Advertisment

Encounter: ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ, ବନ୍ଧୁକ ଓ ବିସ୍ଫୋରକ ଜବତ

Advertisment

ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଏବଂ ଦନ୍ତେଵାଡା ଜଲ୍ଲା ମଧ୍ୟ ପାହାଡରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଆଜି ସକାଳେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଛି।

ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଏବଂ ଦନ୍ତେଵାଡା ଜଲ୍ଲା ମଧ୍ୟ ପାହାଡରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଆଜି ସକାଳେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଛି।

CRPF

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଏବଂ ଦନ୍ତେଵାଡା ଜଲ୍ଲା ମଧ୍ୟ ପାହାଡରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଆଜି ସକାଳେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଛି। ଏଥିସହ ବନ୍ଧୁକ ଓ ବିସ୍ଫୋରକ ଜବତ କରାଯାଇଛି। ଘଟଣା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଗିଦମ ଅଂଚଳର ଗୁମଲନାର, ଗିରସାପାଲା ଏବଂ ନେଲଗୋଡା ଗ୍ରାମ୍ୟ ଜଂଗଲରେ ନକ୍ସଲ ବିପୁଳ ପରିମାଣର ମାଓ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଛନ୍ତି।

ଯବାନ ଏହି ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଅଚାନକ ନକ୍ସଲ ଯବାନଙ୍କ ଉପରେ ଅତର୍କିତ ଗୁଳି ବର୍ଷଣ କରିଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ହେବା ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ତେବେ ଏହା ପୂର୍ବରୁ ନକ୍ସଲଙ୍କୁ ଆତ୍ମସମର୍ପଣ ପାଇଁ ଯବାନ ବାରମ୍ବାର ଡାକରା ଦେଇଥିଲେ। କିନ୍ତୁ ନକ୍ସଲ ଏହାକୁ କର୍ଣ୍ଣପାତ ନକରି ଯବାନଙ୍କ ଉପରେ ଗୁଳି ଚଳାଇଥିଲେ।

ଆହୁରି ପଢ଼ନ୍ତୁ: Security Force: ସୁରକ୍ଷାବଳଙ୍କୁ ବଡ଼ ସଫଳତା: ମାଓବାଦୀଙ୍କ ଲ୍ୟାଣ୍ଡମାଇନ କଲେ ନିଷ୍କ୍ରିୟ

ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମାଓବାଦୀର ମୃତ ଦେହକୁ ଉଦ୍ଧାର କରାଯିବା ସହ ଗୋଟିଏ ଏସଏଲଆର, ଗୋଟିଏ ଇନସାସ ବନ୍ଧୁକ ସହ ପିସ୍ତର ମେଗାଜିନ,ଵାକିଟକି,ଏସଏଲଆର ମେଗାଜିନ,ଇନସାସ ମେଗାଜିନ, ଜୀବନ୍ତ ଗୁଳି ସହ ବିସ୍ଫୋରକ ଜବତ କରାଯାଇଥିଲା। ତେବେ ମୃତ ନକ୍ସଲକୁ ଚିହ୍ନଟ କରାଯାଇଛି। ମୃତ ନକ୍ସଲ ଜଣକ ହେଲେ ଏସିଏମ ରାଜେଶ ପୁନେମ। ରାଜେଶ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରାଯାଇଥିଲା। ସରକାରଙ୍କ ଟାର୍ଗେଟକୁ ଆଉ ମାତ୍ର ହାତଗଣତି ୨୫ ଦିନ ରହିଲା। ନକ୍ସଲ ଏହି ସମୟ ମଧ୍ୟରେ ଆତ୍ମସମର୍ପଣ ନକଲେ ସରକାର କଡା ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe