂଗଠନରେ ସାମିଲ କରିବା ପାଇଁ ଜୋରଦାର ଉଦ୍ୟମ ହେଉଛି। ସେହିପରି ନାବାଳକମାନଙ୍କୁ ମଧ୍ୟ ନକ୍ସଲ ଟାର୍ଗେଟ କରୁଥିବା ସୂଚନା ମିଳିଛି। ବାଲ ସଂଗଠନରେ ଛାତ୍ରମାନଙ୍କୁ ସାମିଲ କରିବା ନେଇ ସୂଚନା ମିଳିଛି। ଧିରେ ଧିରେ ସଂଗଠନ ଜିଲ୍ଲାରୁ ହଟୁଥିବାରୁ ଏହାକୁ କିପରି ଆହୁରି ସୁଦୃଢ କରାଯିବ ସେନେଇ ନକ୍ସଲ ନେତାଙ୍କ ମଧ୍ୟରେ ଚିନ୍ତା ବଢାଇଛି। ଗତ କିଛି ବର୍ଷ ହେଲା ପିଏଲଜିଏରେ ଜିଲ୍ଲାରେ କୌଣସି ଘଟଣା ଘଟୁନାହିଁ।
ଏହି ଖବର ପଢ଼ନ୍ତୁ: କେନ୍ଦ୍ରୀୟ ଡେପୁଟେସନ୍ରେ ଯିବେ ଡିଏସ୍ କୁଟ୍ଟେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2024/12/08/SBSP9LHBGPjNDxs61PSs.jpg)