ମାଲକାନଗିରି: ସୀମାନ୍ତ ଛତିଶଗଡ଼ ସୁକମା ପୁଲିସକୁ ମିଳିଛି ପୁଣି ଏକ ବଡ ସଫଳତା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଗମନ ପୂର୍ବରୁ ୫ ଜଣ ଦୁର୍ଦାନ୍ତ ନକ୍ସଲଙ୍କ ଆତ୍ମସମର୍ପଣ ଏକ ବଡ଼ ସଫଳତା ବୋଲି ପୁଲିସ କହିଛି। ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ୫ ଜଣ ନକ୍ସଲ ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ୮ ଲକ୍ଷ ରେଖାଏଁ ପୁରସ୍କାର ରହିଥିବା ବେଳେ ଜଣକ ନାମରେ ୫ ଲକ୍ଷ ଏବଂ ଅନ୍ୟ ଦୁଇ ଜଣଙ୍କ ନାମରେ ୨ ଲକ୍ଷ ଲେଖାଏଁ ପୁରସ୍କାର ରହିଥିଲା। ଏମାନଙ୍କ ମୁଣ୍ଡରେ ମୋଟ ୨୫ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲା।
ଏହି ଖବର ପଢ଼ନ୍ତୁ: କୋରାପୁଟ ହେଉଛି ଅନ୍ୟତମ ଆକର୍ଷଣର କେନ୍ଦ୍ର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଗମନ ପୂର୍ବରୁ ୫ ଜଣ ଦୁର୍ଦାନ୍ତ ନକ୍ସଲଙ୍କ ଆତ୍ମସମର୍ପଣ ଏକ ବଡ଼ ସଫଳତା ବୋଲି ପୁଲିସ କହିଛି।
ଏହି ଖବର ପଢ଼ନ୍ତୁ: ୫ ୱିକେଟ୍ ନେଇ ଇତିହାସ ରଚିଲେ ବୁମ୍ରା
ଲଗାତାର ପୁଲିସର ଚଢ଼ାଉ ଏବଂ ସରକାରଙ୍କ ଆତ୍ମନିର୍ଭରଶୀଳ ନୀତିରେ ପ୍ରବାଭିତ ହୋଇ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି। ସଂଗଠନରେ ଆଉ କ୍ୟାଡର ନକ୍ସଲ ନାହାନ୍ତି। ସମସ୍ତେ ମଲେଣି ନଚେତ ସଂଗଠନ ଛାଡି ଅନ୍ୟତ୍ର ଚାଲିଗଲେଣି। ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି। ସମସ୍ତ ନକ୍ସଲଙ୍କୁ ପୁଲିସ ଅନୁରୋଧ କରିଛି ଯେ ମରିବା ପୂର୍ବରୁ ନିଜ ପରିବାର କଥା ଚିନ୍ତା କରନ୍ତୁ। ଆତ୍ମସମର୍ପଣ କରି ନିଜର ବାକି ଜୀବନ ଖୁସିରେ କଟାନ୍ତୁ ବୋଲି କୁହାଯାଇଛି।
ଏହି ଖବର ପଢ଼ନ୍ତୁ: ଗବେଷଣା ସର୍ବଦା ଉତ୍ତମମାନର ହେବା ଉଚିତ: କୁଳପତି
ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଜଗରଗୁଣ୍ଡା ଥାନା ଅଂଚଳରୁ ୯ ଜଣ ନକ୍ସଲଙ୍କୁ ଗିରଫ କରିବାରେ ଡିଆରଜି, ସିଆରପିଏଫ ଏବଂ କୋବ୍ରା ଯବାନ ସଫଳ ହୋଇଛନ୍ତି। ସୁରକ୍ଷାକର୍ମୀ ଜଗରଗୁଣ୍ଡା ଥାନା ଅଂଚଳର ପୁବର୍ତ୍ତୀ ଏବଂ ଟେକଲଗୁଡା ଅଂଚଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଂଗଲରେ କିଛି ସଂଦିଗ୍ଧ ଯବାନଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ତୁରନ୍ତ ଯବାନ ଘେରାବନ୍ଦୀ କରି ସମସ୍ତଙ୍କୁ ଗିରଫ କରିବା ସହ ସେମାନଙ୍କୁ ଧରି ପଚରାଉଚରା କରିବା ପରେ ସମସ୍ତେ ନକ୍ସଲ ସଂଗଠନରେ କାମ କରୁଥିବା ସ୍ବୀକାର କରିଥିଲେ। ଏମାନେ ଧରିଥିବା ବ୍ୟାଗରୁ ବିସ୍ଫୋରକ ସମେତ ଜିଲୋଟିନ ଇତ୍ୟାଦି ଜବତ କରାଯାଇଛି। ସମସ୍ତ ନକ୍ସଲକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।