ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ନକ୍ସଲ ସକ୍ରିୟ ରହିଛନ୍ତି। ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନକୁ ଖାତିର କରୁନାହାନ୍ତି। ଗୋଟିଏ ପରେ ଗୋଟିଏ ଅଘଟଣ ଘଟାଇ ଚାଲିଛନ୍ତି। ସୁରକ୍ଷା ବାହିନୀର ଅପରେସନ୍‌କୁ ଭଣ୍ଡୁର କରିବା ପାଇଁ ପାଦେପାଦେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଛନ୍ତି। ବସ୍ତର ଜିଲ୍ଲାରେ ନକ୍ସଲଙ୍କର ଆଉ ଏକ ଘୃଣ୍ୟ କାମ ପଦାକୁ ଆସିଛି। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ଅକାଲି (୩୫)। ବିସ୍ଫୋରଣର ମାତ୍ରା ଏଭଳି ଥିଲା ଯେ, ଅକାଲିଙ୍କ ପାଦ ଛିଣ୍ଡିଛି। 

Advertisment

ଏହି ଖବର ପଢ଼ନ୍ତୁ: ବିସ୍ଫୋରକ ସହ ୧୩ ନକ୍ସଲ ଗିରଫ

ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ସୀମାନ୍ତ ଜଙ୍ଗଲରେ ନକ୍ସଲମାନେ ବସାବାନ୍ଧି ରହିଛନ୍ତି। ସୁରକ୍ଷା ବାହିନୀ ଡାଳେଡାଳେ ଗଲେ, ନକ୍ସଲମାନେ ପତ୍ରେପତ୍ରେ ଯାଉଛନ୍ତି। ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜିଥିବା ବେଳେ ମାଓ ଇନଫରର୍ମର ସନ୍ଦେହରେ ଲୋକଙ୍କୁ ବଳପୂର୍ବକ ଉଠାଇ ନେଇ ହତ୍ୟା କରିବାକୁ ପଛାଉ ନାହାନ୍ତି। 

ଏହି ଖବର ପଢ଼ନ୍ତୁ: ୫ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ, ୯ ମାଓବାଦୀ ଗିରଫ

ସୂଚନା ଅନୁସାରେ ଦନ୍ତେୱାଡ଼ା ଏବଂ ବିଜାପୁର ଜିଲ୍ଲା ସୀମାନ୍ତ ଅଂଚଳରେ ରହିଥିବା ବାରାସୁର ଥାନା ଅନ୍ତର୍ଗତ କୋସଲନାର ଗ୍ରାମର ମନାରୁ ଅକାଲି ନିକଟସ୍ଥ ଜଂଗଲକୁ କାଠ ଆଣିବା ପାଇଁ ଯାଇଥିଲା। ଜଂଗଲରୁ କାଠ ଆଣି ଫେରୁଥିବା ସମୟରେ ଏକ ଗଛମୂଳରେ ବିଶ୍ରାମ ନେବାକୁ ବସିଥିଲେ। ତେବେ ନକ୍ସଲ ପୂର୍ବରୁ ସେହି ଗଛ ମୂଳରେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଯୁବକଙ୍କ ପାଦ ସେହି ବୋମା ଉପରେ ପଡିବା ମାତ୍ରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଜୋର ଥିଲା ଯେ ଆଖପାଖ ଗାଁର ଲୋକେ ଦୌଡି ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। 

ଏହି ଖବର ପଢ଼ନ୍ତୁ: ୫ଦିନ ଯାଏଁ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା

ତେବେ ବୋମାର ବିସ୍ଫୋରଣରେ ଯୁବକଙ୍କ ପାଦ ସହ ଅନ୍ୟ ଅଙ୍ଗପ୍ରତ୍ୟେଙ୍ଗ ଉଡ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ମନାରୁ ଅକାଲିର ଜୀବନ ଚାଲିଯାଇଥିଲା। ତୁରନ୍ତ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ନକ୍ସଲ ଏହି ବୋମାକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଖଞ୍ଜଥିଲେ। କିନ୍ତୁ ନିରୀହ ଲୋକ ଏହାର ଶିକାର ହେଉଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଥିବା କହିଛି। 

ଏହି ଖବର ପଢ଼ନ୍ତୁ: ସିରିଆ ପରେ ଏବେ ଲିବିୟା ଉପରେ ପୁଟିନଙ୍କ ନଜର