Security person gurded 125 villages in forest. Photograph: (sambad.in)
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦକ୍ଷିଣ ବସ୍ତର ଜଂଗଲରେ ରହିଥିବା ୧୨୫ ଗାଁକୁ ଘେରିଛନ୍ତି ୨ ହଜାର ଯବାନ। ଦନ୍ତେୱାଡା, ବିଜାପୁର ଏବଂ ସୁକମା ଜିଲ୍ଲାର ତିନି ଏସପି ଏହି ଅପରେସନର ନେତୃତ୍ବ ନେଉଛନ୍ତି। ଏହି ଅପରେସନ ନକ୍ସଲ ସଂଗଠନର ଦୁର୍ଦ୍ଦାନ୍ତ ନେତା ହିଡ଼ମା, ଦେବା ଓ ଏରାକୁ ଧରିବା ଓ ମାରିବାକୁ ନେଇ କରାଯାଉଛି।
ହେଲିକପ୍ଟରରୁ ଆକ୍ରମଣ ନେଇ ଯବାନ ପ୍ରସ୍ତୁତ
ତେବେ ଏମାନଙ୍କ ଲୁଚିବା ଠିକଣା ଜାଣିବାକୁ ଡ୍ରୋନର ସାହାଯ୍ୟ ନିଆଯାଉଛି। ଏଥିସହ ହେଲିକ୍ୟାପଟରେ ଆକ୍ରମଣକୁ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି ଯବାନ। କେରାଗୁଟ୍ଟା ଜଂଗଲରେ ହୋଇଥିବା ଅପରେସନ ପରେ ଏହାକୁ ଦ୍ବିତୀୟ ବଡ ଅପରେସନ ବୋଲି କୁହାଯାଉଛି। ଯବାନ ଘେରିଥିବା ୧୨୫ ଗାଁରେ ହିଁ ଏହି ତିନି ଦୁର୍ଦାନ୍ତ ନକ୍ସଲ ଲୁଚି ରହିଥିବା ପୁଲିସ ଅନୁମାନ କରୁଛି। କିନ୍ତୁ ହିଡମା ସବୁଠାରୁ ଚାଲାକ ନକ୍ସଲ। ପୁଲିସକୁ ସବୁବେଳେ ଧକ୍କା ଦେବାରେ ଉସ୍ତାଦ ବୋଲି ପୁଲିସ ମଧ୍ୟ ସ୍ବୀକାର କରୁଛି।
ଆହୁରି ପଢ଼ନ୍ତୁ: Nuapada Election: କେବଳ ପ୍ରଚାରରେ ବିକାଶ ହେବ ନାହିଁ: ନବୀନ
ବଡ଼ ଏନ୍କାଉଣ୍ଟର ଅନୁମାନ
ନକ୍ସଲ ଓ ଯବାନଙ୍କ ମଧ୍ୟରେ ଭେଟାଭେଟି ହେଲେ ଏକ ବଡ଼ ଏନକାଉଣ୍ଟର ହେବ ବୋଲି ପୁଲିସ ଅନୁମାନ କରିସାରିଛି। ପୁଲିସର ମୁଖ୍ୟ ଲକ୍ଷ୍ୟ ହେଲା ହିଡମାକୁ ଧରିବା ନଚେତ ମାରିବା। ହିଡ଼ମା ପିଏଲଜିଏର ବାଟାଲିୟନ ୧ର ମୁଖ୍ୟ ତଥା ସିସି ମେମ୍ବର ଅଟେ। ହିଡମା ନାମରେ ବିଭିନ୍ନ ରାଜ୍ୟରେ ଘୋଷିତ ପୁରସ୍କାରକୁ ମିଶାଇଲେ ଅଢେଇ କୋଟି ଟଂକା ହେବ।
ଆହୁରି ପଢ଼ନ୍ତୁ: Nitin Gadkari In Bhubaneswar: ବିଶ୍ବସ୍ତରୀୟ ଭିତ୍ତିଭୂମି ଆମର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ
ଖସିଯାଇଛି ହିଡ୍ମା
ପ୍ରକାଶ ଥାଉକି ଗତ ଜାନୁଆରିରେ ହୋଇଥିବା ସ୍ବତନ୍ତ୍ର ଅପରେସନରେ ହିଡମାକୁ ପୁଲିସ ଘେରିସାରିଥିଲା। କିନ୍ତୁ ଦୁର୍ଭାଗ୍ୟ ବସତଃ ସେ ଖସି ପଳାଇବାରେ ସଫଳ ହୋଇଥିଲା। ଏହି ଅପରେସନରେ ଡିଆରଜି,ଏସଟିଏଫ ସହ ସିଆରପିଏଫ ଏବଂ ବିଏସଏଫ ଯବାନ ମଧ୍ୟ ସାମିଲ ରହିଛନ୍ତି। ଏହି ଅପରେସନ ସଫଳ ହେଲେ ନକ୍ସଲ ସଂପୂର୍ଣ୍ଣ ମୂଳପୋଛ ହେବେ ବୋଲି କୁହାଯାଇଛି। ଯବାନ ଘେରିଥିବା ୧୨୫ଟି ଗାଁର ଲୋକଙ୍କୁ ନକ୍ସଲଙ୍କ ସହଯୋଗ ନକରିବା ପାଇଁ ପୂର୍ବରୁ ହିଁ ସୂଚନା ଦିଆସରିଛି। କାରଣ ଯବାନ ଏହି ଗାଁରେ ଚଢାଉ କରି ଏମାନଙ୍କୁ ଜୀବନ୍ତ ଧରିବା କିମ୍ବା ମାରିବା ପାଇଁ ପ୍ରସ୍ତୁତ ହୋଇସାରିଛି ବୋଲି କହିଛି।
Follow Us