ବଣ୍ଡାଘାଟିରେ ଜିଲ୍ଲା ପ୍ରଶାସନ ସହ ସୁଭଦ୍ରା ଯୋଜନାକୁ ନେଇ ରୁଦ୍ଧଦ୍ବାର ବୈଠକ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଦିନ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ମୁଦୁଲିପଡ଼ା ଠାରେ ବଣ୍ଡାଘାଟି ଅଞ୍ଚଳରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ନିଜେ ବଣ୍ଡାଘାଟି ଆସି ଏହାର ସମାଧାନ କରିବେ ବୋଲି କହିଥିଲେ।

ଅଦ୍ୟତନ ହୋଇଛି
Mkg Subhadra meeting at Banda ghati

Mkg Subhadra meeting at Banda ghati Photograph: (Sambad )

ମାଲକାନଗିରି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଦିନ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ମୁଦୁଲିପଡ଼ା ଠାରେ ବଣ୍ଡାଘାଟି ଅଞ୍ଚଳରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଛନ୍ତି। ଦୈନିକ ‘ସମ୍ବାଦ’ରେ ବଣ୍ଡାଘାଟିରେ ‘ସୁଭଦ୍ରା ଯୋଜନା ଅପହଞ୍ଚ’ ନେଇ ଖବର ପ୍ରକାଶନ ପରେ ଉପମୁଖ୍ୟମନ୍ତ୍ରୀ ନିଜେ ବଣ୍ଡାଘାଟି ଆସି ଏହାର ସମାଧାନ କରିବେ ବୋଲି କହିଥିଲେ। ମଧ୍ୟାହ୍ନରେ ରୁଦ୍ଧଦ୍ବାର ବୈଠକରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ମାଲକାନାଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଏବଂ ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଖବର ପଢ଼ନ୍ତୁ: ବିକଶିତ ହୋଇ ହସିବ ବଣ୍ଡାଘାଟି

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆଜି ଦିନ ୧୨ଟା ସମୟରେ କୋରାପୁଟ ଠାରୁ ବଣ୍ଡାଘାଟିକୁ ସଡ଼କ ପଥରେ ପହଞ୍ଚିଥିଲେ। ବର୍ଷା ସତ୍ତ୍ବେ ସେ କାର ଯୋଗେ ବଣ୍ଡାଘାଟିରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଥିଲେ। ପ୍ରଥମେ ବଣ୍ଡା ଉନୟନ କକ୍ଷରେ ବଣ୍ଡା ମହିଳାଙ୍କ ସହ ଆଲୋଚନା କରିଥିଲେ। ବଣ୍ଡା ମହିଳାମାନେ ସେମାନଙ୍କର ପାରମ୍ପରିକ ମାଳି ଉପମୁଖ୍ୟମନ୍ତ୍ରୀଙ୍କୁ ପିନ୍ଧାଇ ସ୍ୱାଗତ କରିଥିଲେ।

ଏହି ଖବର ପଢ଼ନ୍ତୁ: ବିନା ଅନୁମତିରେ ‘ଜିରୋ ନାଇଟ୍‌’ର ଆୟୋଜନ ମନା

ସୂଚନାଯୋଗ୍ୟ ବଣ୍ଡାଘାଟିରେ ସୁଭଦ୍ରା ଯୋଜନାର ସହାୟତା ପଂହଁଚି ପାରୁନି ବୋଲି ବାର ବାର ଅଭିଯୋଗ ଆସୁଥିଲା। ଉପମୁଖ୍ୟମନ୍ତ୍ରୀଙ୍କ କୋରାପୁଟ-ମାଲକାନଗିରି ଗସ୍ତରେ ନିଜ କଥା ଅନୁସାରେ ନିଜେ ବଣ୍ଡାଘାଟି ଯାଇ ସୁଭଦ୍ରା ଯୋଜନାର ସମୀକ୍ଷା କରିଛନ୍ତି। 

-ମାଲକାନଗିରିର ସତୀଗୁଡ଼ା ଓ ଚିତ୍ରକୋଣ୍ଡାରେ ହବ ଇକୋ ରିଟ୍ରିଟ୍" 
-ପ୍ରତି ଅଙ୍ଗନୱାଡ଼ି କେନ୍ଦ୍ରର ହବ ନିଜସ୍ୱ ଘର
-ମାଲକାନଗିରିରୁ ୬୦ ହଜାର ଲକ୍ଷପତି ଦିଦି ବନିବେ
-ପ୍ରତି ବ୍ଲକ୍‌ରୁ ୧୦-୧୦ ହଜାର ଲକ୍ଷପତି ଦିଦି ବନିବା ଲକ୍ଷ୍ୟ
-ପର୍ଯ୍ୟଟନ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର 

ଏହି ଖବର ପଢ଼ନ୍ତୁ: ବାଂଲାଦେଶ ସେନାକୁ ତାଲିମ ଦେବ ପାକିସ୍ତାନ

ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଂକା ବଣ୍ଟନ ବେଳେ ଯେପରି ସମସ୍ତ ବଣ୍ଡା ମହିଳା ଉପକୃତ ହେବେ ସେନେଇ ଜିଲ୍ଲା ପ୍ରଶାସନ ନଜର ଦେବେ ବୋଲି କହିଥିଲେ। ଯେଉଁ ଜାଗାରେ ସମସ୍ୟା ରହିଛି ତାକୁ ତୁରନ୍ତ ସମାଧାନ କରିବାକୁ ସେ ପରାମର୍ଶ ଦେଇଥିଲେ। ବଣ୍ଡାଘାଟିରେ ପହଞ୍ଚି ସେ ସମସ୍ୟାର ପାହାଡ ଦେଖିଥିଲେ। ବଣ୍ଡାଘାଟିରେ ରହିଥିବା ସମସ୍ୟାକୁ ନେଇ ମଧ୍ୟ ଅଂଚଳବାସୀ ଦାବି ଉପସ୍ଥାପନା କରିଥିଲେ। ଯାହାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ତୁରନ୍ତ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ଖବର ପଢ଼ନ୍ତୁ: ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ପତ୍ନୀଙ୍କ ସହ ନଜର ଆସିଲେ ଅଭିଷେକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe